ସ୍ଵାମୀ ଓ ଶଶୁରଙ୍କ ନାଁ ରେ ସାଂଘାତିକ ଅଭିଯୋଗ ଆଣି ଧାରଣାରେ ବସିଲେ Sasmita, କହିଲେ ” ଲିଟୁ ଫେରିଆସ ନ ହେଲେ ସବୁ ସିକ୍ରେଟ ଖୋଲି….” ଦେଖନ୍ତୁ Video

ଦର୍ଶକ ବନ୍ଧୁ ଶ୍ଵଶୁର ଘର ଆଗରେ ବୋହୂ ର ଧାରଣ ଦେବା ଅନେକ ମହିଳା ଙ୍କ ଟ୍ରେଣ୍ଡ ପାଲଟି ଗଲାଣି । ଅନେକଙ୍କ ମତ ଏହା ସାମାଜିକ ପରିବେଶ ଉପରେ କୁପ୍ରଭାବ ପକାଉଚି । ପୁଣି ଥରେ ଶାଶୁଘରେ ଧାରଣା ଦେଲା ବୋହୂ, ଶ୍ବଶୁରଙ୍କ ବିରୁଦ୍ଧରେ ବୋହୂର ସାଂଘାତିକ ଅଭିଯୋଗ ଆସିଛି । ସ୍ଵାମୀ ଫେରି ନ ଆସିଲେ ସିକ୍ରେଟ ଖୋଲି ଦେବେ ସ୍ତ୍ରୀ । ସ୍ଵାମୀ ଓ ଶ୍ବଶୁରଙ୍କ ନାଁ ରେ ସାଂଘାତିକ ଅଭିଯୋଗ ଆଣି ଧାରଣାରେ ବସିଲେ ମହିଳା ।

ଏ ହେଉଛନ୍ତି କଟକ ସାଲେପୁର ମାଛୁଆତି ଗାଁର ସନାତନ ମହାରଣାଙ୍କ ବୋହୂ ତଥା ଢେଙ୍କାନାଳ ସତ୍ୟନାରାୟଣ ମହାରଣାଙ୍କ ଝିଅ ସସ୍ମିତା ମହାରଣା । ୨୦୨୦ରେ ବୈଦିକ ରୀତିରେ ସୁଶେନ ମହାରଣାଙ୍କ ସହ ସସ୍ମିତାଙ୍କ ବିବାହ ହୋଇଥିଲା । ବାହାଘରେ ବେଳେ ଦାବି ମୁତାବକ ଯୌତୁକ ବି ଦିଆଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଶ୍ଵଶୁର ଘର ଲୋକ ଅଧିକ ଯୌତୁକ ଦାବି କରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ସସ୍ମିତା । ଏମିତିକି ଶ୍ଵଶୁର ତାଙ୍କ ଉପରେ ଖାରପ ନଜର ରଖିଥିବା ସେ ଅଭିଯୋଗ କରିଛନ୍ତି ।

ସସ୍ମିତା କହିଛନ୍ତି ଲିଟୁ ତୁମେ ତୁରନ୍ତ ଫେରିଆସ । ମୁ ଆଗରୁ ତୁମକୁ ଚାହୁଁଥିଲି ଆଜି ବି ଚାହୁଁଛି । ମୋର ମାନ ସମାନ ହାନି କରିଛ ମୋ ଗର୍ଭ କୁ ନଷ୍ଟ କରିଛ ତୁମେ ବାପା ପୁଅ ମିସିକି ମୁଁ ତୁମକୁ ଅନୁରୋଧ କରୁଛି । ତୁମେ ନ ଫେରିଲେ ମୋ ପାଖରେ ଯେଉଁ ତଥ୍ୟ ରହିଛି ବର୍ତ୍ତମାନ ମୁଁ ସବୁ ମିଡିଆରେ ସିକ୍ରେଟ ସ୍ପ୍ରେଡ କହିଦେବି । କାହା ସହ କଣ ଅଛି ସବୁ କିଛି ମିଡିଆ ଆଗରେ ସ୍ପ୍ରେଡ କରି ଦେବୀ । ମୋ ସହ ସୁଶେନ ଙ୍କ ବାପା ଶାରୀରିକ ସମ୍ପର୍କ ରଖିବା ପାଇଁ ପ୍ରି-ପ୍ଳାନ କରି ବାହାଘର କରିଥିଲେ ।

ଏମିତିକି ୧୦ ଲକ୍ଷ ଟଙ୍କା, ଢେଙ୍କାନାଳ ଜାଗା ଓ ହୋଣ୍ଡା କାର ମଧ୍ୟ ଡିମାଣ୍ଡ କରିଥିଲେ ଶ୍ଵଶୁର ଘର ଲୋକେ । ସସ୍ମିତା ତାଙ୍କ ଶ୍ବଶୁରଙ୍କ ବିରୁଦ୍ଧରେ ଥାନାରେ ମାମଲା ରୁଜୁ କରିଛନ୍ତି । ହେଲେ ସାଲେପୁର ପୋଲିସ ତାଙ୍କୁ ନ୍ୟାୟ ଦେବାରେ ଡେରି କରୁଥିବାରୁ ବାଧ୍ୟ ହୋଇ ଶ୍ଵଶୁର ଘର ଆଗରେ କେତେ ଜଣ ମହିଳାଙ୍କୁ ଧାରଣା ଦେଲେ ସସ୍ମିତା । ନ୍ୟାୟ ନ ମିଳିବା ଯାଏଁ ଏଠାରୁ ହଟିବେ ନାହି ବୋଲି କହିଛନ୍ତି ସସ୍ମିତା ।

ଅନ୍ୟ ପଟେ ତାଙ୍କ ଶ୍ଵଶୁର ଘର ପକ୍ଷରୁ କୋଣସି ପ୍ରତିକ୍ରିୟା ମିଳିପାରି ନାହି । ସ୍ଵାମୀ ସ୍ତ୍ରୀ ମାମଲା ଏବେ ବିଚାରଧିନ ଅବସ୍ଥାରେ ରହିଛି । ଏପରି ସ୍ଥିତିରେ କୋର୍ଟ ର ଭରସା ରଖି ଯାହା କରିବା କଥା କୋର୍ଟ ମାଧ୍ୟମରେ କରନ୍ତୁ ବୋଲି ସୁଶେନ ଙ୍କ ଓକିଲ କହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *