ଦେଖନ୍ତୁ ନର୍କରେ କଣ ହୋଇଥାଏ ଓ କଣ ଦଣ୍ଡ ମିଳିଥାଏ- Sri Krishna

ଭଗବାନ ବିଷ୍ଣୁ ନିଜ ଗରୁଡ ପୁରାଣରେ ମଣିଷ କର୍ମ ଅନୁଯାଇ ପାପ ଆଉ ପୂଣ୍ୟ ବିଷୟରେ ଅନେକ କଥା ଲେଖିଛନ୍ତି । ତେବେ ଗରୁଡ ପୁରାଣ ପଢିବା ପରେ ଆପଣଙ୍କୁ ନର୍କ ଆଉ ସ୍ଵର୍ଗ ର ଅନ୍ତର ଜଣା ପଡିଥାଏ । ତେବେ ମଣିଷ ଜନ୍ମ ହେବା ପରେ ତା ମା ବାପା ଗୁରୁ ଇତ୍ୟାଦି ତାଙ୍କୁ ଏହି ଶିକ୍ଷା ଦେଇଥାନ୍ତି ଯେ ପାପ କରିବା ଜଘନ୍ୟ ଅପରାଧ ଅଟେ ଆଉ ଏହା କଲେ ଆପଣଙ୍କୁ ଦଣ୍ଡ ମିଳିଥାଏ । ତେବେ ଛୁଆ ବେଳୁ ସମସ୍ତେ ଏହା ମଧ୍ୟ କୁହନ୍ତି ଯେ କେହି ନଦେଖିଲେ ସେ ଉପରୱାଲା ସମସ୍ତଙ୍କୁ ଦେଖୁଛନ୍ତି ଆଉ ତାଙ୍କ ପାଇଁ ହୁଏ ତ ନିଜ ଭୁଲ ସୁଧାରୀ ନିଆ ।

ତେବେ ନିଜ କର୍ମକୁ ଯେଉଁ ବ୍ୟକ୍ତି ପୂଜା କରିଥାନ୍ତି ସେହି ଲୋକକ ଜୀବନରେ କେବେ ବି ଖରାପ ସମୟ ଆସି ନଥାଏ । ତେବେ ଯେତେ ଅସୁବିଧା ହେଲେ ମଧ୍ୟ କେବେ ପାପ କରିବେ ନାହିଁ । ଭଗବାନ ବିଷ୍ଣୁ କହିଛନ୍ତି ଯେ ଯେଉଁ ବ୍ୟକ୍ତି ପାଖରେ ବହୁତ ଧନ ଆଉ କ୍ଷୟମତା ହୋଇ ମଧ୍ୟ ସେ ଦାନ କରି ନଥାଏ ସେହି ବ୍ୟକ୍ତି ଜୀବନରେ ବହୁତ କଷ୍ଟ ଆସିଥାଏ ।

ତେବେ ଏହି ଭଳି ବ୍ୟକ୍ତି ମୃ-ତ୍ୟୁ ପରେ ନର୍କ ଲୋକକୁ ଯାଇଥାନ୍ତି । ତେବେ ଯେଉଁ ବ୍ୟକ୍ତି ସ୍ତ୍ରୀ ହରଣ, ନିର୍ଯାତନା ଆଉ ସ୍ତ୍ରୀ ବଳାତ୍କାର ଭଳି ସଙ୍ଗୀମ ଜୁର୍ମ କରିଥାଏ ତାକୁ ଘୋର କଷ୍ଟ ନର୍କ ଲୋକରେ ଭୋଗିବାକୁ ପଡିଥାଏ । ତେବେ କଣ ଆପଣ ଜାଣିଛନ୍ତି ମିଛ କହିବା, ଅନ୍ୟ ମାନଙ୍କ ଧନ ଲୁଟିକି ଖାଇବା, କାହା ପରିଶ୍ରମ ଧନ ଚୋରୀ କରିବା ଇତ୍ୟାଦି ଭଳି କର୍ମ ପାପ ଶ୍ରେଣୀ ରେ ଆସିଥାଏ ଏହି ସବୁ କାମ କରିବାରୁ ଆପଣଙ୍କୁ ବଞ୍ଚିବା ଉଚିତ ହୋଇଥାଏ ।

ତେବେ ପାପୀ ବ୍ୟକ୍ତି ମୃ-ତ୍ୟୁ ପରେ ତା ଆତ୍ମାକୁ ନର୍କ ଲୋକ ପହଞ୍ଚିବାରେ ବହୁତ କଷ୍ଟ ସମ୍ଭାଳିବାକୁ ପଡିଥାଏ ସେହି ଆତ୍ମାକୁ ଗରମ ବାଲି ଆଉ କଡା ଖରାରେ ଚାଲିବାକୁ ପଡେ ଯେଉଁଠାରେ ଟୋପେ ପାଣି ବି ତାକୁ ମିଳି ନଥାଏ, ଏହା ଛଡା ସବୁ ରିତୁ ତାଙ୍କ ଭାଙ୍କାର ରୂପରେ ରହିଥାନ୍ତି ବର୍ଷା ଘଡ ଘଡି ବହୁତ ଭୟଙ୍କର ରୂପ ନେଇଥାନ୍ତି ।

ଏହା ଛଡା ଆତ୍ମାକୁ ଗୋଟେ ନଦୀ ପାରି କରିବାକୁ ପଡିଥାଏ ଯେଉଁଥିରେ ହଜାର ହଜାର ପ୍ରକାର ଜୀବ ହୋଇଥାନ୍ତି ସମସ୍ତଙ୍କୁ ପାରି କରି ନର୍କ ପହଞ୍ଚିଲା ପରେ ସେହି ଆତ୍ମା ଦ୍ଵାରା ହୋଇଥିବା ସବୁ ପାପ ଅନୁଯାଇ ତାକୁ ଦଣ୍ଡ ଦିଆ ଯାଇଥାଏ । ନରକରେ ସବୁ ପାପ ପାଇଁ ଅଲଗା ଅଲଗା ଦଣ୍ଡ ଅଛି ଯେମିତି ଗରମ ତେଲରେ ଛାଣିବା, କଣ୍ଟାଫୋଡିବା, ଆଖି ବାହାର କରିବା ତେବେ ଏହି ସବୁ କଷ୍ଟ ଆତ୍ମାକୁ ସଭାଳିବାକୁ ପଡିଥାଏ କିନ୍ତୁ ଜୀବନ ଯାଇ ନଥାଏ ଯେତେ କଷ୍ଟ ହେଲେ ବି ଆତ୍ମା ଆମର ହୋଇଥାଏ ।

ତେବେ ଯେଉଁ ବ୍ୟକ୍ତି ଏଇଠି ନିଜ ଭୁଲ ବୁଝି ପାରି ତା ପାଇଁ ପଶ୍ଚାତାପ କରିଥାନ୍ତି ତାଙ୍କ କିଛି ପାପ କାଟି ଯାଇଥାଏ । ତେବେ ଭଗବାନ ଏତେ ନିଷ୍ଠୁର ନୁହନ୍ତି ଆପଣ ଭୁଲ କଲେ ତାର କ୍ଷମା ଅଛି କିନ୍ତୁ ଜାଣି ବୁଝି ଭୋଗ ବିଳାସ ଆଉ ମୋହରେ ପଡି ଯଦି ଆପଣ ପାପ କରନ୍ତି ତେବେ ତା ପାଇଁ କ୍ଷମା ନୁହ ଦଣ୍ଡ ଅଛି ।

Leave a Reply

Your email address will not be published. Required fields are marked *