ଖଲି ବାଣ୍ଟିଲେ ହେଲେ ଭାତ ଦେଲେନି… ଗଣଶିକ୍ଷା ବିଭାଗର ଏ କି ନିୟମ! ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ପ୍ରଥମେ ସିଟି ପାଇଁ ପ୍ରବେଶିକା ପରୀକ୍ଷା । ପରେ ସିଟିର ଦୁଇଟି ବୋର୍ଡ ପରୀକ୍ଷା । ସିଟି ପରେ ଓଟିଇଟି ପରୀକ୍ଷା । ଆଉ ଏ ସବୁ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ପରେ ଦାଦନ । ବମ୍ବେ ଲଡୁ ଖାଇଥିବେ ନିଶ୍ଚୟ ଦେଖିଲା ବେଳକୁ ଭାରି ଭଲ ଲାଗେ । ହେଲେ ଚିପୁଡି ଦେଲେ କିଛି ନ ଥାଏ । ଗଣ ଶିକ୍ଷା ବିଭାଗ ବି ବୋଧେ ଏମିତି ବମ୍ବେ ଲଡୁ ଧରି ନେଇଛି ଓଡିଶାର ହଜାର ହଜାର ଯୁବକ ଯୁବତୀଙ୍କୁ । କାରଣ ପ୍ରାୟ ୭ ବର୍ଷ ହେଲା ଏତେ ସବୁ ପରୀକ୍ଷା ଦେଇ ଚାକିରି ଅପେକ୍ଷାରେ ରହିଛନ୍ତି ଯୁବକ ଯୁବତୀ । ହେଲେ ନିଯୁକ୍ତି ବେଳକୁ ସରକାଙ୍କର ଦେଖା ନାହିଁ ।

ପୂର୍ବରୁ ରାଜ୍ୟ ରେ ୩ ହଜାର ପିଲାଙ୍କୁ ଦିଆ ଯାଉଥିଲା ସିଟି ଟ୍ରେନିଂ । ରାଜ୍ୟର ପ୍ରାଥମିକ ସ୍କୁଲ ଗୁଡିକରେ ପଦବୀ ଖାଲି ପଡି ଥିବାରୁ ଏହି ସଂଖ୍ୟାକୁ ଦୁଇ ଗୁଣା କରି ଦିଆଗଲା । ଅର୍ଥାତ ଏବେ ପ୍ରାୟ ୬ ହଜାର ୪୦୦ ପିଲା ନେଉଛନ୍ତି ସିଟି ଟ୍ରେନିଂ । ସିଟି ଟ୍ରେନିଂ ପାଇଁ ଏଣ୍ଟରାନ୍ସ ବ୍ୟବସ୍ଥା କରାଗଲା । ଛାତ୍ର ଛାତ୍ରୀ ଉଶ୍ଚାହିତ ହେଲେ ସିଟି ପାଇଁ ଏଣ୍ଟରାନ୍ସ ଦେଇ ସିଟି ଟ୍ରେନିଂ ନେଲେ ।

ହେଲେ ପ୍ରଥମ ବ୍ୟାଚକୁ ଛାଡି ଦେଲେ ଆଉ କେହି ଚାକିରି ପାଇ ନାହାନ୍ତି । କାରଣ ୨୦୧୬ ପର ଠାରୁ ସରକାର ନିଯୁକ୍ତି ହିଁ ବାହାର କରୁ ନାହାନ୍ତି । ଏପଟେ କନିଷ୍ଠ ଶିକ୍ଷକଙ୍କ ପାଇଁ ୩୨ ବର୍ଷ ବୟସ ସୀମା ରଖାଯାଇଛି । ଯଦି ଜଣେ ୩୦ ବର୍ଷ ବୟସରେ ସିଟି କରିଥିବ ୭ ବର୍ଷ ହେଲାଣି ଚାକିରି ବାହାରିନି । କହିବାକୁ ଗଲେ ତାର ଚାକିରି କରିବାର ସ୍ଵପ୍ନ ସ୍ଵପ୍ନରେ ହିଁ ରହିଗଲା ।

ପ୍ରତି ବର୍ଷ ହଜାର ହଜାର ଶିକ୍ଷକ ଅବସର ନେଉଛନ୍ତି । ହେଲେ ସେତିକି ଖାଲି ପଦବୀ ବି ପୂରଣ କରୁ ନାହାନ୍ତି ସରକାର । ଯାହା ଫଳରେ ପ୍ରାଥମିକ ସ୍କୁଲର ଶିକ୍ଷକ ହେବାକୁ ଚାହୁଁଥିବା ହଜାର ହଜାର ଛାତ୍ରଛାତ୍ରୀ ହତାସ ହୋଇ ବସିଛନ୍ତି । କିଏ ଦାଦନ ଖଟୁଛି ତ ଆଉ କିଏ ଚାଷ କରୁଛି । ତେଣୁ ପ୍ରାଥମିକ ସ୍କୁଲ ଗୁଡିକରେ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ତାଙ୍କୁ ପୂରଣ କରିବାକୁ ସିଟିର ସିଟ ସଂଖ୍ୟା ବୃଦ୍ଧି କରଯାଇଥିଲା ।

କିନ୍ତୁ ନିଯୁକ୍ତି ଦେବାକୁ ସରକାର ଭୁଲିଗଲେ । ଖଲି ପତ୍ର ଖଣ୍ଡେ ଧରାଇ ଦେଇ ଭାତ ନ ଦେଲା ଭଳି କାମ କରୁଛନ୍ତି ସରାକର । ସବୁଠାରୁ ବଡ ପ୍ରଶ୍ନ ଏମାନେ କରିବେ କଣ ? ଏମାନଙ୍କ ଭବିଷ୍ୟତ ପାଇଁ ଦାୟୀ କିଏ ? ହଜାର ହଜାର ପଦବୀ ଖାଲି ପଡିଛି କିନ୍ତୁ କାହିଁଙ୍କି ବାହାରୁନି ନିଯୁକ୍ତି ? ଏଭଳି ଅନେକ ପ୍ରଶ୍ନ ହେଲେ ଉତ୍ତର ଦେବ କିଏ ?

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *