କଟକ ଜିଲ୍ଲା ଆଠଗଡରେ ଅଭାବନୀୟ ଘଟଣା, ପୁଅକୁ ଘରୁ କାଢିବା ପାଇଁ ମା ଆଣିଛି କୋର୍ଟରୁ ଅର୍ଡର… ଦେଖନ୍ତୁ Video

କଣ ଚାଲିଛି ଏଠି ଏତେ ଲୋକ ଗଦା ହୋଇଛନ୍ତି କିଛି ଅସୁବିଧା ହୋଇ ନାହି ତ । ପୋଲିସ ଆସିଛି ପ୍ରଶାସନ ଆସିଛି କିନ୍ତୁ ଅସଲ କଥା ଜାଣିଲେ ଦର୍ଶକ ବନ୍ଧୁ ହୁଏ ତ ଆପଣଙ୍କୁ ଦୁଖ ଲାଗିପାରେ । ଏଠାରେ ଚାଲିଛି ମା ପୁଅଙ୍କ ଭିତରେ ଲଢେଇ । ମା ପୁଅକୁ ଘରୁ ବାହାର କରି ଦେବା ପାଇଁ କୋର୍ଟ ରୁ ଅର୍ଡ଼ର ଆଣିଛି । ହେଲେ ପୁଅ ମା ର ଗୋଡ ତଳେ ପଡି ନେହୁରା ହେଉଛି ମା ଲୋ  ମୁଁ ଘରୁ ଜୀବି ନାହି । ହେଲେ ମା ମନ ତରଳୁ ନାହି ।

ଆପଣ ଜାଣିଥିବେ ଗୋଟେ ମା ତା ପିଲା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ହୋଇଥାଏ ହେଲେ ଏଠାରେ କଣ ପାଇଁ ଜଣେ ମା ତା ପୁଅକୁ ଘରୁ ବାହାର କରିବା ପାଇଁ ଜିଦ ଧରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ ବ୍ଲକ ଖୁଣ୍ଟୁଣୀ ପଞ୍ଚାୟତ ର ରମ୍ପେୟା ଗାଁ ରେ । ସେହି ଗାଁ ରେ ରୁହନ୍ତି ଲଳିତା ନାୟକଙ୍କ ପରିବାର । ଲଳିତା ସ୍ଵାମୀଙ୍କ ମୃତ୍ୟୁ ପରେ ଦୁଇ ପୁଅଙ୍କୁ ମଣିଷ କରିଥିଲେ ଆଉ ତା ପରେ ନିଜେ ରୋଜଗାର କରି ୫୧୨/୫୬୦ ନମ୍ବର ପ୍ଲଟ ରେ ଘର ତିଆରି କରିଥିଲେ

। କେଉଁଠି ତାଙ୍କ ବଡ ପୁଅ କାଳନ୍ଦି ଓ ବୋହୂ ସୁଚରିତା ନାୟକ ରହୁଛନ୍ତି । ହେଲେ ଲଳିତା ଙ୍କୁ ବଡ ପୁଅ ବୋହୂ ଅତ୍ୟାଚାର କରୁଥିବାରୁ ସେ ନ୍ୟାୟଳୟର ଆଶ୍ରୟ ନେଇଛନ୍ତି । ଆଉ ତାଙ୍କ ନାଁ ରେ ଥିବା ଜାଗରୁ ପୁଅକୁ କାଢିବା ପାଇଁ କୋର୍ଟ ରୁ ଅର୍ଡ଼ର ମଧ୍ୟ ଆଣିଛନ୍ତି । ସେପଟେ ପୁଅ କାଳନ୍ଦି ମା ନାଁ ରେ ଆଣିଛି ସଙ୍ଗିନ ଅଭିଯୋଗ ଆଉ କହିଛନ୍ତି ତାଙ୍କ ଝିଅ ୧୦ମ ପରୀକ୍ଷା ଦେବ । ତେଣୁ ସେ ହଠାତ ଘର ଛାଡି ପାରିବେ ନାହି । ଯାହାକୁ ନେଇ ଅଞ୍ଚଳବାସୀ ପୋଲିସ ପ୍ରଶାସନ କୁ ବିରୂଢ କରିଥିଲେ ।

କାଳନ୍ଦି ଘର ଛାଡିବା ପାଇଁ ୧୫ ଦିନ ସମୟ ମାଗିଥିବା ବେଳେ ଆଠଗଡ ତହସିଲଦାର କହିଛନ୍ତି କୋର୍ଟ ର ନିର୍ଦେଶ କୁ ପଲାଣ କରାଯିବ । ତେବେ ଏଭଳି ସ୍ଥିତି ରେ ପ୍ରଶାସନ ଯାହା ବି ନିସ୍ପତି ନେବେ ତାକୁ କାଳନ୍ଦି ମାନିବାକୁ ବାଧ୍ୟ ହେବେ । କାରଣ ଜନ୍ମ କଲା ମା ଉପରେ ଅତ୍ୟାଚାର କେତେ ଯେ ଭୟଙ୍କର ତାହା ମାନେ ରଖିବା ଉଚିତ ।

ଏ ନେଇ କାଳନ୍ଦି ଙ୍କ ମା କହିଛନ୍ତି ସେ ୭ ବର୍ଷର ହୋଇଥିବା ବେଳେ ବାପା ଚାଲିଗଲା ତା ପରେ ମୁଁ ଚାକିରି କରି ପୁଅକୁ ବଡ କରିଲି । ଆଉ ଏବେ ବୋହୂ ସହ ମିଶି ମୋତେ ପୁଅ ନିର୍ଯ୍ୟାତନା ଦେଉଛି ସେଥିପାଇଁ ମୁଁ ତାକୁ ଘରୁ ବାହାର କରୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *