ଆମ ହିନ୍ଦୁ ଧର୍ମରେ ପୂଜା ପାଠ ଉପରେ ଅନେକ ନୀତି ନିୟମ ଅଛି । ଏମିତି କି କେଉଁ ଭଗବାନ ଙ୍କୁ କେଉଁ ଫୁଲ ଦିଆଯିବ ତାହା ମଧ୍ୟ ଲେଖା ଅଛି ଆମ ଶାସ୍ତ୍ର ମାନଙ୍କରେ । ତେବେ ଏମିତି କିଛି ଫୁଲ ଅଚଚି ଯାହା କୌଣସି ବି ଭଗବାନଙ୍କୁ ଚଢେଇବା ଉଚିତ ନୁହେଁ । ଆଜି ଆମେ ସେହି ବିଷୟରେ ଆପଣଙ୍କୁ କହିବୁ । ସେହି ସବୁ ଫୁଲ ଗୁଡିକ ହେଲା ପୋକ ଖାଇଥିବ ଫୁଲ, ସମ୍ପୁର୍ଣ୍ଣ ଫୁଟି ନଥିବା ଫୁଲ ବା କଢ଼, କେଶ ଲାଗିଥିବା, ମୂଷା କାଟିଥିବା, ଦୁର୍ଗନ୍ଧ ଯୁକ୍ତ ଫୁଲ, ଅନ୍ୟ ଦେବତାଙ୍କୁ ଚଢା ଯାଇଥିବା ଫୁଲ ବା କାହା ପାଦ ତଳେ ଆସିଥିବା ଫୁଲ, ତଳେ ପଡ଼ିଥିବା ଫୁଲ, ଚୋରୀ କରି ଆଣିଥିବା ଫୁଲ ଠାକୁରଙ୍କ ପାଖରେ ଦେବା ଉଚିତ ନୁହେଁ ।
ଯେମିତିକି ଆପଣମାନେ ଜାଣିଛନ୍ତି କମଳ ଫୁଲ ୧୧ଦିନ ପର୍ଯ୍ୟନ୍ତ ବାସି ହୁଏ ନାହିଁ ଏବଂ କୁମୁଦ ଫୁଲ ମଧ୍ୟ ୫ଦିନ ପର୍ଯ୍ୟନ୍ତ ବାସି ହୁଏ ନାହିଁ । ସେହିଭଳି ତୁଳସୀ ପତ୍ର, ବେଲ ପତ୍ର ଓ ଅଗସ୍ତ୍ୟ ଫୁଲ ଏସବୁ ମଧ୍ୟ କେବେବି ବାସି ହୁଏ ନାହିଁ ।
ବେଲ ପତ୍ର, ଅଁଳା ଏବଂ ତୁଳସୀର ଛିଣ୍ଡା ପତ୍ର ମଧ୍ୟ ଠାକୁରଙ୍କ ଆଗରେ ଚଢାଯାଏ । ଶାସ୍ତ୍ରର ନୀତିନିୟମ ଅନୁଯାୟୀ ମଧ୍ୟାହ୍ନ ସ୍ନାନ ପରେ ଫୁଲ ତୋଳିବା ନିଷେଧ । ଭଗବାନ ଶିବଙ୍କୁ କୁନ୍ଦ-କଦଳୀ ଫୁଲ, ବିଷ୍ଣୁଙ୍କୁ ଦୁଦୁରା ଫୁଲ, ଦେବୀଙ୍କୁ ଅରଖ-ମନ୍ଦାର ଫୁଲ, ସୂର୍ଯ୍ୟଙ୍କୁ ଟଗର ଫୁଲ ଦିଆଯାଏ ନାହିଁ, ମାତ୍ର ତାନ୍ତ୍ରିକ ପଦ୍ଧତିରେ ଏହି ଫୁଲ ଭଗବାନଙ୍କୁ ଚଢ଼ାଯାଇପାରେ । କୌଣସି ଗଛର ଫୁଲ ବା ପତ୍ର କୌଣସି ଦେବତାଙ୍କୁ ଓଲଟା କରି ଚଢ଼ାଇବା କଥା ନୁହେଁ ।
ଶ୍ରୀ କୃଷ୍ଣଙ୍କ ପାଇଁ କୁମୁଦ, କନିଅର, ମଲ୍ଲୀ, ଚମ୍ପା, ନଦ୍ୟାବର୍ତ୍ତ, ପଳାଶ ପତ୍ର, ପଳାଶ ଫୁଲ , ଦୁବ, ଭୃଙ୍ଗାର ଏବଂ ବନମାଳା ଆଦି ଦିଆଯାଏ । କମଳ ଫୁଲ ଲକ୍ଷ୍ମୀଙ୍କ ନିବାସ ଥିବା ଦ୍ଵାରା ଅନ୍ୟ ଫୁଲ ଅପେକ୍ଷା ହଜାର ଗୁଣ ପ୍ରିୟ ଏବଂ କମଳଠାରୁ ତୁଳସୀ ଆହୁରି ଅଧିକ ପ୍ରିୟ । ଯଦି କୌଣସି ଫୁଲ ନ ମିଳେ ତେବେ ତୁଳସୀ ଶାଖା, ମୂଳ ବା ମୂର୍ତ୍ତିକା ଦ୍ବାରା ପୂଜା କରିବା କଥା ।
ଭଗବାନ ଶିବଙ୍କୁ କେତକୀ ଫୁଲ, ଗଣେଶଙ୍କୁ ତୁଳସୀ ଏବଂ ଦୁର୍ଗାଙ୍କୁ ଦୁର୍ବାଦଳ ଦେବା କଥା ନୁହେଁ । କରବୀର ଏବଂ ଜବା ଫୁଲ ଦୁର୍ଗାଙ୍କ ବହୁତ ପ୍ରିୟ ଅଟେ । ଏହାକୁ ନିର୍ଣ୍ଣୟ କରି ବିଧିର ବିଧାନ ପୂର୍ବକ ମନ୍ତ୍ର ପାଠ କରି ଫୁଲ ଦେବା ଉଚିତ ।
ଆଗକୁ ଏହିଭଳି ଧାର୍ମିକ କଥା ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।