କଣ ଶରୀର ଛାଡିବା ସମୟରେ ଆତ୍ମାକୁ କଷ୍ଟ ହୋଇଥାଏ ? Garuda Purana

ଆପଣ ମାନେ ଜାଣିଥିବେ ଆତ୍ମା ଏକ ଏମିତି ବିଷୟ ବସ୍ତୁ ଯାହା ବିଷୟରେ ଜଣାଇବା ପାଇଁ ଲୋକ ମାନେ ପ୍ରୟାସ କରିଥାନ୍ତି । ସନାତାନ ଧର୍ମ ଓ ଗରୁଡ ପୁରାଣରେ ଏହାକୁ ନେଇ ଅନେକ କଥା କୁହା ଯାଇଛି । ଗରୁଡ ପୁରାଣରେ ମଣିଷର ମୃତ୍ୟୁ ପରେ ତାର ଆତ୍ମା କେମିତି ହୋଇଥାଏ ତାହା ବିଷୟରେ ଲେଖା ଯାଇଛି ।

ଯେଉଁ ବ୍ୟକ୍ତି ଜୀବନରେ ଭଲ କାମ କରିଥାଏ ତାର ଆତ୍ମାକୁ ଜଲ୍ଦି ମୋକ୍ଷ ମିଳିଥାଏ । କିନ୍ତୁ ଖରାପ କାମ କରିଥିବା ବ୍ୟକ୍ତିର ଆତ୍ମାକୁ ଅନେକ କଷ୍ଟ ଭୋଗିବାକୁ ପଡିଥାଏ । ମଣିଷ ଯେମିତି ପ୍ରତି ଦିନ କପଡା ବଦଳାଲାଇ ଥାଏ ଠିକ ସେହିପରି ତ୍ମା ମାନେ ଜଣଙ୍କ ଶରୀରର ରୁ ଅନ୍ୟ ଜଣକ ଶରୀରକୁ ପ୍ରବେଶ କରିଥାନ୍ତି ।

ଏହି ପ୍ରକ୍ରିୟା ସେତିକି ସମୟ ଯାଏଁ ଚାଲିଥାଏ ଯେଉଁ ଯାଏଁ ସେହି ଆତ୍ମାକୁ ମୋକ୍ଷ ନ ମିଳିଛି । ତେବେ ଯେଉଁ ଆତ୍ମା ଭଲ ହୋଇଥିବ ସେ ଗର୍ଭବତୀ ମହିଳା ଶରୀରରେ ସହଜରେ ପ୍ରବେଶ କରିପାରେ । ଏଥିପାଇଁ କୌଣସି କଷ୍ଟ ଗର୍ଭବତୀ ମହିଳା ପାଏ ନାହି ।

କିନ୍ତୁ ଯଦି ଆତ୍ମା ପୂର୍ବ ଜନ୍ମରେ ଖରାପ କାମ କରିଥାଏ ତେବେ ସେ ଯେତେବେଳେ ଗର୍ଭବତୀ ମହିଳାଙ୍କ ଶରୀରରେ ପ୍ରବେଶ କରିଥାଏ ତେବେ ମହିଳାଙ୍କୁ ବହୁତ କଷ୍ଟ ହୋଇଥାଏ । ଆପଣ ମାନେ ଦେଖିଥିବେ କିଛି ଗର୍ଭବତୀ ମହିଳା ମାନେ ୩ ମାସରୁ ଅନେକ ଯନ୍ତ୍ରଣା ଅନୁଭବ କରିଥାନ୍ତି ।

ଏହା କେବଳ ଏହାର ପରିଣାମ ହୋଇଥାଏ । ଏ ସଂସାରରେ ସବୁ ପ୍ରାଣୀ ନଶ୍ଵର ଅଟନ୍ତି । ମଣିଷ ଜନ୍ମ ନେଇଛି ମାନେ ତାର ମୃତ୍ୟୁ ନିଶ୍ଚିନ୍ତ ଅଟେ । ବିଶେଷ କଥା ହେଉଛି ଯେବେ ବ୍ୟକ୍ତି ଶରୀରରୁ ଆତ୍ମା ବାହାରି ଥାଏ ସେହି ସମୟରେ ବ୍ୟକ୍ତି ନିଜ ହୋସରେ ନ ଥାଏ ବା କିଛି ଜାଣିପାରେ ନାହି ।

ଗରୁଡ ପୂରଣ ଅନୁସାରେ ବ୍ୟକ୍ତି ମୃତ୍ୟୁ ପରେ ୯ଟି ଦ୍ଵାର ମଧ୍ୟରୁ ଗୋଟିଏ ଦ୍ଵାରାରେ ନିଜ ଶରୀର ତ୍ୟାଗ କରିଥାଏ । ଯେମିତିକି ଆଖି, ପାଟି, କାନ, ନାକ ବା ବାହ୍ୟଅଙ୍ଗ । ଯେଉଁ ବ୍ୟକ୍ତି ବାହ୍ୟଅଙ୍ଗରେ ଶରୀର ତ୍ୟାଗ କରିଥାଏ ସେ ମଳମୁତ୍ର କରିଥାଏ ।

ଯେଉଁ ବ୍ୟକ୍ତି ସର୍ବଦା କାମ ବାସନାରେ ରହିଥାଏ ବା ସ୍ଵାର୍ଥପର ହୋଇଥାଏ ସେହି ଭଳି ବ୍ୟକ୍ତିର ଆତ୍ମା ବହୁତ କଷ୍ଟ ପାଇଥାଏ । ଏହିଭଳି ବ୍ୟକ୍ତିର ମୃତ୍ୟୁ ନିକଟତର ହେଲେ ସେମାନେ ନିଜ ଦ୍ରୁଷ୍ଟିଶକ୍ତି ବା କଥା କହିବା ଶକ୍ତି ହରାଇଥାନ୍ତି । ଏହିଭଳି ବ୍ୟକ୍ତିର ମୃତ୍ୟୁ ପୂର୍ବରୁ ଆଖି ଖୋଲା ରହିଯାଏ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ସତମାର୍ଗରେ ରହିଥାଏ ତାର ପ୍ରାଣବାୟୁ ମୁହଁ ପଟେ ଯାଇଥାଏ ଯାହା ଅତ୍ଯନ୍ତ ଶୁଭ ହୋଇଥାଏ ।

ଗରୁଡ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ବଞ୍ଚିଥିବା ବେଳେ ନିଜ ପରିବାର ପ୍ରତି ସଂପୂର୍ଣ୍ଣ ଭାବେ ଦାୟିତ୍ଵ ତୁଲାଇଥାଏ ଓ ବୈରାଗୀ ହୋଇଥାଏ ସେହି ବ୍ୟକ୍ତିର ଶରୀର ନାକ ବାଟେ ତ୍ୟାଗ କରିଥାଏ ଯାହା ଶୁଭ ମାନଯାଏ । ଏହିପରି ଭାବେ ଆତ୍ମା ଶରୀର ତ୍ୟାଗ କରିବା ବ ପ୍ରବେଶ କରିବା ସମୟରେ ଅନୁଭବ କରିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *