ପ୍ରଥମ ଥର ପାଇଁ ଓଡିଶାରେ ବିନା ଗୋଡି, ବାଲି, ସିମେଣ୍ଟରେ ତିଆରି ହୋଇଛି ଘର, ଯାହା ଆପଣ କେଉଁଠି ବି କରିପାରିବେ ବ୍ୟବହାର

ନମସ୍କାର ବନ୍ଧୁଗଣ । ଆପଣ ମାନେ ଏହି ଭିଡିଓରେ ଯେଉଁ ଘର ଦେଖୁଛନ୍ତି ସେଥିରେ ବାଲି, ସିମେଣ୍ଟ, ଗୋଡି, ରଡ କିଛି ବି ବ୍ୟବହାର ହୋଇନାହି । ଏହି ଘରକୁ ଆପଣ ଚାହିଁଲେ ଅନ୍ୟ ଜାଗାକୁ ନେଇ ପାରିବେ । ଏହିଭଳି ବି-ର-ଳ ଘର ଦେଖିବାକୁ ମିଳିଛି କଟକ ଜିଲ୍ଲାର ତେଲେଙ୍ଗା ପେଣ୍ଠରେ । ଏହି ଘରକୁ ନିର୍ମାଣ କରିଛନ୍ତି ଇଞ୍ଜିନିୟର ସୁନ୍ଦର ପଟ୍ଟନାୟକ । ତାଙ୍କୁ ଏହି ଘର କାମ କରିବା ପାଇଁ ପ୍ରେରଣା ଦେଇଛନ୍ତି ତାଙ୍କ ଝିଅ ଫ୍ୟାସନ ଡିଜାଇନର ସ୍ଵସ୍ତି ପଟ୍ଟନାୟକ । ଏହି ଘରଟି ପୁରା ଫାଇଭରରେ ଗଢା ହୋଇଛି । ସୁନ୍ଦର ପଟ୍ଟନାୟକ ଜଣେ ଇଞ୍ଜିନିଅର ଅଟନ୍ତି । ସେ ତାଙ୍କର ୧୫ ବର୍ଷର ଜୀବନ କାଳରେ ଅନେକ ବିଲ୍ଦିଙ୍ଗ କାମ କରିଛନ୍ତି ।

ତାଙ୍କ ଝିଅର ପ୍ରେରଣାରେ ସେ ଏହିଭଳି ଏକ ଘର ନିର୍ମାଣ କରିବାରେ ସଫଳ ହୋଇଛନ୍ତି । ଏହିଭଳି ଘର ଆମେରିକା ବା ଜାପାନରେ ଦେଖିବାକୁ ମିଳିଥାଏ । ଏହି ଘର ଗତ ଦୁଇ ମାସ ମଧ୍ୟରେ ଶେଷ ହୋଇଥିବା ବେଳେ କିଛି ଇଣ୍ଟେରିୟର କାମ ବାକି ରହିଛି ବୋଲି କହିଛନ୍ତି ସୁନ୍ଦର ପଟ୍ଟନାୟକ ।

ସେ ବର୍ତ୍ତମାନ ଯାଏଁ ୩ଟି ଘର ଏହିଭଳି ଅଲଗା ଅଲଗା ଡିଜାଇନରେ ତିଆରି କରିଛନ୍ତି । ଗୋଟେ ଘର ୧୦୦ଫୁଟ, ଦୀତୀୟଟି ୧୮୦ଫୁଟ ଓ ତୃତୀୟଟି ୨୪୦ଫୁଟ । ଯେଉଁ ଘର ୧୦୦ ସ୍କୋୟାରଫୁଟର ରହିଛି ତାହାର ଦାମ ହେଉଛି ୧ଲକ୍ଷ ୨୦,୦୦୦ ଯାହା ଏକ ଗାଡିର ମୂଲ୍ୟ ସହ ସମାନ । ଏ ଘରକୁ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ହୋଇ ପାରିବ ।

ଏହି ଘର ବାତ୍ୟା ବା ଭୂମିକମ୍ପ ହେଲେ ମଧ୍ୟ କୌଣସି କ୍ଷତି ହେବ ନାହି ଯାହା ସୁନ୍ଦର ପଟ୍ଟନାୟକ କହିଛନ୍ତି । ଯଦି ନିଆଁ ୧୮୦ ଡିଗ୍ରୀରୁ ଅଧିକ ହୁଏ ତେବେ ଏହି ଘରେ ନିଆଁ ଲାଗିପାରେ ନ ହେଲା ନାହି । ଏ ଟେକ୍ନୋଲୋଜି ଫରେନରେ ଗତ ୩୦ ବର୍ଷ ତଳେ ହୋଇ ସାରିଛି । ଏହି ଘରଟିକୁ ଦରକାର ପଡିଲେ ଫୋଲ୍ଡ କରି ଅନ୍ୟ ଜାଗାକୁ ନେଇ ହେବ । ଏହାର ମୂଲ୍ୟ ରହିଛି ୧ଲକ୍ଷ ୪୦,୦୦୦ ଟଙ୍କା । ଏହି ଘର ଏପରି ଭାବେ ପ୍ରସ୍ତୁତ ହୋଇଛି କି ଏଥିରେ ଗୋଟେ କିଚେନ, ବାଥୃମ ରହିବା ସହ ଅନେକ ରୁମ ମଧ୍ୟ ରହିଛି । ବ୍ୟକ୍ତି ନିଜର କ୍ଷମତା ଅନୁସାରେ ଏହି ଘରେ ଏସି, ଟିଭି ଇତ୍ୟାଦି ଲଗାଇ ପାରିବ ।

ସ୍ଵସ୍ତି ପଟ୍ଟନାୟକ କହିଛନ୍ତି ଏହି ଘର ସେ ଓ ତାଙ୍କ ବାପା ମିଶି ଆସନ୍ତା ମାସରେ ଲଞ୍ଚ କରିବେ । ଏହା ପୂର୍ବରୁ ତାଙ୍କ ପାଖକୁ ୨ଟି ଅର୍ଡର ଆସି ସାରିଛି ଏହିଭଳି ଭାବେ ଘର ତିଆରି କରିବା ପାଇଁ । ଏହି ଘର ସେମାନେ ଲକ ଡାଉନ ସମୟରେ ଆରମ୍ଭ କରିଥିଲେ । ୩ଟି ଘର ନିର୍ମାଣ କରିବା ପାଇଁ ପ୍ରାୟ ଦୁଇ ମାସ ଲାଗିଥିଲା । ଏହି ଘରେ ଯେଉଁ ନୂଆ ଡିଜାଇନ ରହିଛି ତାହା ସ୍ଵସ୍ତି ପଟ୍ଟନାୟକ କରିଛନ୍ତି । ତେବେ ଏହିଭଳି ଏକ ନିଆରା ଢଙ୍ଗରେ ତିଆରି ହୋଇଥିବା ଘର ଆମ ଓଡିଶାରେ ପ୍ରଥମ ଥର ପାଇଁ ହୋଇଛି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *