କାଲି ପବିତ୍ର ଧନୁ ସଂକ୍ରାନ୍ତି, କରନ୍ତୁ ଏହି 3ଟି କାମ ହେବ ସବୁ ମନ ସ୍କାମନା ପୁରା 

ନମସ୍କାର ବନ୍ଧୁଗଣ, ଏହି ବର୍ଷ ପବିତ୍ର ଧନୁ ସଂକ୍ରାନ୍ତି 16 ଡିସେମ୍ବରରେ ପାଳିତ ହେବାକୁ ଯାଉଛି । ସଂକ୍ରାନ୍ତିର ଅନେକ ମହତ୍ଵ ରହିଥାଏ । ଗୋଟିଏ ବର୍ଷରେ ବାରଟି ସଂକ୍ରାନ୍ତି ପଡିଥାଏ । ସୂର୍ଯ୍ୟଙ୍କର ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବାକୁ ସଂକ୍ରାନ୍ତି କୁହାଯାଏ । ତେବେ ଆପଣ ଶୁକ୍ରବାର ଦିନ ହେବାକୁ ଯାଉଥିବା ଧନୁ ସଂକ୍ରାନ୍ତି ଦିନ କରନ୍ତୁ 3ଟି କାମ ଆପଣଙ୍କ ସମସ୍ତ ମନସ୍କାମନା ପୁରା ହେବ । ତେବେ ଆସନ୍ତୁ ଜାଣିବା ସେହି 3ଟି କାମ ସମ୍ପର୍କରେ ।

ଧନୁ ସଂକ୍ରାନ୍ତି ଧନୁ ମୁଆଁ ଭୋଗ ଶ୍ରେଷ୍ଠ ହୋଇଥାଏ । ଏହିଦିନ ଧନୁ ମୁଆଁର ପ୍ରଥମ ଭୋଗ ଭଗବାନ ଜଗନ୍ନାଥଙ୍କ ଠାରେ ଲାଗି ହୋଇଥାଏ । ଏହାପରେ ସେହି ମୁଆଁ ଭୋଗ କଣ୍ଟିଲୋ ନୀଳମାଧବ, କାକଟପୁର ମଙ୍ଗଳା ଏବଂ ଆଠଗଡର ସର୍ପେଶ୍ଵର ମହାଦେବଙ୍କ ଠାରେ ମୁଆଁ ଭୋଗ ଲାଗି ହେବାର ପ୍ରଥା ରହିଛି । ଧନୁ ମୁଆଁର ଏକ ସ୍ବତନ୍ର ମର୍ଯ୍ୟାଦା ରହିଛି ଆମ ଓଡିଶାରେ ।

ଆପଣ ନିଜ ଘରେ ପୂଜା କରିବା ସମୟରେ ଏହିଦିନ ଧନୁ ମୁଆଁ ଭୋଗ ଲଗାନ୍ତୁ ଏହା ଆପଣଙ୍କ ପାଇଁ ବହୁତ ଶୁଭ ଫଳ ଆଣିଥାଏ । ଆପଣ ନିଶ୍ଚୟ ଏହିଦିନ ଧନୁ ମୁଆଁ ମନ୍ଦିରରେ ହେଉ କିମ୍ବା ଘରେ ଭୋଗ ଲଗାନ୍ତୁ । ଏହିଦିନ ସୂର୍ଯ୍ୟ ଦେବଙ୍କର ବିଶେଷ ପୂଜା ଅର୍ଚ୍ଚନା କରାଯାଏ । ତେଣୁ ଆପଣ ଏହି ଧନୁ ସଂକ୍ରାନ୍ତି ଦିନ ସକାଳୁ ଉଠି ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ।

ଯାହାଫଳରେ ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସଦା ସର୍ବଦା ଲାଗିରହିଥାଏ । ଧନୁ ସଂକ୍ରାନ୍ତି ବର୍ଷର ଶେଷ ସଂକ୍ରାନ୍ତି ହୋଇଥାଏ । ଏହିଦିନଟି କୃଷି ପାଇଁ ତଥା କ୍ଷେତର ପୂଜା ଅର୍ଚ୍ଚନା ପାଇଁ ମାନ୍ୟତା ପାଇଛି । ଏହାକୁ କୃଷି ପର୍ବ ବୋଲି ମଧ୍ୟ କୁହାଯାଏ । ଏହିଦିନ କୃଷକ ଧାନକୁ ଘରେ ଝୁଲାଇ ଥାନ୍ତି । କ୍ଷୀରୀ ଖେଚେଡି ତିଆରି ହୋଇ ଘରେ ଭୋଗ ମଧ୍ୟ ଲଗାଯାଇଥାଏ ।

ଧାନ ମାପୁଥିବା ସମସ୍ତ ସେର ଗଉଣୀ ଇତ୍ୟାଦିରେ ଚିତ ସିନ୍ଦୁର ଲଗାଯାଇଥାଏ । ଆପଣ ଏହିଦିନ କୃଷକ ମାନଙ୍କ କାମରେ ନିହାତି କିଛି ସାହାର୍ଯ୍ୟ କରନ୍ତୁ । ଆପଣ ଜଡିଏହି ସାହାର୍ଯ୍ୟ କରନ୍ତି ତେବେ ଆପଣଙ୍କ ଉପରେ ପ୍ରଭୁ ସୂର୍ଯ୍ୟ ଦେବଙ୍କ ସହ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ମିଳିଥାଏ । ଏହା କରିବା ପରେ ଆପଣଙ୍କ ଘରେ କେବେ ବି ଧନର ଅଭାବ ରହିନଥାଏ ।

ଆପଣଙ୍କ ସମସ୍ତ ମନ ସ୍କାମନା ଗୁଡିକ ମଧ୍ୟ ଭଗବାନ ପୁରା କରିବାଲୁ ଲାଗିଥାନ୍ତି । ତେବେ ଆପଣ ଏହି ସମସ୍ତ କାର୍ଯ୍ୟ ଧନୁ ସଂକ୍ରାନ୍ତି ଦିନ ପାଳନ କରନ୍ତୁ ଆପଣଙ୍କ ମନର ସମସ୍ତ ଇଚ୍ଛା ନିଶ୍ଚୟ ପୁରା ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ସେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *