କଳା ଧାଗା, ନାଲି ଧାଗା ଓ ହଳଦିଆ ଧାଗା ପିନ୍ଧିବା ଆଗରୁ ଜାଣି ନିଅନ୍ତୁ ଏହା ସହ ଜଡିତ କିଛି ରହସ୍ୟ

ଆପଣ ମାନେ ନିଶ୍ଚିନ୍ତ ଦେଖିବାକୁ ପାଇଥିବେ ଯେ ବହୁତ ଲୋକ ପାଦରେ କଳା ସୂତା ପିନ୍ଧନ୍ତି ଏହା ଛଡା ନାଲି ରଙ୍ଗ ବା ହଳଦିଆ ରଙ୍ଗ ସୂତା ହାତରେ ବାନ୍ଧିଥାନ୍ତି ଓ କୌଣସି ଗଛରେ ଆପଣ ଧଳା ରଙ୍ଗ ସୂତା ବନ୍ଧା ହବାର ଦେଖିଥିବେ । ତେବେ ଆଜି ଆମେ ଆପଣଙ୍କୁ ଏହି ସବୁ ରଙ୍ଗ ସୂତା ମାନଙ୍କ ବିଶେଷତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାନ୍ତି ଆଉ କେମିତି ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । କଳା ସୂତା ପ୍ରାୟତଃ ସମସ୍ତେ ଧାରଣ କରନ୍ତି ତେବେ ମହିଳା ମାନେ ଅଧିକ ଏହାକୁ ମାନନ୍ତି ।

ତେବେ ଶାସ୍ତ୍ର ଅନୁଯାଇ ନକରାତ୍ମକ ଊର୍ଜା ବା ଦୂଷ ପ୍ରଭାବରୁ ବଞ୍ଚିବା ପାଇଁ କଳା ସୂତା ହାତ ବା ଗୋଡରେ ପିନ୍ଧିବା ଉଚିତ ହୋଇଥାଏ । କଣ ଆପଣ ମାନେ ଏହା ଜାଣିଛନ୍ତି ଯେ କଳା ରଙ୍ଗ ସୂତା ଧାରଣ କଲେ କାହାର ଖରାପ ନଜର ଆପଣଙ୍କ ଉପରେ ପଡି ନଥାଏ ଆଉ ଆପଣ ନଜର ଦୋଷ ଠାରୁ ସୁରକ୍ଷିତ ରହିଥାନ୍ତି ।

ତେବେ କଳା ସୂତା ଶନି ଦେବଙ୍କ ପ୍ରିୟା ହୋଇଥାଏ କାହିଁକିନା ଶନୀଙ୍କ ପ୍ରିୟ ରଙ୍ଗ କଳା ହୋଇଥାଏ, ଶନିବାର ଦିନ କଳା ବସ୍ତ୍ର ଧାରଣ କରିବା ପାଇଁ କୁହା ଯାଇଥାଏ, ତେବେ କଣ ଆପଣ ଏହା ଜାଣିଛନ୍ତି ଯେ କଳା ସୂତା ଶନିବାର ଦିନ ଶନି ମନ୍ଦିରରେ ଯାଇ ଅର୍ପ[ନ କରି ଧାରଣ କଲେ ଆପଣଙ୍କ ଜୀବନ ସବୁ ଦୋଷ ଦୂର ହୋଇଥାଏ ଆଉ ସବୁ ଖରାପ ପ୍ରଭାବ ଅନ୍ତ ହୋଇଥାଏ ସେଥିପାଇଁ ଶନିବାର ଦିନ ଏହି ଉପାୟ କରିବା ପାଇଁ କେବେ ଭୁଲନ୍ତୁ ନାହିଁ ।

କୁହା ଯାଇଛି ଯେ ଆମ ଶରୀର ପାଞ୍ଚ ତତ୍ଵ ଦ୍ଵାରା ନିର୍ମିତ ଅଟେ ଆଉ ଏହି ତତ୍ଵ ଦ୍ଵାରା ଆମ ଶରୀରକୁ ଊର୍ଜା ପ୍ରାପ୍ତ ହୋଇଥାଏ କିନ୍ତୁ କାହା ନଜର ଲାଗିଲେ ଆପଣଙ୍କୁ ଏହି ସକାରାତ୍ମକ ଊର୍ଜା ପ୍ରାପ୍ତ ହୋଇନଥାଏ ଯଦି ଆପଣ କଳା ସୂତା ଧାରଣ କରନ୍ତି ତେବେ ଆପଣଙ୍କୁ କୌଣସି ନଜର ଲାଗିବ ନହିଁ ଆଉ ଆପଣଙ୍କ ଊର୍ଜା ସଠିକ କାମ ମଧ୍ୟ କରିବ ।

ମାନ୍ୟତା ଅଛି ଯେ କଳା ସୂତା ପାଦର ବୁଢା ଆଙ୍ଗୁଳିରେ ପିନ୍ଧିଲେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଭଲ ହୋଇଥାଏ ତେବେ ଯାହା ଦେହ ସବୁବେଳେ ଖରାପ ରହୁଥିବ ତାକୁ ଶନି ମନ୍ଦିରରୁ ଆଣି କଳାସୂତା ପିନ୍ଧାଇ ଦିଅନ୍ତୁ । ଶାସ୍ତ୍ର ଅନୁଯାଇ କୁହା ଯାଇଛି ଯେ ପୂଜା ସମୟରେ ଆମ ହାତ ଉପରେ ବନ୍ଧା ହୋଇଥିବା ନାଲି ହଳଦିଆ ରଙ୍ଗ ସୂତା ବହୁତ ମହତ୍ବପୂର୍ଣ ହୋଇଥାଏ ।

ତେବେ ଆପଣଙ୍କୁ ଧ୍ୟାନ ରଖିବା ଉଚିତ ଯେ ପୂଜା ଆଗରୁ ଏହି ସୂତା ନିଜ ହାତରେ ଧାରଣ କରନ୍ତୁ ଯାହା ଦ୍ଵାରା ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵର ଆପଣଙ୍କ ସହ ପୂଜାରେ ବିରାଜମାନ ହୁଅନ୍ତୁ ଆଉ ଆପଣଙ୍କ ପୂଜା ସଫଳ ହେଉ ।

Leave a Reply

Your email address will not be published. Required fields are marked *