ଏହି କାମ କଲେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କେବେ ହେଲେ ଝଗଡ଼ା ଲାଗିବ ନାହିଁ- Jyotisha Sahstra

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପ୍ରତକଟି ଘରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ କେବେ ନା କେବେ ଛୋଟ ଛୋଟ କଥାରେ ଝଗଡା ହୋଇଥାଏ । କିନ୍ତୁ ଅନେକ ସମୟରେ ଯେଉଁ ଘରେ କଳି ନ ଥାଏ ସେହି ଘରେ ପ୍ରେମ ନ ଥାଏ ବା ଯେଉଁ ଘରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ନ ଥାଏ ସେହି ଘରେ ଭଲ ପାଇବା ନ ଥାଏ । କିନ୍ତୁ ଯଦି ଝଗଡା ବଢିଯାଏ ତେବେ ଦୁହିଙ୍କ ମଧ୍ୟରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ତେଣୁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବିଶ୍ଵାସ ରହିବା ନିହାତି ଜରୁରୀ ଅଟେ । କିନ୍ତୁ ଯେବେ ଦୁହିଙ୍କ ମଧ୍ୟରେ ଅବିଶ୍ଵାସ ଆସିଯାଏ ତେବେ ଯେତେ ଚେଷ୍ଟା କରିଲେ ମଧ୍ୟ କିଛି ସୁଫଳ ମିଳେ ନାହି ।

ଆଜି ଆମେ ଆପଣଙ୍କୁ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଲେ କଣ କରିଲେ ଏହାର ସମାଧାନ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଥରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଅବିଶ୍ଵାସ ଆସିଗଲେ ବଡ ଫାଟ ସୃଷ୍ଟି କରିଥାଏ ଯାହା ଆଉ କେବେ ଯୋଡି ହୁଏ ନାହି । ତେଣୁ ସ୍ବାମୀର କର୍ତ୍ତବ୍ୟ ହେଉଛି ସ୍ତ୍ରୀ କଣ ଇଚ୍ଛା କରୁଛି ତାହା ପୂରଣ କରିବା ସହ ତାର କେୟାର ନେବା ।

ଆଉ ସ୍ତ୍ରୀ ର କର୍ତ୍ତବ୍ୟ ହେଉଛି ସ୍ଵାମିଆ ର ପାଦରେ ପାଦ ମିଳାଇ ଆଗକୁ ବଢିବା । ଯଦି ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଉଭୟଙ୍କର ପରସ୍ପର ପ୍ରତି ଭଲ ପାଇବା ନ ରୁହେ ତେବେ ସମ୍ପର୍କରେ ବଡ ଫାଟ ସୃଷ୍ଟି ହୁଏ । ତେଣୁ ଦୁହିଙ୍କ ମଧ୍ୟରେ ଶ୍ନେହ, ଶ୍ରଦ୍ଧା ଭଲ ପାଇବା ଜରୁରୀ ଅଟେ । ଅନ୍ୟଟି ହେଉଛି ପରିବାରର ମଧ୍ୟରେ ଠିକ ବୁଝାମଣା ରହିବା ।

ଯଦି ସ୍ଵାମୀ ଯାହା କହିବ ସ୍ତ୍ରୀ ନ ମାନିବ ଓ ସ୍ତ୍ରୀ ଯାହା କହିବ ସ୍ଵାମୀ ନ ମାନିବ ତେବେ ଦୁହିଙ୍କ ସମ୍ପର୍କ କେବେ ଆଗକୁ ବଢିପାରିବ ନାହି । ଦୁହିଙ୍କ ସମ୍ପର୍କ ମଜବୁତ ହେବାର ସବୁଠାରୁ ବଡ କଥା ହେଉଛି ଘରକୁ ମନ୍ଦିର କରିବା । ଛାତ ପକାଇ ଖୁଣ୍ଟ ଉଠାଇ ଦେଲେ ତାହାକୁ ଘର କୁହାଯାଏ ନାହି ବରଂ ଯେଉଁଠି ଶ୍ନେହ ଶ୍ରଦ୍ଧା ଭଲ ପାଇବା ରହିଥାଏ ସେଠାରେ ସମ୍ପର୍କର ମୂଲ୍ୟ ବଢିଯାଏ ।

ଯଦି ଉଭୟଙ୍କ ମଧ୍ୟରେ ଏଗୁଡିକ କିଛି ରହିବ ନାହି ତେବେ ସମ୍ପର୍କରେ ଫାଟ ସୃଷ୍ଟି ହୁଏ । ପୁରୁଣା କାଳରେ ଲୋକେ ବୁଝଥିଲେ ଗୀତା, ଭଗବତ କଣ ବା ଇଶ୍ଵର କଣ । କିନ୍ତୁ ଆଜିର ପାଶ୍ଚାତ୍ୟ ସଭ୍ୟତାରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଏସବୁ କିଛି ଦେଖାଯାଉ ନାହି । ତେଣୁ ଉଭୟ ସ୍ଵାମୀ ସ୍ତ୍ରୀ ସତସଙ୍ଗ କରିବା ସହ ଉତ୍ତମ ଚରିତ୍ରର ଅଧ୍ୟୟନ କରିବା ଦ୍ଵାରା ଘର ମନ୍ଦିର ହୋଇଯିବ ।

ହରିନାମ ଧରିବା ସହ ଭଜନ କୀର୍ତ୍ତନ କରିବା ଦ୍ଵାରା ସବୁ ସମ୍ପର୍କ ମଧୁର ଓ ଅତୁଟ ରହିବ । ନିସ୍ଵାର୍ଥପର ଭଲ ପାଇବା ହିଁ ପ୍ରକୃତ ସମ୍ପର୍କ । ତେଣୁ ପ୍ରେମ ଶ୍ରଦ୍ଧା ଦ୍ଵାରା ସଂପର୍କକୁ ଆପଣେଇବା ଉଚିତ । କାହାକୁ କେବେ ବି ଖରାପ ବ୍ଯବହର କରିବା ଅନୁଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *