ଖାଇବା ସହିତ ଏବେ ସ୍କିନରେ ବି ଲଗାନ୍ତୁ ଭେଣ୍ଡି, ଏବଂ ଚୁଟିକି ରେ ଦେଖିନ୍ତୁ କମାଲ

ଭେଣ୍ଡି ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାକୁ ସେବନ କଲେ କେବଳ ଭୋକ ବଢେନି ଶରୀରରେ ଏନର୍ଜି ମଧ୍ୟ ରହିଥାଏ । ଥଣ୍ଡା କାଶରେ ଭେଣ୍ଡି ଖାଇବା ଭଲ କୁହାଯାଏ । ଏହା ଶରୀରର କଫ ଦୂର କରିଥାଏ । ଏଥିରେ କ୍ୟାଲସିୟମ, ଫସଫରସ, ପୋଟାସିୟମ, ଆଇରନ କପର୍, ସୋଡିୟମ୍, ପ୍ରୋଟିନ, ଆୟୋଡିନ, ଭିଟାମିନ ଏ,ବି କମ୍ପ୍ଲେକ୍ସ ଓ ସି ପରି କେତେକ ପୋଷକ ତତ୍ତ୍ଵ ମିଳିଥାଏ । ଏହାକୁ ଖାଇଲେ ମୋଟାପଣ ମଧ୍ୟ କମ୍ କରିହୁଏ ।

ହେଲେ କଣ ଆପଣ ଜାଣନ୍ତିକି, ଭେଣ୍ଡି କେବଳ ଶରୀର କୁ ହେଲ୍ଦି ନୁହେଁ ସ୍କିନକୁ ଗ୍ଲୋଇଂ ମଧ୍ୟ କରିଥାଏ । ଏମିତିରେ ବି ଦେଶରେ ଲକଡାଉନ୍ ଚାଲୁଛି । ତେଣୁ ସବୁ ବୀଉଟି ପାର୍ଲର ବନ୍ଦ ତେବେ ମହିଳାଙ୍କୁ ଘରେ ହିଁ ନିଜ ତ୍ୱଚ଼ା ର ଯତ୍ନ ନେବାକୁ ପଡୁଛି । ମହିଳାମାନେ ଭେଣ୍ଡି ଫେସ ପ୍ୟାକ ପ୍ରସ୍ତୁତ କରି କେବଳ ନିଜର ତ୍ୱଚ଼ାରେ ନିଖାର ଆଣିପାରିବେ ନୁହେଁ ଏମିତିକି ପିମ୍ପଲ୍ସ, ଦାଗ ଆଦି ସମସ୍ୟାରୁ ବି ମୁକ୍ତି ପାଇପାରିବେ ।

Image Courtesy: Google

ଭେଣ୍ଡି ଫେସ ପ୍ୟାକରେ ଦୂର ହେବ ପିମ୍ପଲ୍ସ ସମସ୍ୟା

ଭେଣ୍ଡି ଫେସ୍ ପ୍ୟାକ୍ ଲଗାଇଲେ ପିମ୍ପଲ୍ସ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ମୁହଁରେ ଦେଖାଯାଉଥିବା ଦାଗ, ଚିହ୍ନ, ଡାର୍କ ସର୍କଲକୁ ବି ଭେଣ୍ଡି ଦୂର କରିଥାଏ । ଏଥିରେ ତ୍ୱଚ଼ା ହେବ ନରମ ଏହା ଭିତରୁ ତ୍ଵଚାକୁ ମଶ୍ଚରାଇଜର କରିଥାଏ । ଏହା ସ୍କିନକୁ ନରମ ବା ମୁଲାୟମ ବନାଇଥାଏ ।

Image Courtesy: Google

ଏମିତି ବନାନ୍ତୁ ଭେଣ୍ଡି ଫେସ ପ୍ୟାକ

ପ୍ରଥମେ 8 ରୁ 10 ଭେଣ୍ଡିକୁ ଭଲଭାବରେ ଧୋଇ ତାକୁ ମିକ୍ସି ରେ ପେଶି ଗାଢ଼ ପେଷ୍ଟ ବନାନ୍ତୁ । ତାପରେ ଏହାକୁ ମୁହଁରେ ଲଗାଇ 15 ମିନିଟ୍ ଛାଡ଼ିଦିଅନ୍ତୁ । ପରେ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ । ଏପରି ସପ୍ତାହକୁ ଦୁଇ ଥର କରନ୍ତୁ । ଯଦି ଆପଣଙ୍କ ମୁହଁରେ ଦାଗ ଚିହ୍ନ ଅଛି ତେବେ ଏହା ସହିତ ଧନିଆ ପତ୍ର ମଧ୍ୟ ବାଟି ଲଗାଇପାରିବେ ।

Image Courtesy: Google

ଏଥିପାଇଁ ଗୋଟେ ପାତ୍ରରେ ପାଣି ଫୁଟାନ୍ତୁ, ତାପରେ ସେଥିରେ ଭେଣ୍ଡି ସହିତ ଅଧା ଚାମଚ୍ ଜିରା ମିଶାନ୍ତୁ । ଏଥିରେ ଧନିଆ ପତ୍ର ମିଶାନ୍ତୁ ଏବଂ ଆଉ କିଛି ସମୟ ଭଲରେ ଫୁଟାନ୍ତୁ । ତାପରେ ଗ୍ୟାସ୍ ବନ୍ଦ କରି ପାଣି ଥଣ୍ଡା କରନ୍ତୁ । ତାପରେ ଏହାକୁ ଛାଣି ମୁହଁ ସହିତ ହାତ ଗୋଡ଼ ରେ ମଧ୍ୟ ଲଗାଇ ଅଧ ଘଣ୍ଟା ଛାଡି ଦିଅନ୍ତୁ । ତାପରେ ଭଲଭାବରେ ଗାଧାନ୍ତୁ । ଏହାଦ୍ବାରା ତ୍ଵଚା ମୁଲାୟମ ବା ନରମ ହୋଇଯିବ ।

ଆମ ଦ୍ଵାରା ଦିଆଯାଉଥିବା ଏହି ହେଲ୍ଥ ଟିପ୍ସ ଯଦି ଆପଣଙ୍କୁ ଠିକ ଲାଗୁଛି ତେବେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ,ଏହା ବିଷୟରେ ନିଜର ମତାମତ କମେଣ୍ଟ କରି ଜଣାନ୍ତୁ । ଆଗକୁ ଏହିଭଳି ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *