ଏହି ଉପାୟ କରନ୍ତୁ: ପତଳା ବାଳ ମୋଟ ହେବା ସହ କଳା ଏବଂ ଲମ୍ବା ହେବ କେବଳ କିଛି ଦିନରେ

କେସ ଝଡିବା ହେବ ବନ୍ଦ, ଏହା ସହିତ କେସ ମୋଟା ଲମ୍ବା ହେବ ମଧ୍ୟ ଯଦି ଆପଣ ଏହି ଉପାୟ କରିବେ । ଏହି ଜିନିଷରେ ଏମିତି ରେମେଡି ତିଆରି କରିପାରିବେ, କେସର ଲମ୍ବା ଏତେ ବଢାଇ ଦେବଆପଣ କେବେ ଭାବି ନଥିବେ । ଏହି ରେମେଡିକୁ ଆପଣ ବନାଇ ସ୍ଟୋର ମଧ୍ୟ କରିପାରିବେ ।

ଯେତେବେଳେ କେସ ଧୋଇବେ ଏହି ନୁସ୍କାକୁ ବ୍ୟବହାର କରିପାରିବେ । ଦେଖି କେମିତି ଲମ୍ବା ବଢି ଚମକ ଆସିଯିବ ଏହା ସହିତ ଝଡିବା ମଧ୍ୟ ବନ୍ଦ ହୋଇଯିବ । ଆସନ୍ତୁ ଜାଣିବା କେମିତି ତିଆରି କରିବା । ଏହି ନୁସ୍କାକୁ ବନେଇବା ପାଇଁ ଆପଣଙ୍କୁ ମେଥିର ଆବଶ୍ୟକ ରହିଛି ।

ମେଥିରେ ହେୟର ଟୋନର ବନେଇବା, କେସର ସବୁ ସମସ୍ୟା ପାଇଁ ରାମବାଣ ଅଟେ । ମେଥିରେ ଥିବା ପ୍ରୋଟିନ ଚନ୍ଦା ପଣରୁ ମୁକ୍ତି ଦେଇଥାଏ । ମେଥିରେ ଥିବା ପୋଟାସିୟମ କେଶକୁ ଧଳା ହେବାରୁ ରୋକୀ ଥାଏ । ଏହା ସହିତ ମେଥି କେସର ମୂଳକୁ ମଧ୍ୟ ମଜଭୁତ କରିଥାଏ । ମେଥିକୁ ଆମେ ବହୁତ ପ୍ରକାରେ ପ୍ରୟୋଗ କରିପାରିବା । ଗୋଟେ କଣ୍ଟେନର ରେ ନେବା ୨ ଚାମଚ ମେଥି ଓ ଏହି ମେଥିକୁ ଗୋଟେ ଏୟାର ଟାଇଟ କଣ୍ଟେନରରେ ଦୁଇଦିନ ଗୋଟେ ଗ୍ଲାସ ପାଣିରେ ଭିଗେଇକି ରଖିବେ ।

ଦୁଇଦିନ ପରେ ଯେତେବେଳେ ଦେଖିବେ ମେଥି ବହୁତ ଫୁଲିଯାଇଥାଏ ଓ ପାଣି ମଧ୍ୟ ବହଳ ହୋଇଯାଇଥାଏ । ଏହି ପାଣି ଆପଣଙ୍କୁ ପୁରା ହଳଦୀ ରଙ୍ଗର ଦେଖାଯିବ, ଦେଖିବେ ମେଥିର ସବୁଗୁଣ ପାଣିରେ ଆସିଯାଇଥିବ । ଏହି ପାଣି ବହୁତ ବହଳିଆ ହୋଇଯାଇଥିବ ।  ଏହି ଦୁଇଟି ଜିନିଷର ଆମେ ବ୍ୟବହାର କରିପାରିବା ପାଣି ଓ ମେଥି । ଏହି ମେଥି ଦାନାରେ ଆମେ ହେୟାର ପ୍ୟାକ ତିଆରି କରିବା ଓ ପାଣିରେ ହେୟାର ଟୋନର ।

ଆସନ୍ତୁ ଟୋନର ତିଆରି କରିବା-

ଗୋଟେ ବାଉଲରେ ଯେଉଁ ମେଥିଦାନା ପଣି ତିଆରି କରିଥିଲେ ସେହି ପାଣିକୁ ଛାଣିନେବା । ପୂର୍ବ ଅପେକ୍ଷା ପଣି ବହୁତ ଗାଢା ହୋଇଛି । ଏଥିରେ ମେଥିର ବହୁତ ଭଲ ଗୁଣ ଆସିଯାଇଛି । ଏଥିରୁ ଆମକୁ ଆଇରନ ମିଳିବ ଯାହା ଆମକୁ କେସ ବଢିବାରେ ସାହାର୍ଯ୍ୟ କରିବ । ମେଥିରେ ନିକୋଟିନ ଏସିଡ ମିଳିଥାଏ ଯାହା ଶୁଖିଲା ଓ ପତଳା କେଶକୁ ବଢେଇ ଥାଏ । ଏହି ମେଥିପାଣିର ଆପଣଙ୍କୁ ଗୋଟେ ଚାମଚ ଆଲୋଭେରା ଜେଲ ମିଶାଇବେ ଏଥିରେ ବଜାରରେ ମିଳୁଥିବା ଜେଲ ନହେଲେ ପ୍ଳାଣ୍ଟରୁ ମଧ୍ୟ ଆଲୋଭେରା ନେଇପାରିବେ ।

ତାପରେ ଗୋଟେ ଚାମଚ କାଷ୍ଟର ଅୟେଲ ମିଶାଇ ପାରିବେ । ଆଉ ଗୋଟେ ଚାମଚ ନଡିଆ ତେଲ ମିଶାଇବା । ଏହାକୁ ଭଲ ଭାବରେ ମିଶାଇ ଗୋଟେ ବୋତଲରେ ପୁରାଇ ଫ୍ରିଜରେ ସ୍ଟୋର କରିପାରିବେ । ଯେବେ ଆପଣ କେଶକୁ ସଫା କରିବେ ତାର ଘଣ୍ଟାଏ ପୂର୍ବରୁ ଏହାକୁ କେଶରେ ସ୍ପ୍ରେ କରିପାରିବେ ନହେଲେ କେସ ଧୋଇବାର ପୂର୍ବ ରାତିରେ କେଶରେ ଏହି ଟୋନର ଲଗେଇକି ରଖିବେ ।

ମେଥିକୁ ଅଳ୍ପ ପଣି ଦେଇ ତାକୁ ଗ୍ରାଇଣ୍ଡ କରିଦେବ । ସେହି ପେଷ୍ଟରେ ଗୋଟେ ଚାମଚ ଅଲିଭ ଅୟେଲ ମିଶାଇବେ । ଅଲିଭ ଅୟେଲ କେସର ମୂଳକୁ ମଜଭୁତ ବନେଇଥାଏ । ଏହାକୁ ଭଲ ଭାବରେ ଗୋଳାଇଦେବେ । ଏହି ଦୁଇଟିକୁ ଆପଣ ଗୋଟେ ସମୟରେ ବ୍ୟବହାର କରିପାରିବେ । ଯେଉଁ ଟୋନର କରିଥିଲେ ତାକୁ ରାତି ସାରା ଲଗେଇକି ରଖନ୍ତୁ ଓ କେସ ଧୋଇବାର ଅଧ ଘଣ୍ଟା ପୂର୍ବରୁ ଏହି ହେୟାର ପ୍ୟାକ କେଶରେ ଲଗେଇବେ । ଏଥିରେ ଆପଣଙ୍କୁ ବହୁତ ଫାଇଦା ମିଳିବ ।

Leave a Reply

Your email address will not be published. Required fields are marked *