କଣ ପାଇଁ ସନ୍ୟାସ ଧର୍ମ ଗ୍ରହଣ କରିଲେ ବବି ମିଶ୍ର ଓ କୋଏଲ ବାନାର୍ଜୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଅଭିନେତା ବବି ମିଶ୍ର ଏବଂ ଅଭିନେତ୍ରୀ କୋଏଲ ବାନାର୍ଜୀ ଙ୍କ ସମ୍ବନ୍ଧରେ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଦୁହିଁଙ୍କ ଜବରଦସ୍ତ ଅଭିନୟ ମଧ୍ୟ କାହାକୁ ଅଛପା ରହି ନାହିଁ । ଅଭିନେତା ବବି ମିଶ୍ର ନିଜ କ୍ୟାରିଅର ର ଆରମ୍ଭ ଓଡ଼ିଆ ଆଲବମ୍ ଜଗତ ରୁ ହିଁ ଆରମ୍ଭ କରିଥିଲେ । ଏହାପରେ ତାଙ୍କୁ ଅନେକ ଓଲିଉଡ ଫିଲ୍ମ ରେ ଦେଖିବାକୁ ମିଳିଥିଲା ଏବଂ ଫିଲ୍ମ ରେ ତାଙ୍କୁ ନେଗେଟିଭ ଚରିତ୍ରରେ ଦେଖିବାକୁ ମିଳିଥାଏ । ଅଭିନେତା ବବି ମିଶ୍ର ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥାନ୍ତି ଏବଂ ନିଜର ଅଭିନୟ ମାଧ୍ୟମରେ ଏହି ଅଭିନେତା ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ।

ବବି ମିଶ୍ର ଙ୍କ ପତ୍ନୀ ହେଉଛନ୍ତି ଅଭିନେତ୍ରୀ କୋଏଲ ବାନାର୍ଜୀ । ଏହି ଅଭିନେତ୍ରୀ ଜଣେ ବଙ୍ଗାଳୀ ଝିଅ ହେବା ସତ୍ତ୍ୱେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ବିଶେଷ ନାମ କମାଇ ପାରିଛନ୍ତି । କୋଏଲ ବାନାର୍ଜୀ ଙ୍କୁ ଅନେକ ଓଡ଼ିଆ ଫିଲ୍ମ ରେ ଦେଖିବାକୁ ମିଳିଥାଏ ଏବଂ ଫିଲ୍ମ ରେ ତାଙ୍କୁ ମୁଖ୍ୟ ଭୂମିକା ତଥା ନାୟିକା ରୂପରେ ଦେଖିବାକୁ ମିଳିଥାଏ । ତାଙ୍କର ଅଭିନୟ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ କରିଥାନ୍ତି ଏବଂ ଅଭିନେତ୍ରୀ କୋଏଲ ବାନାର୍ଜୀ ନିଜର ଅଭିନୟ ମାଧ୍ୟମରେ ବିଶେଷ ପ୍ରସିଦ୍ଧି ଏବଂ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ।

ଅଭିନେତା ବବି ମିଶ୍ର ଏବଂ ଅଭିନେତ୍ରୀ କୋଏଲ ବାନାର୍ଜୀ ଙ୍କ ସାକ୍ଷାତ ଫିଲ୍ମ ସେଟ ରେ ହିଁ ହୋଇଥିଲା ଏବଂ ତା ପରେ ଏହି ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ । ଏହାର କିଛି ବର୍ଷ ପରେ ଏହି ଯୋଡ଼ି ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ବବି ମିଶ୍ର ଏବଂ କୋଏଲ ବାନାର୍ଜୀ ନିଜର ଫିଲ୍ମ ପାଇଁ ସନ୍ୟାସ ବେଶ ନେଇଥିଲେ ଓ ସେହି ଫଟୋ କୁ ନିଜର ଇଂଷ୍ଟଗ୍ରାମ ଆକାଉଣ୍ଟ ଓ ଫେସବୁକ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ।

ଏହି ଫଟୋ ସୋସିଆଲ ମିଡିଆ ରେ ବହୁତ ମାତ୍ରାରେ ଭାଇରଲ ମଧ୍ୟ ହୋଇଛି । ଏହି ଦୁହିଁଙ୍କ ସନ୍ୟାସ ବେଶରେ ଥିବା ଏହି ଫଟୋ କୁ ଦେଖି ଦର୍ଶକ ମାନେ ଭାବୁଛନ୍ତି ଯେ ଏହି ଯୋଡ଼ି ଅର୍ଥାତ ବବି ମିଶ୍ର ଏବଂ କୋଏକ ବାନାର୍ଜୀ ସନ୍ୟାସ ଧର୍ମ ଗ୍ରହଣ କରିଛନ୍ତି । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଅଭିନେତା ବବି ମିଶ୍ର ଏବଂ କୋଏଲ ବାନାର୍ଜୀ ଙ୍କ ଯୋଡ଼ି ଙ୍କ ସମ୍ବନ୍ଧରେ ଚର୍ଚ୍ଚା ରେ ଥିବା ଏହି ଘଟଣା ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *