କେଉଁ ମନ୍ତ୍ର ଜପକଲେ ସ୍ମରଣ ଶକ୍ତି ଏବଂ ବିଦ୍ୟା ବୃଦ୍ଧି ହୁଏ, ଏହା ସହ ଆହୁରି 10+ ଆଜିର ଅନୁଚିନ୍ତା

ସୁଖ ପୂର୍ବକ ଜୀବନଯାପନ କରିବାକୁ ହେଲେ ଜୀବନରେ କିଛି ବସ୍ତୁ ଓ ଜ୍ଯୋତିଷ ଉପାୟ ଅବଲମ୍ବନ କରିବା ଆବଶ୍ୟକ ହୋଇଥାଏ । ୧- ଶୟନ କକ୍ଷରେ କେବେ ବି ଅଇଁଠା ବାସନ ରଖିବା ଉଚିତ ନୁହେଁ । ଏହା ଅଶୁଭ ହେବା ସହ ରୋଗ ଓ ଦାରିଦ୍ରତ୍ୟା ଦେଖା ଦେଇଥାଏ ।

୨- କ୍ଷୀର ବାହାରୁଥିବା ଫୁଲ ଦ୍ଵାରା ଘର ସଜାଇବା ଦ୍ଵାରା ଅଶୁଭ ହୋଇଥାଏ । ଘର ଭିତରେ କେବେବି କଣ୍ଟା ଜାତୀୟ ଗହ ରଖିବା ଅନୁଚିତ । ଏହା ଦ୍ଵାରା ପାରିବାରିକ ଜୀବନରେ ବିପଦ ଦେଖାଦିଏ ।

୩- ଶୋଇବା ଘରେ ଝାଡୁ, ଚୁମିଟା, ତେଲ, ହେମଦସ୍ତା ଇତ୍ୟାଦି ରଖିଲେ ଦୁଶ୍ଚିନ୍ତା ଓ କାମରେ ବିଫଳତା ଦେଖା ଦିଏ ।

୪- ଶତ୍ରୁ ଭୟ ଲାଗି ରହୁଥିଲେ ଖଟ ତଳେ ଲୁହାର ଛଡା ଖଣ୍ଡେ ରଖିଲେ ତାହା ଦୂର ହୁଏ । ରାତିରେ ଯଦି ଦୁସ୍ଵପ୍ନ ଆସୁଥାଏ ମୁଣ୍ଡ ପାଖରେ ତମ୍ବା ପାତ୍ରରେ ଜଳ ରଖିଲେ ଦୂର ହୋଇଥାଏ ।

୫- ପରିବାରର କୌଣସି ଲୋକଙ୍କର ମାନସିକ ଅସନ୍ତୁଳନ ହେଉଥିଲେ କିମ୍ବା କୌଣସି କାରଣରୁ ଭୟଗ୍ରସ୍ତ ହେଉଥିଲେ ଉଗ ଚରମ ରେ ସୋଇଲେ ମଙ୍ଗଳକାରୀ ହୋଇଥାଏ ।

୬- ଘରକୁ ଅତିଥି ଆସିଲେ ଶୁଭପ୍ରଦ ହେବା ସହ ଅତିଥି ସେବା କରିଲେ ଧନଧାନ୍ୟ ପ୍ରାପ୍ତ ହୋଇଥାଏ । ଶୁକ୍ରବାର ବା ଶନିବାର ଦିନ ଦେହରେ ତେଲ ଲଗାଇବା ଅନୁଚିତ । ଏହା ଦ୍ଵାରା ଦୁଖ ମିଳିଥାଏ ।

୭- ଗୁରୁବାରରେ ଦେହରେ ତେଲ ଲଗାଇବା ଅଶୁଭ ହେବା ସହ କାର୍ଯ୍ୟ ଅସଫଳ ହୋଇଥାଏ । ବୁଧବାରରେ ଦେହ ତେଲ ଲଗାଇବା ଶୁଭପ୍ରଦ ହେବ ସହ ଧନ ପ୍ରାପ୍ତିର ଯୋଗ ବନିଥାଏ ।

୮- ଠିକାଦାର ବ୍ୟବସାୟର କରୁଥିବା ଲୋକେ ୧୧ ବା ୧୩ ମୁଖ୍ୟ ରୁଦ୍ରାକ୍ଷ ଧରାଣ କରିଲେ କାମରେ ଉନ୍ନତି ଆସିଥାଏ । ଦୋକାନ କରୁଥିଲେ ୧୦ ବା ୧୪ ମୁଖ୍ୟ ରୁଦ୍ରାକ୍ଷ ପିନ୍ଧିଲେ ବ୍ୟବସାୟରେ ଉନ୍ନତି ହୋଇଥାଏ ।

୯- ଘରର ଠିକ ସମୁଖରେ ଜୋତା ବା ଚପଲ ରଖିଲେ ଅର୍ଥ ଅଭାବ ଦେଖାଯିବା ସହ ଘରେ ଅସାନ୍ତି ଦେଖାଦିଏ । ଚଟାଣରେ ଛୋଟ ପିଲାଙ୍କୁ ଶୋଇବାକୁ ଦେବା ଅନୁଚିତ । ଏହା ଦ୍ଵାରା ପିଲାମାନେ ରୋଗାଗ୍ରସ୍ତ ହେବାର ସମ୍ଭାବନା ଥାଏ ।

୧୦- ଯଦି ଗୋରୁ ବନ୍ଧନ ସମୟରେ ବା ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ମୁଖରେ ପଡିଥାଏ ତେବେ ଅଶୁଭ ହୋଇଥାଏ । ତେଣୁ ପ୍ରତିକାର କରି ନେବା ଉଚିତ । ସୁନା ଜିନିଷ ପାଇବା ଦ୍ଵାରା ଗ୍ରହ ଦୋଷ ଉତପନ ହୋଇଥାଏ । ତେଣୁ ମନ୍ଦିରରେ ପିଲାଙ୍କୁ ମିଠା ବାଣ୍ଟିବା ଉଚିତ ।

୧୧- ଜନ୍ମ ମାସ, ଦିବସ, ନକ୍ଷତ୍ରରେ ପୁଅ, ଝିଅଙ୍କର ବିବାହ କରିବା ଅଶୁଭ ହୋଇଥାଏ । ମାଘ, ଫାଲ୍ଗୁନ, ଆଷାଢ, ଜ୍ୟଷ୍ଠ, ବୈଶାଖ, ମାର୍ଗଶିର ମାସରେ ବିବାହ କରିଲେ କନ୍ୟା ସୌଭାଗ୍ୟବତୀ ହୋଇଥାଏ ।

୧୨- ବିବାହ ଯଜ୍ଞ ଓ ହୋମ ସମୟରେ କନ୍ୟା ଋତୁମତୀ ହେଲେ ବିଧି ପୂର୍ବକ ସଂସ୍କାର କରି ବିବାହ କର୍ମରେ ନିଯୁକ୍ତ ହୋଇପାରିବେ ।

୧୩- ଓମ ପରମାୟ ବିଘମହେ ଗୁରୁଦେବାୟ ଧୀମହୀ ତନୋ ଗୁରୁ ପ୍ରଚୋଦୟା ମନ୍ତ୍ରକୁ ଜପ କରିଲେ ସ୍ମରଣ ଶକ୍ତି ଓ ବିଦ୍ୟା ବୃଦ୍ଧି ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *