କାର୍ତ୍ତିକ ପୂର୍ଣ୍ଣିମାରେ ଲାଗିବ ଚନ୍ଦ୍ରଗ୍ରହଣ, ଏହି 1 ରାଶି ଉପରେ ପଡିବ ଭୟଙ୍କର ପ୍ରଭାବ

କାର୍ତ୍ତିକ ପୂର୍ଣ୍ଣିମାରେ ସବୁ ଦେବାଦେବୀ ମାନେ ଦୀପାବଳି ମନାଇଥାନ୍ତି । ଏବଂ କାଶୀ ଘାଟକୁ ଯାଇ ଦେବ ଦୀପାବଳି ଦିନ ଗଙ୍ଗା ନଦୀ ର ସବୁ ଘାଟ ରେ ଅନେକ ଅନେକ ଦ୍ଵୀପ ଲଗାଯାଇଥାଏ । ଏହି ପରମ୍ପରା ସର୍ବେ ପ୍ରଥମେ ପଞ୍ଚ ଗଙ୍ଗା ଘାଟ ରୁ ଆରମ୍ଭ ହୋଇଥିଲା । ୧୯୧୫ ମସିହାରେ ହଜାର ହାଜର ଦ୍ଵୀପ ଲଗାଯାଇଥିଲା । ଏହିଦିନ ଭୋଲେନାଥ ଙ୍କ ପୂଜା ର ମଧ୍ୟ ବିଧି ରହିଛି । ଶାସ୍ତ୍ର ଅନୁସାରେ ଯେଉଁ ମନୁଷ୍ୟ ଭୋଲେନାଥ ଙ୍କ କୃପା ପାଇବାକୁ ଚାହୁଁଛି ସେମାନେ ଏକ ତମ୍ବା କଳସ ପାଣି ରେ କଳା ତିଳ ପକାଇ ଶିବଲିଙ୍ଗ ଉପରେ ଢଳିବା ଆବଶ୍ୟକ ।

ଏହା ଦ୍ଵାରା ଆପଣଙ୍କ ସବୁ ରୋଗ ବାଧା ଦୂର ହୋଇଯିବ ଓ ଭୋଲେନାଥ ଙ୍କ ବିଶେଷ କୃପା ବରଷିଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଆପଣଙ୍କୁ ସକାଳେ ସ୍ନାନ କରିବା ପୂର୍ବରୁ ଘରର ମୁଖ୍ୟଦ୍ଵାର କୁ ସଫା କରି ହଳଦୀପାଣି କୁ ଛିଞ୍ଚି ଦିଅନ୍ତୁ । ଓ ତା ପରେ ଘର ମୁଖ୍ୟ ଦ୍ଵାରରେ ଆମ୍ବ ପତ୍ର ର ଏକ ମାଳ ଲଗାନ୍ତୁ ।

ଏହା କରିବା ଦ୍ଵାରା ଘରର ସବୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଓ ଏହା ସହ ଦେବୀ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ଏହି ଦିନ ଭଗବାନ ବିଷ୍ଣୁ ଓ ମହାଦେବ ଙ୍କ ପୂଜା ନିଶ୍ଚୟ କରନ୍ତୁ । ଏହି ଦିନ ସବୁ ମନ୍ଦିରରେ ରୁଦ୍ରାଭିଷେକ ମଧ୍ୟ କରାଯାଇଥାଏ । ରୁଦ୍ରାଭିଷେକ କରିବା ଦ୍ଵାରା ସବୁ ପାପ ରୁ ମୁକ୍ତି ମିଳିଥାଏ ।  ତୁଳସୀ ତାଙ୍କ ପାଖରେ ଏକ ଦ୍ଵୀପ ଜଳାନ୍ତୁ । ଓସ୍ତ ଗଛ ରେ ପାଣି ଦେଇ ତା ଚାରିପାଖରେ ୭ଥର ପରିକ୍ରମା କରନ୍ତୁ । ଏବଂ ଏକ ଦ୍ଵୀପ ଲଗାଇ ରଖନ୍ତୁ ଓସ୍ତ ଗଛ ପାଖରେ ।

ଏହା କରିବା ଦ୍ଵାରା ଆପଣଙ୍କ ଘର ଧନଧାନ୍ୟ ରେ ଭରିଯିବ । ଗଙ୍ଗା ଘାଟ ରେ ସନ୍ଧ୍ଯା ବେଳେ ଦ୍ଵୀପ ଜଳାଇବା ଦ୍ଵାରା ସବୁ ଦେବାଦେବୀ ଙ୍କ ଆଶ୍ରିବାଦ ମିଳିଥାଏ । ଯଦି ସମ୍ଭବ ନଥାଏ ତ ଘରେ କିମ୍ବା ଘରର ମୁଖ୍ୟଦ୍ଵାର ରେ ଦ୍ଵୀପ ଜଳାନ୍ତୁ । ଏକ କଳସ ଜଳ ସନ୍ଧ୍ୟା ରେ ଚନ୍ଦ୍ର ଉଦୟ ବେଳେ ଆପଣଙ୍କୁ ସବୁ ୬ କୃତିକା ଙ୍କ ପୂଜା କରନ୍ତୁ । ଏହି ଦିନ ଦାନ ନିଶ୍ଚୟ କରନ୍ତୁ । ଗରିବ ମାନଙ୍କୁ ଚାଉଳ ବା ଡାଲି ଦାନ କରନ୍ତୁ ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ବହୁତ ବଡ ଦିନ ଅଟେ । ଏହି ଦିନ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ବୃଷ ରାଶି ଓ ରୋହିନୀ ନକ୍ଷତ୍ର ର ବ୍ୟକ୍ତିଙ୍କ ଉପରେ ଏହାର ପ୍ରଭାବ ପଡିପାରେ । ଧନ ସମ୍ବନ୍ଧିତ ସମସ୍ୟା ର ସାମ୍ନା କରିବେ । ସ୍ୱାସ୍ଥ୍ୟ ପ୍ରତି ବହୁତ ଧ୍ୟାନ ରଖନ୍ତୁ । ଓ ଗ୍ରହଣ ର ଅଶୁଭତା ରୁ ବଞ୍ଚିବା ନିମନ୍ତେ ଭଗବାନ ବିଷ୍ଣୁ ଙ୍କ ପୂଜା ନିଶ୍ଚୟ କରନ୍ତୁ । ହଳଦିଆ ଜିନିଷ ଦାନ କରିବା ଦ୍ଵାରା ଗ୍ରହଣ ର ଅଶୁଭତା ଦୂର ହୋଇଥାଏ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *