ସାଉଥର ୩୯ ବର୍ଷୀୟ ଏହି ଅଭିନେତାଙ୍କର ହେଲା ନିଧନ, ଗର୍ଭବତୀ ଅଛନ୍ତି ପତ୍ନୀ- ଶୋକରେ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି

ଗତ 40 ଦିନ ମଧ୍ୟରେ ସିନେମା ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ବିଶ୍ୱକୁ ବିଦାୟ ଜଣାଇଛନ୍ତି ଏବଂ ବର୍ତ୍ତମାନ ଇଣ୍ଡଷ୍ଟ୍ରିରେ ଆଉ ଏକ ଝଟକା ଲାଗିଛି । କନ୍ନଡ ଚଳଚ୍ଚିତ୍ରର ଅନ୍ୟତମ ଦକ୍ଷ ଅଭିନେତା 39 ବର୍ଷିୟ ଚିରଞ୍ଜୀବୀ ସରଜାଙ୍କର ରବିବାର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବର କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଥିଲା । ଖବର ଅନୁଯାୟୀ, ଚିରଞ୍ଜୀବୀ ସରଜା ନିଶ୍ୱାସ ନେବାରେ ଅସୁବିଧା ଭୋଗୁଥିଲେ ଏବଂ ତାଙ୍କୁ ବାଙ୍ଗାଲୋରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅଭିନେତା ହୃଦଘାତରେ ପୀଡିତ ହୋଇ ମୃତ୍ୟୁ ବରଣ କରିଥିଲେ । ତାଙ୍କ ଅନ୍ତିମ ସଂସ୍କାର ମଧ୍ୟ କରାଯାଇ ସାରିଲାଣି ।

ଚିରଞ୍ଜୀବୀ ସରଜାଙ୍କ ମୃତ୍ୟୁ ବିଷୟରେ ଚଳଚ୍ଚିତ୍ର ବିଶେଷଜ୍ଞ ରମେଶ ବାଲା ସୂଚନା ଦେଇଛନ୍ତି । ସେ ଟ୍ୱିଟ୍‌ରେ ଲେଖିଛନ୍ତି, ‘କନ୍ନଡ ଅଭିନେତା ଚିରଞ୍ଜୀବୀ ସରଜାଙ୍କ ହୃଦଘାତ ହେତୁ ଆଜି 39 ବର୍ଷ ବୟସରେ ଦେହାନ୍ତ ହୋଇଛି । ଆଶ୍ଚର୍ଯ୍ୟର କଥା, ତାଙ୍କୁ ମାତ୍ର 39 ବର୍ଷ ହୋଇଥିଲା । ଅଭିନେତାଙ୍କ ଭାଇ ଧ୍ରୁଭା ସରଜା ଏବଂ ଚାଚା ଅର୍ଜୁନ ସରଜା । ତାଙ୍କ ପରିବାର ପ୍ରତି ମୋର ସଂବେଦନା ତାଙ୍କର ଆତ୍ମା ​​ଶାନ୍ତିରେ ରହୁ । ‘

ଚିରଞ୍ଜିବ ଙ୍କ ନିଧନ ପରେ ଫ୍ୟାନ୍ସ ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । ସାଥିରେ ଚିରଞ୍ଜିବ ଓ ମେଘନା ଙ୍କ ଫୋଟୋ ଭାଇରାଲ ହେଉଛି । କହିବାକୁ ଯାଉଛୁ କି ଚିରଞ୍ଜିବ ସର୍ଜ୍ଜା ଙ୍କ ପତ୍ନୀ ମେଘ୍ଘନା ରାଜ ଗର୍ଭବତୀ ଅଟନ୍ତି । ଆସିଥିବା ଫୋଟୋରେ ସେ କାନ୍ଦି କାନ୍ଦି ଅବସ୍ତା ଖରାପ ଅଛି । ତାଙ୍କ ବିବାହ ୨ ବର୍ଷ ପୁର୍ବରେ ହୋଇଥିଲା । ଦୁଇଜଣ ୨ ମଇ ୨୦୧୮ ରେ ବିବାହ କରିଥିଲେ । କୌଥଳିକ ରୀତି ରିବାଜରେ ବିବାହ କରିବା ପରେ କନ୍ନଡ ଅଭିନେତା ଚିରଞ୍ଜିବ ଓ ମେଘନା ରାଜ ହିନ୍ଦୁ ରୀତିରେ ବିବାହ କରିଥିଲେ । ୧୦ବର୍ଷରୁ ଦୁଇଜଣକ ଭିତରେ ଦୋସ୍ତି ଥିଲା, ଏହି ଦୋସ୍ତି କେବେ ପ୍ରେମରେ ବଦଳି ଗଲା ଜଣା ପଡିଲା ନାହିଁ ।

ବିବାହରେ ପରିବାର ଲୋକଙ୍କ ସହିତ ବନ୍ଧୁପରିଜନ ଓ କିଛି ଖାସ ଲୋକଙ୍କ ସହିତ ଦେଖିବାକୁ ମିଳିଥିଲା ।  ମେଘନା ରାଜ ତାଙ୍କ କ୍କ୍ୟାରିୟରର ଆରମ୍ଭ ବତ୍ଵର ଚାଇଲ୍ଡ ଆର୍ଟିସ୍ଟ ଥିଏଟର କରିଥିଲେ । ତା ପରେ ସେ ବହୁତ ଫିଲ୍ମ ରେ କମ କରିଛନ୍ତି । ଫିଲ୍ମ ପରିବାରରେ ସମ୍ପର୍କ ରଖିଥିବା ଚିରଞ୍ଜିବ ୨୦୦୯ ରେ କନ୍ନଡ ଫିଲ୍ମ ବାୟୁପୁତ୍ର ରୁ ଡେବ୍ୟୁ କରିଥିଲେ । ତାଙ୍କ କ୍ୟାରିୟର ରେ ସେ ୨୨ ରୁ ଅଧିକ ଫିଲ୍ମ କରିଛନ୍ତି ।

Leave a Reply

Your email address will not be published. Required fields are marked *