ACF Soumyaranjan ଡେଥ ମିଷ୍ଟ୍ରି: ଡେଟ୍ ସହିତ ହେଟ୍…କଣ ଥିଲା ବିଦ୍ୟା ଭାରତୀଙ୍କ ଡାଇରୀର ୧+୧+୧ ର ରହସ୍ୟ ? ଦେଖନ୍ତୁ Video

ସୋମ୍ୟରଞ୍ଜନଙ୍କ ମୃ–ତ୍ୟୁକୁ ନେଇ ବିଦ୍ୟା ଭାରତୀଙ୍କର ଗୋଟିଏ ପରେ ଗୋଟିଏ ହାତ ଲେଖା ଚିଠି ସାମନାକୁ ଆସୁଛି । ସୂଚନା ଅନୁସାରେ ବିଦ୍ୟା ଭାରତୀଙ୍କର ହାତ ଲେଖା ଚିଠିରେ ଲେଖା ଯାଇଛି ଯେ “ଦୁନିଆରେ ମୁଁ ସବୁଠୁ ଅଧିକ ଘୃଣା କରେ” । ଡାଏରୀର ଅନ୍ୟ ପରେ ଲେଖା ଯାଇଛି ଯେ “୩୧ ତାରିଖ ୧+୧+୧” ଏହିଭଳି ଭାବେ ସିକୱେନସି ଆଗକୁ ବଢିବାରେ ଲାଗିଛି ।

ଅନ୍ୟ ଆକ ପଟେ “ଆଇ ହେଟ ୟୁ” ସହ “ଏପ୍ରିଲ ୨ରେ ୧+୧+୧+୧+୧+୧+୧’ ସମାନ ଭାବେ ଲେଖା ଯାଇଛି । ଏଥିରୁ ସ୍ପଷ୍ଟ ହେଉଛି ବିଦ୍ୟା ନିଜ ସ୍ଵାମୀ ସୋମ୍ୟଙ୍କୁ କେତେ ଘୃ-ଣା କରୁଥିଲେ । ଯେତେ ସମୟ ସେ ସୋମ୍ୟଙ୍କ ସହ କଥା ହେଉଥିଲେ ବା ଦେଖୁଥିଲେ ସେତିକି ଡାଏରୀରେ “୧+୧+୧” ଲେଖିଛନ୍ତି । ଏହା ତଳକୁ ଡାଏରୀରେ ଲେଖା ଯାଇଛି ଯେ “ହେ ପ୍ରଭୁ ଜୀବନ ସାରା ତୋ ପାଖରେ ଋଣି ହୋଇ ରହିବି ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇ ସେବା କରିବି କିନ୍ତୁ କିଛି ବି କରି ଡିଭୋର୍ସ କରେଇ ଦିଅ” ।

ଏହା ପରେ ବିଦ୍ୟା ଖ-ରା-ପ ଭା-ଷା-ର ପ୍ରୟୋଗ କରି ଲେଖିଛନ୍ତି “ମରିବା ବେଳେ ମୁହଁରେ ପୋକ ପଡୁ, ଛି ମୋ ଦୁସମନକୁ ଏମିତି ଗୋଟେ ଲୋକ ନ ଦିଅନ୍ତୁ” । ଡାଏରୀରେ ସବୁ ଫର୍ଦରେ ବିଦ୍ୟା ଏପରି ଭାଷାର ପ୍ରୟୋଗ କରିଛନ୍ତି ଯାହାକୁ ଦେଖିଲେ ଲାଗୁଛି ସେ ନିଜ ସ୍ଵାମୀ ସୋମ୍ୟଙ୍କୁ କେତେ ଘୃଣା କରୁଥିଲେ ।

ଦିନକୁ ଦିନ ଏହି ଡାଏରୀର ଅନେକ ପୃଷ୍ଠା ସାମନାକୁ ଆସୁଛି । ଆଗକୁ ଆଉ କେତେ ପୃଷ୍ଠା ବାହାରିବ ତାହାକୁ ନେଇ ପ୍ରଶ୍ନ ଉଠୁଛି । ଡାଏରୀରେ ଲେଖା କଣ ସୋମ୍ୟଙ୍କ ପାଇଁ ଉଦିଷ୍ଟ ଥିଲା ନାଁ ଆଉ କାହା ପାଇଁ ଥିଲା ତାହା ଏ ଯାଏଁ ଜଣାପଡି ନାହି । କାରଣ ବିଦ୍ୟା ଡାଏରୀରେ ସୋମ୍ୟଙ୍କ ନାଁ ସ୍ପଷ୍ଟ କରି ନାହାନ୍ତି ।

ଏହା ଛଡା ବିଦ୍ୟା ଲେଖିଛନ୍ତି “ମା ତାରିଣୀ ମତେ ରକ୍ଷା କର” । ତେବେ ବିଦ୍ୟା ପୁରୀ ଯାଇଥାନ୍ତେ କି କେଉଁଝର ଯାଇଥାନ୍ତେ ତାହା ଏ ଯାଏଁ ନିଜେ ବି ଜାଣି ନାହାନ୍ତି । କୁହାଯାଏ ପ୍ରେମ ଓ ଘୃଣା ଦୁଇଟି ପାର୍ଶ୍ଵ ଅଟେ । ଯିଏ ଯାହାକୁ ଭଲ ପାଏ ତାକୁ ହିଁ ଘୃ-ଣା କରେ । ତେବେ ବିଦ୍ୟା ଓ ସୋମ୍ୟଙ୍କ ବିବାହର ୩ ମାସ ଯାଏଁ ସବୁ ଠିକ ଥିଲା ଓ ଏହା ପରେ ଘୃ-ଣା ଆରମ୍ଭ ହୋଇଥିଲା ବୋଲି ବିଦ୍ୟା କହିଛନ୍ତି ।

ସୋମ୍ୟଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିବା ବୋଲି ବିଦ୍ୟା ଗଣ ମାଧ୍ୟମ ବା ରେକଡିଙ୍ଗ କରି ପାରିଲେ ତେବେ ଏ ବାବଦରେ ନିଜ ଡାଏରୀରେ କଣ ପାଇଁ ଲେଖି ନାହାନ୍ତି ତାହା ପ୍ରଶ୍ନ ଉଠୁଛି । ଡାଏରୀରେ ଲେଖା ଥିବା କଥା ଗୁଡିକରେ କଣ ସତ୍ୟତା ରହିଛି ତାହା ସ୍ପଷ୍ଟ ହୋଇ ନାହି । କଣ ଏ ଲେଖା ଗୁଡିକ ପୋଲିସ ଓ ମିଡିଆକୁ ଭୁଲେଇବା ପାଇଁ ବିଦ୍ୟା ଚେଷ୍ଟା କରୁଛନ୍ତି ତାହା ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *