କିଏ ସବୁଠାରୁ ଧନୀ ଖେଳାଳି ? ସାମ୍ନାକୁ ଆସିଲା ସବୁଠୁ ଧନୀ ଖେଳାଳିଙ୍କ ତାଲିକା… ଟପ 100ଙ୍କ ଭିତରେ Virat ଅଛନ୍ତି ଏହି ସ୍ଥାନରେ

ବନ୍ଧୁଗଣ କ୍ରିକେଟ ହେଉ କି ଫୁଟବଲ କି ବାସ୍କେଟବଲ ହେଉ କି ବ୍ୟାଡମିଣ୍ଟନ ଖେଳାଳି ମାନେ ପଡିଆ ଭିତରେ ଯେତିକି ଧମାଲ ମଚାଇଥାନ୍ତି ପଡିଆ ବାହାରେ ମଧ୍ୟ ସେତିକି ତାଙ୍କୁ ନେଇ ଚର୍ଚ୍ଚା ହୁଏ । ଖାଲି ଖେଳ ନୁହେଁ ବରଂ ଖେଳାଳୀ ମାନଙ୍କର ଆୟକୁ ନେଇ ଗଣମାଧ୍ୟମରେ ପ୍ରକାଶ ପାଇଥାଏ । ଆଉ ନିକଟରେ ପ୍ରକାଶ ପାଇଥିବା ଟପ-୧୦୦ ଆୟ ଖେଳାଳିଙ୍କ ତାଲିକା ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଅଧିକ ଇନକମ କରୁଥିବା ଟପା-୧୦୦ ଖେଳାଳି ଙ୍କ ଭିତରେ କ୍ରିକେଟର ବିରାଟ କୋହଲି ଥିବା ବେଳେ ଫୁଟବଲ ଖେଳାଳି ଲିୟୋନାଲ ମେସି ଓ ରୋନାଲ୍ଡୋ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ତେବେ ବିରାଟ ଏହି ତାଲିକାର ୬୧ ନମ୍ବରରେ ଥିବା ବେଳେ ମେସି ଦ୍ଵିତୀୟ ଓ ରୋନାଲ୍ଡୋ ତୃତୀୟ ସ୍ଥାନରେ ରହିଛନ୍ତି । ଆସନ୍ତୁ ଜାଣିବା କେଉଁ ଖେଳାଳୀ ଙ୍କ ଇନକମ ବର୍ଷକୁ କେତେ ?

୧- ସବୁଠାରୁ ଅଧିକ ଇନକମ କରୁଥିବା ଖେଳାଳୀଙ୍କ ଭିତରେ ସବୁଠୁ ଟପ ରେ ରହିଛନ୍ତି ଜଣେ ବାସ୍କେଟବଲ ଖେଳାଳି । ଏମିତିକି ମେଷୀ ଓ ରୋନାଲଡୋ ଙ୍କୁ ଟପି ଏହି ଲିଷ୍ଟର ଟପ ରେ ଅଛନ୍ତି ବାସ୍କେଟବଲ ଆଇକନ ଲେବ୍ରୋନ ଜେମ୍ସ । ତାଙ୍କର ବର୍ଷକୁ ରୋଜଗାର ୧୨୬.୯ ମିଲିଅନ ଡଲାର ହୋଇଥିବା ବେଳେ ସେ ବିଶ୍ଵ ର ସବୁଠାରୁ ଅଧିକ ଆୟ କରୁଥିବା ଖେଳାଳୀ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କର ଇନକମର ଏକ ବଡ ଭାଗ ପେପ୍ସିକୋ, ନାଇକ, ୱାଲମଟ ଭଳି ବ୍ରାଣ୍ଡରୁ ଆସିଥାଏ । ଯାହା କି ତାଙ୍କ ରୋଜଗାରର ପ୍ରମୁଖ ଭାଗ ବୋଲି କୁହା ଯାଉଛି ।

୨- ସବୁଠୁ ଅଧିକ ଇନକମ କରୁଥିବା ଖେଳାଳି ତାଲିକାରେ ଭାରତୀୟ କ୍ରିକେଟର ବିରାଟ କୋହଲି ୬୧ ନମ୍ବର ସ୍ଥାନରେ ରହିଛନ୍ତି । ତାଙ୍କର ବାର୍ଷିକ ରୋଜଗାର ୩୩.୯ ମିଲିୟନ ଡଲାର ହୋଇଥିବା ବେଳେ ଲିଷ୍ଟରେ ସାମିଲ ଥିବା ସେ ହେଉଛନ୍ତି ଏକମାତ୍ର କ୍ରିକେଟର । ଟପ-୧୦୦ ରେ ବିରଟଙ୍କ ବ୍ଯତୀତ ଅନ୍ୟ କୌଣସି କ୍ରିକେଟର ଙ୍କୁ ଦେଖିବାକୁ ମିଳି ନାହି ।

୩- ଫୁଟବଲ ଦୁନିଆର ଦୁଇ ଲୋକପ୍ରିୟ ଚେହେରା ଲିୟୋନାଲ ମେସି ଓ କ୍ରିଷ୍ଟିଆନୋ ରୋନାଲଡୋ ଙ୍କୁ ଆପଣ ନିଶ୍ଚୟ ଜାଣିଥିବେ । ଏହି ୨ ଫୁଟବଲ ଖେଳାଳି ପଡିଆ ଭିତରେ ଯେତିକି କମାଲ କରନ୍ତି ପଡିଆ ବାହାରେ ମଧ୍ୟ ସେହି ଅନୁଯାୟୀ ଇନକମ କରନ୍ତି । ଦୁନିଆର ସବୁଠୁ ଅଧିକ ଆୟ କରୁଥିବା ଖେଳାଳୀଙ୍କ ତାଲିକାରେ ଏହି ୨ ଖେଳାଳୀ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ମେସି ଏନକେ ବାର୍ଷିକ ଇନକମ ୧୨୨ ମିଲିୟନ ଦଳର ହୋଇଥିବା ବେଳେ ରୋନାଲ୍ଦୋ ବର୍ଷକୁ ୧୧୫ ମିଲିୟନ ଡଲାର ଇନକମ କରିଥାନ୍ତି ।

୪- ଫୁଟବଲ ଜଗତର ଅନ୍ୟତନ ଚର୍ଚ୍ଚିତ ଚେହେରା ତଥା ବ୍ରାଜିଲର ଖେଳାଳି ନେମାର ମଧ୍ୟ ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି । ତାଙ୍କର ବାର୍ଷିକ ଆୟ ୧୦୩ ମିଲିୟନ ଡଲାର ହୋଇଥିବା ବେଳେ ସେ ଏହି ଲିଷ୍ଟର ଚତୁର୍ଥ ସ୍ଥାନରେ ରହିଛନ୍ତି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *