କଣ ଥିଲେ ଆଉ ଆଜି କଣ ହୋଇଗଲେଣି ଜଗରାତାରେ ଗାଉଥିବା Neha kakkar

ନେହା କକଡ ଆଜି ବଲୀଉଡର ସବୁଠାରୁ ମହଙ୍ଗା ସିଙ୍ଗର ଅଟନ୍ତି । ନେହାଙ୍କ ଜୀବନ କେତେ କଷ୍ଟକର ଥିଲା ତାହା ଶୁଣି ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ନେହା କେମିତି ଏତେ ବଡ ସିଙ୍ଗର ହୋଇଛନ୍ତି ।

ତେବେ ସମସ୍ତଙ୍କ ଜୀବନରେ ବହୁତ ଅସୁବିଧା ଆସେ କିନ୍ତୁ ଯିଏ ନିଜ ଭାଗ୍ୟ ସହ ଲଢି ନୂଆ ଜୀବନ ପାଇଥାନ୍ତି କିନତି କିଛି ଲୋକ ଭାଗ୍ୟକୁ ମାନି କିଛି ଚେଷ୍ଟା ମଧ୍ୟ କରନ୍ତି ନାହିଁ ସେହି ଭଳି ଲୋକ କେବେ ଉପରୁକୁ ଉଠି ପାରନ୍ତି ନାହିଁ ।

Image Courtesy: Google

ନେହା ନିଜ ଇଣ୍ଟରଭ୍ୟୁରେ କହିଥିଲେ ଯେ ଯେତେବେଳେ ସେ ନିଜ ମା ପେଟରେ ଥିଲେ ସେହି ସମୟରେ ତାଙ୍କ ପରିବାରରେ ଏତେ ଆର୍ଥିକ ସମସ୍ଯା ଚାଲୁଥିଲା ଯେ ତାଙ୍କ ବାପା ମା ଆଉ ଗୋଟେ ସନ୍ତାନ ପାଇଁ ରେଡି ନଥିଲେ ଓ ତାଙ୍କ ମା ହସ୍ପିଟଲ ମଧ୍ୟ ଯାଇଥିଲେ କିନ୍ତୁ ଛୁଆ ୮ ସପ୍ତାହର ହୋଇଥିଲା ସେଥିପାଇଁ ଡକ୍ଟର ଏହି କାମ ପାଇଁ ମନା କରିଥିଲେ ଓ ଆଜି ଆମେ ନେହାଙ୍କୁ ଦେଖି ପାରିଲୁ ନଚେତ ନେହା ଆମ ମଝିରେ ନଥାନ୍ତେ । ନେହା ବହୁତ ଚୁଲବୁଲି ସ୍ଵଭାବ ଝିଅ ଅଟନ୍ତି କିନ୍ତୁ ତାଙ୍କ ଜୀବନ ବହୁତ କଷ୍ଟରେ କଟିଛି ।

Image Courtesy: Google

ତାଙ୍କ ବାପା ଜଗରାତା ସମୟରେ ରାତି ରାତି ବାହାରେ ଗୀତ ଗାଈଥାନ୍ତି ଯାହା ଦ୍ଵାରା ତାଙ୍କୁ କିଛି ଟଙ୍କା ମିଳିଥାଏ ଓ ନେହା କିଛି ବଡ ହାବା ପରେ ନିଜ ବଡ ଭଉଣୀ ଓ ବାପାଙ୍କ ସହ ଜଗରାତାରେ ଗୀତା ଗାଇବାକୁ ଯାଇଥାନ୍ତି । ନେହାଙ୍କ ବାପା ତାଙ୍କ ଘର ଚଳେଇବା ପାଇଁ କଲେଜ ଆଗରେ ସମୋସା ମଧ୍ୟ ବିକିଛନ୍ତି ଓ ସେହା ଦ୍ଵାରା ନେହା ଓ ତାଙ୍କ ଭାଇ ଭଉଣୀ ମାନଙ୍କ ପେଟ ପାଳିଥିଲେ । ନେହାଙ୍କ ବାପା ପାଖରେ ଖାଇବାକୁ ଟଙ୍କା ନଥିଲା ଛୁଆଙ୍କୁ ପଢେଇଥାନ୍ତେ କେମିତି ।

Image Courtesy: Google

କିନ୍ତୁ ୪ ବର୍ଷ ବୟସରୁ ନେହା ଗାଇବା ଆରମ୍ଭ କଲେ ଓ ନିଜ ବାପା ଓ ଭଉଣୀ ସହ ମିଶି ସେ ମଧ୍ୟ କିଛି କିଛି ଟଙ୍କା ପାଇଁ ରାତି ରାତି ସାରା ସ୍ଟେଜରେ ଗାଇଛନ୍ତି । ନେହା ନିଜ ଇଣ୍ଟରଭ୍ୟୁରେ କହିଥିଲେ ଯେ ତାଙ୍କ ବାପାଙ୍କ ଏହି କାମ ପାଇଁ ତାଙ୍କ ସାଙ୍ଗମାନେ ତାଙ୍କୁ ଓ ତାଙ୍କ ଭାଇ ଭଉଣୀକୁ ବହୁତ ଚିଢଉଥିଲେ ଯାହା ଦ୍ଵାରା ତାଙ୍କୁ ବହୁତ ମନ ଦୁଃଖ ହୋଇଥାଏ କିନ୍ତୁ ସେ କାହାକୁ କିଛି କୁହନ୍ତି ନାହିଁ ।

Image Courtesy: Google

ତେବେ ସେ ଏହା ମଧ୍ୟ କହିଲେ ଯେ ତାଙ୍କୁ ଏହି ଜୀବନ କେବଳ ଇଣ୍ଡିଅନ ଆଇଡଲ ଦ୍ଵାରା ପ୍ରାପ୍ତ ହେଲା କାହିଁକିନା ଆଜି ଯେଉଁ ଇଣ୍ଡିଅନ ଆଇଡଲ ଶୋ କୁ ନେହା ଜଜ କରୁଛନ୍ତି କେବେ ସେ ଏହି ଇଣ୍ଡିଅନ ଆଇଡଲ ସ୍ଟେଜରେ କନଟେସଟେଣ୍ଟ ହୋଇ ଆସିଥିଲେ ଓ ତାଙ୍କ କଳାକୁ ଲୋକ ଜାଣିବାକୁ ପାଇଥିଲେ ଓ ତାଙ୍କୁ ଅଫର ମିଳିଥିଲା ଯାହା ପରେ ସେ ଉପରକୁ ଉଠିବାକୁ ଲାଗିଥିଲେ ଓ ଆଜି ସେ ଯେଉଁ ଜାଗାରେ ଅଛନ୍ତି ତାହା ଆପଣ ମାନେ ସମସ୍ତେ ଜାଣିଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *