Breaking News: ଖୋଲିବ School ଓ College, ଆରମ୍ଭ ହୋଇଯିବ କ୍ଳାସ! ଜାଣନ୍ତୁ କେବେଠୁ

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଗଗତ ୧.୫ ବର୍ଷ ହେବ ସ୍କୁଲ ଓ କଲେଜ ବନ୍ଦ ହୋଇ ପଡିଛି । ଏହି କାରଣରୁ ପିଲାମାନଙ୍କର ପାଠ ପଢାର ବହୁତ କ୍ଷତି ମଧ୍ୟ ହେଉଛି । କିନ୍ତୁ ସରକାର ବି କିଛି କରି ପାରିବେ ନାହିଁ ଯେତେ ଦିନ ପର୍ଯ୍ୟନ୍ତ ଏହି କରୋନା ସଂକ୍ରମଣ ଦୂର ହୋଇ ନାହିଁ ସେତେ ଦିନ ପର୍ଯ୍ୟନ୍ତ ନା ହିଁ ସ୍କୁଲ ଖୋଲିବ ଓ ନା ହିଁ କଲେଜ । କୌଣସି ବି ଶିକ୍ଷା ଅନୁଷ୍ଠାନ ଖୋଲିବ ନାହିଁ ।

କିନ୍ତୁ ବର୍ତ୍ତମାନ ଏକ ବଡ ଖବର ଆସୁଛି ଯେଉଁଥିରେ କୁହାଯାଉଛି କି ଆସନ୍ତା ଜୁନ ୨୧ରୁ ସ୍କୁଲ ଓ କଲେଜର ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ । ତେବେ ଚାଳନ୍ତୁ ଜାଣିବା ସମ୍ପୂର୍ଣ ଖବର ଟି କଣ ? କହିଦେଉଛୁ କି କରୋନା କାରଣରୁ ପାଖାପାଖି ୧୫ ମାସ ହେବ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ପିଲାମାନଙ୍କ ପାଠ ପଢା ବନ୍ଦ ରହିଛି । ଅନ୍ୟ ପଟେ ନବମ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ପାଠପଢା କ୍ଳାସ ରୁମରେ ହୋଇଥିଲା ।

କିନ୍ତୁ ବର୍ତ୍ତମାନ ପିଲାମାନଙ୍କର ପଠା ପଢାକୁ ନେଇ ଏକ ବଡ ନିଷ୍ପତି ନେଇଛନ୍ତି ସରକାର । କହିଦେଉଛୁ କି ଲକଡାଉନ ଆରମ୍ଭ ହେବା ଦିନ ଠାରୁ କେତେକ ଶିକ୍ଷା ସଂସ୍ଥା ଗୁଡିକ ଅନ୍ଲାଇନ ମାଧ୍ୟମରେ ଅର୍ଥାତ ଟିଭି, ରେଡିଓ, ୟୁଟ୍ୟୁବ ଓ ୱ୍ହାଟସପ ମାଧ୍ୟମରେ ପିଲାମାନଙ୍କୁ ପାଠ ପଢା ଯାଉଥିଲା । କିନ୍ତୁ ଏହା ମାତ୍ର ୫୦ ପ୍ରତିଶତ ସଫଳ ହୋଇଛି । ଅର୍ଥାତ ଅଧାରୁ ବି ଅଧିକ ପିଲାମାନ ଅନ୍ଲାଇନରେ ପାଠ ପାଢି ନାହାନ୍ତି । ଏମିତିରେ ଏହା ପଛରେ ବିଭିନ୍ନ କାରଣ ଥାଇପାରେ ।

କହିଦେଉଛୁ କି ୨୦୨୦ – ୨୧ ଶିକ୍ଷା ବର୍ଷରେ ୬୦ ଲକ୍ଷ ପିଲାମାନଙ୍କ ମଧ୍ୟରୁ ମାତ୍ର ୨୫ ଲକ୍ଷ ପିଲା ଅନ୍ଲାଇନରେ ପାଠ ପଢିଥିଲେ । ଯାହାକି ପିଲାମାନଙ୍କ ଭବିଷ୍ୟତକୁ ନେଇ ବହୁତ ଚିନ୍ତା ଜଣକ ବିଷୟ ଅଟେ । ଏହାକୁ ଦ୍ରୁଷ୍ଟିରେ ରଖି ଗଣଶିକ୍ଷା ବିଭାଗ ଏକ ଭିନ୍ନ ପନ୍ଥା ଗ୍ରହଣ କରିଛନ୍ତି । ବର୍ତ୍ତମାନ ୟୁଟ୍ୟୁବରେ ଲାଇଭ କ୍ଲାସ କରାଯିବ । ଜୁନ ୨୧ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସରକାରଙ୍କ ଦ୍ଵାରା ସୂଚନା ଜାରି କାରାଯାଇଛି ଓ ଜୁନ ୧୭ ମଧ୍ୟରେ ଏହାର ସମସ୍ତ ପ୍ରସ୍ତୁତି ଶେଷ କରିବା ପାଇଁ ସମସ୍ତ ଶିକ୍ଷା ଅନୁଷ୍ଠାନକୁ ଚିଠି ଲେଖାଯାଇଛି ।

ଓଡିଶା ରାଜ୍ୟର ପ୍ରକଳ୍ପ ସଂଯୋଗ ଭୂପେନ୍ଦ୍ର ସିଂହ ପୁଣିଆ ଆଜି ୧୩ ଟି ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଦୁଇଟି କ୍ଳାସ ରୁମ ଅନ୍ଲାଇନ କ୍ଳାସ ପାଇଁ ପ୍ରସ୍ତୁତ ରଖିବା ପାଇଁ କହିଛନ୍ତି । ଜିଲ୍ଲା ମୁଖ୍ୟାଲାୟ ନିକଟରେ ଥିବା ସେଣ୍ଟର ଅଫ ଏକଶିଲେନ୍ସ ସ୍କୁଲ ଓ ଟ୍ରାନ୍ସଫରମେସନ ହାଇ ସ୍କୁଲରେ ଏହି ସମସ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି । ଖୋର୍ଦ୍ଦା, ବଲାଙ୍ଗୀର, କଟକ, କେନ୍ଦ୍ରାପଡା, ଗଞ୍ଜାମ, କୋରାପୁଟ, ପୁରୀ, ଢେଙ୍କାନାଳ, ସୁନ୍ଦରଗଡ, ନୟାଗଡ, ଭଦ୍ରକ, ବାଲେଶ୍ଵର ଓ ସମ୍ବଲପୁର ଜିଲ୍ଲା ଗୁଡିକର ପ୍ରାରମ୍ଭିକ ରୂପରେ ଏହି ଅନ୍ଲାଇନ କ୍ଳାସ ବ୍ୟବସ୍ଥା କରିବା ପାଇଁ ନିଷ୍ପତି ନିଆଯାଇଛି ।

ଏହା ସହିତ ଗଣଶିକ୍ଷା ବିଭାଗ ଅନ୍ୟ କିଛି ସୂଚନା ମଧ୍ୟ ଜାରି କରିଛନ୍ତି । ଯେମିତି କି ଅନ୍ଲାଇନ କ୍ଳାସ ପାଇଁ କ୍ଳାସ ରୁମରେ କାନ୍ଥ ଧଳା ରଙ୍ଗର ହେବା ସହିତ ଉପଯୁକ୍ତ ଲାଇଟ, ଏସି କିମ୍ବା ପଙ୍ଖା, କମ୍ପ୍ୟୁଟର କିମ୍ବା ଲ୍ୟାପଟପ, ଦୁଇଟି କ୍ୟାମେରା, ମାଇକ୍ରୋଫୋନ, କ୍ୟାମେରା ଷ୍ଟାଣ୍ଡ ଇତ୍ୟାଦି ସବୁ ଜିନିଷ ୧୭ ତାରିଖ ମଧ୍ୟରେ ପ୍ରସ୍ତୁତ ରଖିବା ପାଇଁ କୁହାଯାଇଛି । ଏହା ଦ୍ଵାରା ଜୁନ ୨୧ ରୁ ହିଁ ଅନ୍ଲାଇନ ୟୁଟ୍ୟୁବ ମାଧ୍ୟମରେ ସବୁ ଜିଲ୍ଲାର ପିଲାମାନେ ପାଠ ପଢି ପାରିବେ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *