ଇଣ୍ଡିଆନ ଇନ୍ସଟିଚ୍ୟୁଟ ଅଫ ଟେକନୋଲଜି (ଆଈଆଈଟୀ) ଖଡଗପୁର ରେ ଆହୁରି ଏକ ନୂଆ ଆବିଷ୍କାର ହୋଇଛି, ସଂସ୍ଥାନ ମେକେନିକଲ ବିଭାଗରେ ଅଧ୍ୟୟନ ରେ ଖୋଲା ଜାଗାରେ ସୁଖୁଥିବା କପଡାରୁ ବିଦ୍ୟୁତ ଉତ୍ପନ କରିଛନ୍ତି । ଆସନ୍ତୁ ଜାଣିବା କିପରି କପଡାରୁ ବିଦ୍ୟୁତ ଉତ୍ପନ ହେଉଛି ଏବଂ ଏହା ଉପରେ ଅଧ୍ୟୟନକର୍ତା କଣ କହୁଛନ୍ତି, ସାମାନ୍ୟ ଲୋକ ପାଇଁ ଏହା ଆଶ୍ଚର୍ଯ୍ୟ ର ବିଷୟ କିନ୍ତୁ ଅଧ୍ୟୟନକର୍ତାଙ୍କ ପାଇଁ ଏହା ଏକ ଆବିଷ୍କାର ଓ ଲୋକଙ୍କ ପାଇଁ ମଧ୍ୟ ଏହା ବହୁତ ଭଲ ଆବିଷ୍କାର ଅଟେ ।
କେମିତି ହେଲା ରିସର୍ଚ :
– ଧୋବା ଘାଟରେ ଏହି ରିସର୍ଚ କରାଯାଇଛି ।
– ୫୦ଟି ଓଦା କପଡା ଓ ୩ହଜାର ବର୍ଗ ମିଟର ସତହ କ୍ଷେତ୍ର ସହ ଏହି ରିସର୍ଚ କରା ଯାଇଛି ।
– କୁହାଯାଉଛି ଯେ ସୁଦୂର ଗାଁରେ ଧୋବୀଙ୍କ ଦ୍ଵାରା ଏହି କପଡା ଗୁଡିକ ଶୁଖା ହୋଇଥିଲା ଯେତେବେଳେ ଏହି ରିସର୍ଚ ହେଲା ।
– କୁହାଯାଉଛି ଯେ ସୁମନ ଚକ୍ରବର୍ତୀ ଯିଏ ଆଈଆଈଟୀ ଖଡଗପୁର ପ୍ରୋଫେସର ଅଛନ୍ତି ସେ ଖୋଲା ଜାଗାରେ ସୁଖୁଥିବା କପଡା ସାହାଯ୍ୟ ରେ ବିଦ୍ୟୁତ ଉତ୍ପନ କରିଛନ୍ତି ।
– ଏହି ଆବିଷ୍କାର ସହ ସେ ଏହା ମଧ୍ୟ କହିଛନ୍ତି ଯେ ଏହି ଆବିଷ୍କାର ବହୁତ ବଡ କାମ ପାଇଁ ନୁହେଁ କିନ୍ତୁ ଗ୍ରାମୀଣ ସମୁଦାୟ ଜୀବନ ବଦଳିବା ପାଇଁ ପର୍ଯ୍ୟାପ୍ତ ଅଟେ ।
– ସୁମନ ଚକ୍ରବର୍ତୀ ଏଏନଆଈ କୁ କହିଛନ୍ତି ଯେ ଏହି ଆବିଷ୍କାର ଦ୍ଵାରା ଆମେ କହିପାରିବା ଯେ ଖୋଲା ଜାଗାରେ ସୁଖୁଥିବା କପଡାରୁ ଆମେ ବିଦ୍ୟୁତ ଉତ୍ପନ କରି ପାରିବା ।
– ସେ ନିଜ ଆବିଷ୍କାର ସହ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କପଡା ଦ୍ଵାରା ଉତ୍ପନ ବିଦ୍ୟୁତ ବଡ ଜାଗାରେ ଉପଯୋଗ ହୋଇ ପାରିବ ନାହିଁ କିନ୍ତୁ ଏହା ଗ୍ରାମୀଣ ଜାଗା ପାଇଁ ପର୍ଯ୍ୟାପ୍ତ ଅଟେ । ଅଧୟନକର୍ତ୍ତାଙ୍କ ଅନୁଯାଇ ୨୪ଘଣ୍ଟାରେ ପ୍ରାୟତଃ ୧୦ବୋଲ୍ଟ ଚାର୍ଜ କରିବା ପାଇଁ ସକ୍ଷମ ଥିଲା । ଏହା ଦ୍ଵାରା ଗୋଟେ ଏଲିଡି ଘଣ୍ଟେରୁ ଅଧିକ ଜଳି ପାରିବ ।
କେମିତି କରିବେ ବିଜୁଳି ଉତ୍ପନ
ସୁମନ ଚକ୍ରବର୍ତୀ କହିଲେ କପଡା ସେଲ୍ୟୁଲୋଜ ଫାଇବର ଦ୍ଵାରା ତିଆରି ହୋଇଥାନ୍ତି, ଯାହା ଦ୍ଵାରା ସେଥିରେ କରେଣ୍ଟ ଉତ୍ପନ ହୋଇଥାଏ । ଯଦି କପଡା ଓ ଲୁଣକୁ ପାଣିରେ ବୁଡା ଯାଏ ତାହେଲେ ସେଥିରୁ କରେଣ୍ଟ ଉତ୍ପନ ହୋଇଥାଏ । ଏହି ପରି ବିଦ୍ୟୁତ ଉତ୍ପନ ହେବ ଓ ଏହା ସହ ନିରନ୍ତର ଭୋଲ୍ଟେଜ ମଧ୍ୟ ପ୍ରାପ୍ତ ହେବ ।
ଆପଣଙ୍କୁ ଆମର ଏଇ ଖବର ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ଟିଏ କରିବେ ।