ଖାଲି ପେଟରେ ଗୁଡ଼ ଖାଇ ଗରମ ପାଣି ସେବନ କରିବାର ଚମତ୍କାରି ଲାଭ ଜାଣି ପାଦ ତଳୁ ମାଟି ଖସିଯିବ- Health Tips

ଆଜିକା ସମୟରେ ସମସ୍ତଙ୍କୁ କିଛି ନା କିଛି ରୋଗ ଅଛି ତାହା ମଧ୍ୟ ଛୋଟ ରୋଗ ନୁହଁ ବଡ ବଡ ରୋଗ ଯେମିତି ହାର୍ଟ ଅଟାକ, ଡାଇବେଟିଜ, ହାଇ ବିପି ବା ଲୋ ବିପି ବହୁତ ପ୍ରକାର ରୋଗ ଅଛି ଆଉ ଆଜିକା ସମୟରେ ସମସ୍ତେ ଏହି ସବୁ ରୋଗ ଦ୍ୱାରା ଗ୍ରସ୍ତ ଅଛନ୍ତି । ଆଜି ଲୋକଙ୍କୁ ଏତେ ରୋଗ କଣ ପାଇଁ ଅଛି କଣ ଆପଣ ତାହା ବିଷୟରେ ଜାଣିଛନ୍ତି ରୋଗର ମୁଖ୍ୟ କାରଣ ନୁଆ ନୂଆ ଜିନିଷ ର ସେବନ ଅଟେ । ଆମ ଭାରତରେ ପୁରାତନ ସମୟରୁ ସୋରିଷ ତେଲ ଆଉ ନଡିଆ ତେଲ ଖାଇବା ପାଇଁ ଆଉ ଲଗାଇବା ପାଇଁ ବ୍ୟବହାର କରା ଯାଉଥିଲା କିନ୍ତୁ ଗତ କିଛି ବର୍ଷରେ ଲୋକ ରିଫାଇନ ତେଲ ଏତେ ବ୍ୟବହାର କଲେ ଜେ ଆଜିକା ସମୟରେ ସମସ୍ତଙ୍କୁ ହାର୍ଟ ଅଟାକ ଭଳି ସମସ୍ୟା ଅଛି ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଖାଦ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ସମସ୍ତେ ଭୁଲି ଯାଇଛନ୍ତି କିନ୍ତୁ ଆମେ ଆପଣଙ୍କୁ ମନେ ପକେଇବୁ । ବହୁତ ବର୍ଷ ତଳେ ଆମ ଭାରତରେ ଚିନି ଭଳି ଜିନିଷ ଆସିଲା ଯାହା ରିଫାଇନ ହୋଇକି ତିଆରି ହୋଇଥାଏ । ତେବେ ଚିନିର ସେବନ ଦ୍ୱାରା ଲୋକଙ୍କ ମଧ୍ୟରେ ଡାଇବେଟିଜ ଭଳି ସମସ୍ୟା ବଢ଼ିବାକୁ ଲାଗିଲା କିନ୍ତୁ ଏହି କଥା ଉପରେ ଲୋକ ବହୁତ କମ ଧ୍ୟାନ ଦେଲେ ଆଉ ଡକ୍ଟର ମଧ୍ୟ ଆପଣଙ୍କୁ ଏହି ସବୁ କଥା କହିବେ ନାହିଁ କାହିଁକି ନା ଆପଣଙ୍କ ରୋଗ ବଢ଼ିଲେ ଆପଣ ଡକ୍ଟର ପାଖକୁ ଯିବେ ଯାହା ଦ୍ଵାରା ତାଙ୍କୁ ଫିସ ମିଳିବ ଆଉ ଔଷଧ କମ୍ପାନୀ ର ଔଷଧ ବିକ୍ରି ହବ ।

ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ଉପରେ ନିଜେ ଧ୍ୟାନ ଦବାକୁ ହବ ଆପଣଙ୍କୁ ଜଣା ଅଛି ଯେ ପୁରାତନ ସମୟରୁ ଭାରତରେ ଗୁଡ ବହୁତ ପ୍ରସିଧ ଅଟେ । ଭାରତରେ ଆଜିବି ପର୍ବ ପର୍ବାଣୀ ରେ ଗୁଡ ଦ୍ୱାରା ତିଆରି ମିଠା ଆଉ ଭୋଜନ ବନେଇବାର ପରମ୍ପରା ହୋଇଥାଏ, ଲୋକ ଆଜିବି ତାକୁ ଗୋଟେ ସଂସ୍କୃତି ଭାବି ପୂର୍ଣ୍ଣ କରନ୍ତି କିନ୍ତୁ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଜେ ପୁରୁଣା ସମୟରେ ଲୋକ ଗୁଡ଼ର ବ୍ୟବହାର କରୁଥିଲେ ଆଉ ସେହି ସମୟରେ କାହାକୁ ବି କିଛି ରୋଗ ନଥିଲା ତେବେ ସୋରିଷ ତେଲ, ଗୁଡ ଏହା ସବୁ ପ୍ରାକୃତିକ ଜିନିଷ ଅଟେ ।

ଯେତେବେଳେ ଆମେ ଏହାର ସେବନ କରିଥାଉ ଆମ ଶରୀରକୁ ଶକ୍ତି ମିଳିଥାଏ ଆଉ ଆମ ଶରୀର ମଜବୁତ୍ ହୋଇଥାଏ କିନ୍ତୁ ରିଫାଇନ କରା ଯାଇଥିବା ଫ୍ୟାକ୍ଟ୍ରି ଜିନିଷ ଆମ ସ୍ବାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ । ଆପଣଙ୍କୁ ସବୁ ସକାଳେ ଖାଲି ପେଟରେ ଗୁଡ ଖାଇ କିଛି ଉଷୁମ ପାଣି ସେବନ କରିବା ଉଚିତ ଏହା କରିବା ଦ୍ୱାରା ଆପଣଙ୍କ ଗ୍ୟାସ ସମସ୍ୟା ଦୁର ହୋଇଥାଏ, ଆପଣଙ୍କ ଚୁଟି ଝଡ଼ିବା ସମସ୍ୟା ଦୂର ହୋଇଥାଏ, ଆପଣଙ୍କ ପାଚନ ଶକ୍ତି ବଢ଼ିବାକୁ ଲାଗିଥାଏ ।

ଆପଣଙ୍କ ଲିଭର ସ୍ୱାସ୍ଥ୍ୟ ଭଲ ରହିଥାଏ, ଆପଣଙ୍କ ଶରୀରରେ ରକ୍ତ ନିର୍ମାଣ ହୋଇଥାଏ ଯାହା ଦ୍ଵାରା ଆପଣଙ୍କୁ ବହୁତ ଭଲ ଲାଭ ମିଳିଥାଏ ଇତ୍ୟାଦି ଲାଭ ଆପଣଙ୍କୁ କେବଳ ଗୁଡ ଖାଇବା ଦ୍ବାରା ହୋଇଥାଏ । କେବଳ ଗୋଟେ ମାସ ଏହାର ସେବନ କରି ଦେଖନ୍ତୁ ଆପଣଙ୍କୁ ବହୁତ ଲାଭ ମିଳିବ ଆଉ ଆପଣଙ୍କ ଶରୀର ସବଳ ହବ । ସକାଳେ ଉଠି ଖାଲି ପେଟରେ ଗୁଡ ଖାଇବା ପରେ ଆପଣଙ୍କୁ ଟିକେ ଉଷୁମ ପାଣି ମଧ୍ୟ ସେବନ କରିବା ଉଚିତ ।

ତେବେ କଣ ଆପଣ ଜାଣିଛନ୍ତି ଗୁଡ ଖାଇବା ଦ୍ବାରା ଆପଣଙ୍କ ଶରୀରକୁ ଭରପୁର ମାତ୍ରା ରେ ଆଇରନ ଆଉ କ୍ୟାଲସିଅମ ମିଳିଥାଏ ଯାହା ଦ୍ଵାରା ଆପଣଙ୍କ ଶରୀରରେ ହାଡ ଗଣ୍ଠି ସମସ୍ୟା ହୋଇନଥାଏ ଆଉ ଆପଣଙ୍କୁ ବହୁତ ଉର୍ଜା ବାନ ଅନୁଭବ ହୋଇଥାଏ । ଆମେ ଯେଉଁ ଖାଦ୍ୟ ଗ୍ରହଣ କରିଥାଉ ତାକୁ ପାଚନ ପାଇଁ ବହୁତ ସମୟ ଲାଗିଥାଏ ଆଉ ପ୍ରାୟତଃ ଲୋକ ଖାଇ ଚାଲନ୍ତି ଖାଇ ଚାଲନ୍ତି ଆଉ ତାଙ୍କ ପେଟ ଖରାପ ହୋଇଥାଏ କିନ୍ତୁ ମନେ ରଖିବେ ଆପଣଙ୍କୁ ଯଦି ପେଟ ସମସ୍ୟା ବା ପାଚନ ପାଇଁ ଗୁଡ ଖାଇବାର ଅଛି ତେବେ ଆପଣଙ୍କୁ ଗୁଡ ରାତିରେ ସେବନ କରି ଶୋଇବା ଉଚିତ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *