କିନ୍ନର କାହା ସହ କରନ୍ତି ବିବାହ, କେମିତି ବାହାରେ ସେମାନଙ୍କ ଶବଯାତ୍ରା ? ଜାଣନ୍ତୁ କିନ୍ନରମାନଙ୍କ ବିଷୟରେ କିଛି ଖାସ କଥା

ସମସ୍ତେ ଜାଣିଛନ୍ତି ଯେ କିନ୍ନରମାନଙ୍କ ଜୀବନ ସାମାନ୍ୟ ଲୋକଙ୍କ ଠାରୁ ବହୁତ ଭିନ୍ନ ହୋଇଥାଏ, ଆମେ ପ୍ରାୟତଃ କିନ୍ନରମାନଙ୍କୁ ଗାଉଥିବା ବା କିଛି ବଜଉଥିବାର ଦେଖିଛୁ ଏବଂ ଲୋକଙ୍କୁ ଆଶୀର୍ବାଦ ଦବାର ମଧ୍ୟ ଦେଖିଛୁ । କିନ୍ତୁ କିନ୍ନର କେତେ ପ୍ରକାର ସମସ୍ୟା ସାମ୍ନା କରିଥାନ୍ତି ବଧେ କେହି ଦେଖିଥିବ ବା ଜାଣି ଥିବ କିନ୍ତୁ ଆଜି ଆମେ ଆପଣଙ୍କୁ କିନ୍ନରମାନଙ୍କ କେତେକ ଅସୁବିଧା ବିବାହ ଓ ଶବଯାତ୍ରା ବିଷୟରେ କହିବୁ ।

Image Courtesy: Google

ଶବଯାତ୍ରା :

କିନ୍ନର ନିଜ ଶବଯାତ୍ରା ରାତିରେ କରନ୍ତି କାହିଁକିନା ତାଙ୍କ ଅନୁଯାଇ ମୃତ କିନ୍ନର ଶବ ଅନ୍ୟ ଲୋକ ଦେଖିଲେ ଆଉ ଥରେ କିନ୍ନର ରୂପ ରେ ଜନ୍ମ ମିଳି ଥାଏ, କିନ୍ନର ଶବଯାତ୍ରା ସବୁ ଧର୍ମ ଠାରୁ ଅଲଗା ହୋଇଥାଏ । ଯେତେବେଳେ ମୃତ କିନ୍ନର ଶବଯାତ୍ରା ଆରମ୍ଭ ହୁଏ ତା ପରେ ଶବକୁ ଚପଲ ଓ ଜୋତା ରେ ପିଟନ୍ତି, କିନ୍ନରମାନଙ୍କ ଅନୁଯାଇ ଏଇ ଜନ୍ମ ରେ ହୋଇଥିବା ପାପ ପ୍ରାୟଶ୍ଚିତ ଏହି ପ୍ରକାର କରା ଯାଏ ।

Image Courtesy: Google

ଅନ୍ତିମ ସଂସ୍କାର :

କିନ୍ନରମାନଙ୍କ ଶବ ପୋଡା ଯାଏ ନାହିଁ ତାଙ୍କ ଶବ ଦଫନ କରା ଯାଏ ସେମିତି ତ କିନ୍ନର ହିନ୍ଦୁ ଧର୍ମ ମାନନ୍ତି । କୁହାଯାଏ ଯେ କିନ୍ନରମାନଙ୍କ ମୃତ୍ୟୁ ରେ କନ୍ଦା କଟା ହୁଏ ନାହିଁ ଏହି ଦିନ ଖୁସି ମନା ଯାଏ କିନ୍ନର ମାନଙ୍କ ଅନୁଯାଇ ମୃତକୁ କିନ୍ନର ହବାରୁ ମୁକ୍ତି ମିଳି ଯାଏ ସେଥିପାଇଁ ଏହା ଉତ୍ସବ ସମୟ ଅଟେ ।

କିନ୍ନରମାନଙ୍କ ଠାକୁର :

କଣ ଆପଣ ଜାଣିଛନ୍ତି ଯେ କିନ୍ନରମାନଙ୍କ ମଧ୍ୟ ନିଜର ଜଣେ ଠାକୁର ଅଛନ୍ତି, ଏହି ଠାକୁର ଅର୍ଜୁନ ଏବଂ ନାଗ କନ୍ୟା ଓଲୁପି ସନ୍ତାନ ଇରାବନ ଅଟନ୍ତି ଯାହାଙ୍କୁ ଅରାବନ ନାମ ରେ ମଧ୍ୟ ଲୋକ ଜାଣନ୍ତି ।

Image Courtesy: Google

କିନ୍ନର ବିବାହ :

ସମସ୍ତେ କିନ୍ନର ବିବାହ ବିଷୟରେ ବୋଧେ ଜାଣି ନାହାନ୍ତି, କିନ୍ତୁ କିନ୍ନର ବିବାହ ହୋଇଥାଏ । କିନ୍ନର ବିବାହ ମହାଭାରତ କାଳରୁ ହୋଇ ଆସିଛି କିନ୍ନର କନ୍ୟା ପରି ସଜ ହୁଅନ୍ତି ଓ ନିଜ ଠାକୁରଙ୍କ ସହ ବିବାହ କରନ୍ତି ଓ ତା ପର ଦିନ ନିଜ ଠାକୁରଙ୍କୁ ପୁରା ଗାଁ ବା ସହର ରେ ବୁଲାନ୍ତି ଏବଂ ତା ପର ଦିନ ବିଧବା ପରି ନିଜ ଠାକୁରଙ୍କ ମୃତ୍ୟୁରେ କ୍ରନ୍ଦନ କରନ୍ତି ।

Image Courtesy: Google

ଏହି କାହାଣୀ ମହାଭାରତ ସମୟରେ ଅଟେ, ଯୁଧ ଆଗରୁ ପାଣ୍ଡବ କାଳୀ ମାଁଙ୍କ ପୂଜା କଲେ ଏବଂ ଏହି ପୂଜା ରେ ଗୋଟେ ରାଜକୁମାର ବଳି ଦବା ପାଇଁ କୁହା ଗଲା କେହି ରାଜକୁମାର ସାମ୍ନାକୁ ଆସିଲେ ନାହିଁ କିନ୍ତୁ ଇରାବନ ସାମ୍ନାକୁ ଆସିଲେ ତାଙ୍କ କହିବା ଅନୁଯାଇ ସେ ଅବିବାହିତ ମରିବା ପାଇଁ ଚାହୁଁ ନଥିଲେ ସେଥିପାଇଁ ଶ୍ରୀ କୃଷ୍ଣ ମୋହିନୀ ରୂପ ଧାରଣ କଲେ ଓ ଇରାବନ ସହ ବିବାହ କଲେ ଏବଂ ବଳି ପରେ ଶ୍ରୀ କୃଷ୍ଣ ଇରାବନଙ୍କ ପାଇଁ ସ୍ତ୍ରୀ ପରି କ୍ରନ୍ଦନ କଲେ ସେଥିପାଇଁ କିନ୍ନର ଠିକ ସେହି ପ୍ରକାର ରେ ବିବାହ କରନ୍ତି ଓ ବଳି ପରେ ବିଧବା ପରି କ୍ରନ୍ଦନ କରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *