କେମିତି ବି ହେଉ ‘ଫ୍ଲୁ’ ଘଣ୍ଟାରେ ଠିକ ହୋଇଯିବ ଦେହ, ବାସ ଟ୍ରାଏ କରନ୍ତୁ ଏହି ୫ଟି ପ୍ରାକୃତିକ ଉପାୟ- ଜାଣନ୍ତୁ ଏହି ଉପାୟ କଣ

ମୌଷମ ଟିକେ ବି ବଦଳିଲେ ବହୁତ ଲୋକଙ୍କୁ ଥଣ୍ଡା ଏବଂ ଜ୍ଵରର ଶିକାର ହେବାକୁ ପଡିଥାଏ । ଥଣ୍ଡା ବା ଫ୍ଲୁ ର ସମସ୍ୟା ଆପଣଙ୍କର ପୁରା ସପ୍ତାହର କାର୍ଯ୍ୟକ୍ରମ କୁ ବାଧା ଦେଇପାରେ । ଶରୀର ଥକା ଲାଗିବା କାରଣରୁ ଆପଣ ଯାହାବି କାମ କରିବାକୁ ଚାହୁଁଥିବେ ତାହାକୁ କରିପାରିବେ ନାହିଁ । ଅଧିକାଂଶ ଲୋକ ଫ୍ଲୁରୁ ରକ୍ଷା ପାଇବା ପାଇଁ ଏନ୍ଟିବାୟରାଲ ଔଷଧ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଏହା ସହିତ ଆପଣ କିଛି ପ୍ରାକୃତିକ ଉପଚାର ବି କରିପାରିବେ ।

ଆଜି ଆମେ ଆପଣଙ୍କୁ ୫ଟି ପ୍ରାକୃତିକ ଉପଚାର ବିଷୟରେ କହିବୁ ଯାହା ଆପଣଙ୍କର ସାହାଯ୍ୟ କରିପାରିବ ।

ଫ୍ଲୁ ପାଇଁ ୫ଟି ପ୍ରାକୃତିକ ଉପଚାର

ଲୁଣ ପାଣି

ଲୁଣ ପାଣିରେ କୁଳୁକୁଳୁ କରିବା ଦ୍ଵାରା ଗଳାକୁ ଆରମ ମିଳିଥାଏ ଛାତି ଉପରେ ବାନ୍ଧି ହୋଇଥିବା କଫକୁ ସଫା କରିବାରେ ବି ସାହାଯ୍ୟ କରିଥାଏ । ଏକ ଗ୍ଳାସ ପାଣିରେ ଅଧା ଚାମଚ ଲୁଣ ମିଶାଇ କୁଳୁକୁଲୁ କରନ୍ତୁ ଏବଂ ଏହାକୁ ଦିନରେ ତିନି ଥର କରନ୍ତୁ ।

ଏସେନ୍ସିଆଲ ତେଲ

ଯଦି ଆପଣ ଫ୍ଲୁରେ ପୀଡିତ ଅଛନ୍ତି ତାହେଲେ ଏସେଶୀୟଲ ତେଲ ଆପଣଙ୍କ ପାଇଁ ବହୁତ ପ୍ରଭାବୀ ହେଇ ପାରିବ । ଏହା ଆମ ଶରୀର ଭିତରେ ବଢୁଥିବା ଭାଇରସକୁ ରୋକିଥାଏ । ଫ୍ଲୁରେ ପୀଡିତ ହେଇଥିବା ସମୟରେ ପୁଦିନା ,ଲେମ୍ବୁ ,ନିଳଗିରି ତେଲକୁ ସବୁଠାରୁ ଭଲ ବୋଲି କୁହାଯାଇଥାଏ । ଏହି ତେଲକୁ ଆପଣ ଖାଇବାରେ ବ୍ୟବହାର କରିପାରିବେ କିନ୍ତୁ କିଛି ବୁନ୍ଦା ତେଲ ଆଣି ଗଳାରେ ମାଲିସ କରନ୍ତୁ ।

ଜିଙ୍କର ପରିମାଣ ଅଧିକ ଥିବା ଖାଦ୍ୟ ଖାଆନ୍ତୁ

ଲ୍ଫୁ ର ଶିକାର ହୋଇଥିଲେ ଜିଙ୍କ ଭରପୁର ଥିବା ଖାଦ୍ୟ ଖାଇଲେ ଏହାକୁ କମ କରିବାରେ ସାହାଯ୍ୟ କରିଥାଏ । ଏହି ପୋଷାକ ତତ୍ଵ ଆମ ଶରୀରରେ ଥିବା କୀଟାଣୁ ଏବଂ ଭାଇରସ ସହିତ ଲଢିଥାଏ ଏବଂ ଆମ ପ୍ରତିରକ୍ଷା ପ୍ରଣାଳୀ ପାଇଁ ବହୁତ ମହତ୍ଵପୂର୍ଣ ଅଟେ ।

ମହୁ

ମହୁରେ ରୋଗାଣୁରୋଧୀ ଗୁଣ ଥାଏ ,ଯାହା କିଛି ବ୍ୟାକ୍ଟେରିଆ ଏବଂ ଭାଇରସ ସହିତ ଲଢିବାରେ ସାହାଯ୍ୟ କରିଥାଏ । କୁହାଯାଏ କି ମହୁ ଫ୍ଲୁ ର ଚିକିସ୍ସା ପାଇଁ ଏକ ପ୍ରଭାବି ଉପାୟ ଅଟେ । ଆପଣ ଏକ ଗ୍ଳାସ ପାଣିରେ ଦୁଇ ଚାମଚ ମହୁ ପକାଇ ତାକୁ ଭଲ ଭାବରେ ମିଶାଇ ପିଅନ୍ତୁ ।

ରସୁଣ

ରସୁଣ ଏକ ଭଲ ଖାଦ୍ୟ ଅଟେ ,ଯାହା ଥଣ୍ଡା ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ଚିକିସ୍ସା ପାଇଁ ଉପଯୋଗୀ ଅଟେ । ଏଥିରେ ଏଲିସିନ ଥାଏ ଯାହା ଭାଇରସ କୁ ମାରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ଆପଣ ପ୍ରତିଦିନ ଖାଇବା ସହିତ ରସୁଣ ଖାଆନ୍ତୁ ।

 

Leave a Reply

Your email address will not be published. Required fields are marked *