କାହିଁକି Aadhaar ସହ ପ୍ୟାନ ଲିଙ୍କ କରିବା ବାଧ୍ୟତାମୂଳକ ? ଜାଣନ୍ତୁ କାହିଁକି ଏହା ଜରୁରୀ

ନମସ୍କାର ବନ୍ଧୁଗଣ, ଆସନ୍ତା ମାର୍ଚ୍ଚ 31ରେ ଶେଷ ହେବାକୁ ଯାଉଛି ଆଧାର ସହ ଲିଙ୍କ କରିବା ତାରିଖ । ଯଦି ଆପଣ ଆଧାର ସହ ଲିଙ୍କ କରି ନାହାନ୍ତି ତେବେ ଆପଣଙ୍କ ପ୍ୟାନ ଏପ୍ରିଲ 1ରୁ ନିଷ୍କ୍ରିୟ ହୋଇଯିବ । ଏହା ଦ୍ଵାରା ଆପଣଙ୍କର ଅନେକ ଜରୁରୀ କାର୍ଯ୍ୟରେ ବାଦାହ ସୃଷ୍ଟି ହୋଇପାରେ । ଡିଜିଟାଲ ଯୁଗରେ ସବୁ କାମ ଡିଜିଟାଲରେ ହେଉଥିବା ବେଳେ ପ୍ରତି କାମରେ ପରିଚୟପତ୍ର ଭାବେ ଆଧାର କାର୍ଡର ବ୍ୟବହାର କରାଯାଉଛି ।

ଏଣିକି ଆପଣଙ୍କୁ ଆଧାର ସହ ପ୍ୟାନ ଲିଙ୍କ କରିବାକୁ ପଡିବ । ଯଦି ଆପଣ ନିର୍ଧାରିତ ସମୟ ଭିତରେ ପ୍ୟାନ ଆଧାର ଲିଙ୍କ କରାଉ ନାହାନ୍ତି ତେବେ ଆପଣଙ୍କ ପ୍ୟାନ କାର୍ଡ ବାତିଲ ହୋଇଯିବ । ଏହା ସହ 1000 ଟଙ୍କା ଫାଇଁ ଦେବାକୁ ପଡିବ । ସେଣ୍ଟର ବୋର୍ଡ ପକ୍ଷରୁ ଏପରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ସିକ୍ଯୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ ଇଣ୍ଡିଆ ପକ୍ଷରୁ ନିବେଶଙ୍କ ପାଇଁ  ଆଧାର ସହ ପ୍ୟାନ ଲିଙ୍କ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଏଭଳି ମନ୍ତବ୍ୟ ଅନେକ ପ୍ରଶ୍ନବାଛି ସୃଷ୍ଟି କରୁଛି ଯେ ଆଧାର ସହ ପ୍ୟାନ ଲିଙ୍କ ହେବାର କାରଣ ଏବଙ ଏହାର ଫାଇଦା କଣ ହେବ ଆସନ୍ତୁ ଜାଣିବା । ଆୟକର ବିଭାଗ ପକ୍ଷରୁ ଏହି ନିୟମ ଆସିବା ପରେ ଏହା ଦେଖିବାକୁ ମିଳିଛି ଅନେକ ଲୋକଙ୍କ ପ୍ୟାନ ନମ୍ବର ସମାନ ଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଏକାଧିକ ସଂଖ୍ୟକ ପ୍ୟାନ କାର୍ଡ ବଣ୍ଟନ କରାଯାଇଛି ।

ଜୁଲାଇ 1 2017 ମସିହା ପରେ ଯେଉଁ ମାନେ ପ୍ୟାନ କାର୍ଡ ପାଇଛନ୍ତି ସେମାନଙ୍କ ଆଧାର ସହ ପ୍ୟାନ ଲିଙ୍କ କରିବା ଆବଶ୍ୟକତା ରହିଛି । ଯଦି ଆପଣଙ୍କୁ 80 ବର୍ଷ ବା ଉର୍ଦ୍ଧ ତେବେ ଆଧାର ସହ ପ୍ୟାନ ଲିଙ୍କ କରିବାର ଜରୁରତ ନାହି । ଯେଉଁ ବ୍ୟକ୍ତି ଅଣ ଆୟକର ଦେଓବର୍ଗ ଅନ୍ତର୍ଭୁକ୍ତ ସେମାନଙ୍କୁ ପ୍ୟାନ ଲିଙ୍କ କରିବାର ଜରୁରତ ନାହି ।

ଯଦି ଆପଣ ଭାରତୀୟ ନାଗରିକ ନୁହନ୍ତି ତେବେ ଆପଣଙ୍କୁ ଆଧାର ସହ ପ୍ୟାନ ଲିଙ୍କ କରିବାର ଜରୁରତ ନାହି । ଯଦି ଆପଣ ନିର୍ଧାରିତ ସମୟରେ ଆଧାର ସହ ପ୍ୟାନ ଲିଙ୍କ କରୁ ନାହାନ୍ତି ତେବେ ପ୍ୟାନ କାର୍ଡ ନିଷ୍କ୍ରିୟ ହେବ । ଏହା ଦ୍ଵାର ଆୟକର ଋଟର୍ନ ଦାଖଲ କରିବା ସମୟରେ ଅସୁବିଧାର ସମୁଖୀନ ହେବେ । ପ୍ୟାନ ନିଷ୍କ୍ରିୟ ହେତୁ ଆପଣଙ୍କ ଟ୍ୟାକ୍ସ ମଧ୍ୟ କଟାଯିବାର ସମ୍ଭାବନା ବୃଦ୍ଧି ପାଇବ ।

ବ୍ଯାଙ୍କ ବା ଆର୍ଥିକ କାରୋବାରରେ ବି ଆପଣ ଅସୁବିଧାର ସମୁଖୀନ ହେବେ । ଏପରି କରିବା ପାଇଁ ପ୍ୟାନ ଏକ KYC ଡକୁମେଣ୍ଟ ଅଟେ । ସାଧାରଣତଃ ଷ୍ଟକ ବଜାରରେ ପୁଞ୍ଜି ନିବେଶ କରିବାକୁ ପ୍ୟାନ ଜରୁରୀ ପରିଚୟ ଭାବେ କାର୍ଯ୍ୟ କରିଥାଏ । ଏଥିପାଇଁ ସେୟାର ବଜାରରେ କାମ କରୁଥିବା ସବୁ ନିବେଶକଙ୍କ ପାଇଁ ଏହା ନିହାତି ଜରୁରୀ ।

ଏମିତି କରିଲେ ଟଙ୍କାର ଲେନଦେନ ସମୟରେ କିଛି ଅସୁବିଧା ହେବ ନାହି । ଇନକମ ଟ୍ୟାକ୍ସର 1961ର ନିୟମ ଅନୁଯାୟୀ ସବୁ ଲୋକଙ୍କ ପାଇଁ ପ୍ୟାନ ଆଧାର ସଂଯୋଗ କରିବାର ଜରୁରତ ଅଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *