‘ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ମହାନତା ” ମନେ ପକାଇ କାନ୍ଦି କାନ୍ଦି କିଛି ଏମିତି କହିଲେ ବ୍ୟକ୍ତି ଜଣଙ୍କ… ଦେଖନ୍ତୁ Video

ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ବର୍ତ୍ତମାନ ତାଙ୍କର ପୁତ୍ର ରୁଦ୍ର ମହାରଥୀ ପିପିଲିର ନୂଆ ବିଧୟାକ ରୂପରେ ନିର୍ବାଚିତ ହୋଇଛନ୍ତି । ଏହି ଖବର ଶୁଣିବା ପରେ ସାଲେପୁଅର ଶିବ ସାହୁ ଯିଏକି ଠିକ ସେ ଦେଖି ପାରୁ ନାହାନ୍ତି ତଥାପି ସେ ରୁଦ୍ରଙ୍କୁ ଶୁଭେଚ୍ଛା ଦେବା ପାଇଁ ତାଙ୍କ ଘରକୁ ଆସିଛନ୍ତି । ଶିବୁ ସାହୁ ନାମକ ଏହି ବ୍ୟକ୍ତି ଜଣକ ମିଡିଆ ସହ କଥାବାର୍ତ୍ତା କରି କହିଲେ କି କିଛି ବର୍ଷ ତଳେ ଆମ ଗାଁରେ ଗୋଟିଏ ଯାତ୍ରା ପାର୍ଟି ପଡିଥିଲା । ସେହି ସମୟରେ ଆମ ପରିବାର ବହୁତ ଗରିବ ଥିଲେ ।

ଆମ ପରିବାର କହିଲେ ମୁଁ, ବାପା ଓ ମା । ଆମେ ବହୁତ କଷ୍ଟରେ ଚଳୁ । ସେହି ସମୟରେ ପ୍ରଦୀପ ମହାରଥୀ ମୋ ପାଖକୁ ଆସି ପଚାରିଲେ କି କାନ୍ଦୁଚ କଣ ପାଇଁ । ମୁଁ କହିଲି ସକାଳୁ ମୁଁ, ବାପା ଓ ମା କଣ ଖାଇବୁ ସେହି କଥା ଚିନ୍ତା କରି କରି କାନ୍ଦୁଛି । ମୋରି ଉପରେ ଘରର ସମସ୍ତ ଦାୟିତ୍ଵ ।

ପ୍ରଦୀପ ମହାରଥୀ ମୋତେ ବୁଝାଇ ୫୦୦ ଟଙ୍କା ହାତରେ ଦେଲେ । ମୋତେ କହିଲେ କି ତମ କଲେକ୍ଟର ପାଖକୁ ଯିବ ଓ ସେଠି ଗୋଟିଏ ତୋର ହ୍ୟାଣ୍ଡିକେଫ୍ଟ ସାର୍ଟିଫିକେଟ ବାହାର କରିବୁ । ତୋର ଭତ୍ତା ହେଇଯିବ । ୫୦୦ ଟଙ୍କା ଧ ସକାଳୁ ରୋଷେଇ କରି ଖାଇବୁ । କାନ୍ଦିବା ଦରକାର ନାହିଁ । ପ୍ରଦୀପ ମହାରଥୀ ତ ମରିଗଲେ ଓ ତାଙ୍କ ପୁଅ ବର୍ତ୍ତମାନ ଜିତି ଯାଇଛି । ସେଥିପାଇଁ ମୁଁ ଖୁସିରେ ଆସିଛି । ଏହି ବ୍ୟକ୍ତି ଜଣକ ଆଗକୁ କହିଲେ କି ମୋର ଆଶା ଅଛି କି ସେ ଭଲ କାମ କରିବେ ।

ନିଜ ବାପାର ନାଁ ରଖିବେ । କହିଦେଉଛୁ କି ବ୍ୟକ୍ତି ଜଣକ ଗତକାଲି ରାତିରେ ପିପିଲିରୁ ବସରେ ଭୁବନେଶ୍ଵର ଆସିଲେ । ଭୁବନେଶ୍ଵରରେ ପିପିଲି ବସରେ ବସି ପିପିଲି ଆସିଛନ୍ତି । ଗତକାଲି ରାତିରୁ ସେ ରୁଦ୍ରକୁ ଦେଖା କରିବା ପାଇଁ ଅପେକ୍ଷା କରିଛନ୍ତି । କହିଦେଉଛୁ କି ଏହି ବ୍ୟକ୍ତି ଜଣଙ୍କ ଆଖିକୁ ଭଲ ଭାବରେ ଦେଖା ଯାଉ ନାହିଁ ଓ ତାଙ୍କର ପରିବାର ବହୁତ ଗରିବ ।

ଏହା ସତ୍ବେ ବି ସେ ଏତେ ରାସ୍ତା କେବଳ ରୁଦ୍ର ମହାରଥୀଙ୍କୁ ଦେଖା କରିବା ପାଇଁ ଆସିଛନ୍ତି । ପ୍ରଦୀପ ମହାରଥୀ ତାଙ୍କୁ ଯେଉଁ ସହଯୋଗ କରିଥିଲେ ଆଜି ପର୍ଯ୍ୟନ୍ତ ସେ ସେହି ସାହାର୍ଯ୍ୟକୁ ସେ ଭୁଲି ପାରି ନାହାନ୍ତି । ସେଥିପାଇଁ ସେ ଆଜି ତାଙ୍କ ପୁଅର ଜିତିବା ଖୁସିରେ ଦେଖା କରିବା ପାଇଁ ଏତେ ରାସ୍ତା ଆସିଛନ୍ତି ।

Leave a Reply

Your email address will not be published. Required fields are marked *