Knee Pain ହେଉଥିଲେ କରନ୍ତୁ ଏହି Home Remedy, ଏବଂ ସବୁ ଦିନ ପାଇଁ Knee Painକୁ କରନ୍ତୁ ବାୟ ବାୟ

ବୟସ ବୃଦ୍ଧି ପାଇବା ପରେ ଆଁଠୁ ଗଣ୍ଠି ଭଳି ସମସ୍ଯା ଦେଖା ଯାଇଥାଏ । ବିଶେଷ କରି ବୃଦ୍ଧ ମହିଳା ଓ ପୁରୁଷଙ୍କ ଠାରେ ଜଏଣ୍ଟ ପେନ ସମସ୍ଯା ଦେଖା ଯାଇଥାଏ । ଏଥିପାଇଁ ଲୋକ ଅମନେ ଅନେକ ମେଡ଼ିସିନର ସେବନ କରିତହାନ୍ତି । କିନ୍ତୁ ଏଥିରେ କିଛି ସୁଫଳ ମିଳେ ନାହି । ଏଥିପାଇଁ ଅନେକ ଲୋକ ମାନଙ୍କୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ନୁସଖା ନେଇ ଆସିଛୁ ଯାହା ବହୁ ପରିକ୍ଷିତ ଅଟେ କେବଳ ଜଏଣ୍ଟ ପେନ ସମସ୍ଯା ଦୂର କରିବା ପାଇଁ ।

ଆଜି ଆମେ ଆପଣ ମାନଙ୍କୁ ଦୁଇଟି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଏଥିପାଇଁ ଆବଶ୍ୟକ ରହିଛି ମେଥି ଗୁଣ୍ଡ । ଏହା ପରେ ଆବଶ୍ୟକ ରହିଛି ସୁଣ୍ଠି ପାଉଡର ଯାହା ଶୁଖିଲା ଅଦାରୁ ତିଆରି ହୋଇଥାଏ । ଏହା ପରେ ଆବଶ୍ୟକ ରହିଛି ହଳଦୀ ଗୁଣ୍ଡ ଓ ଅଶ୍ଵଗନ୍ଧା । ଏ ସବୁ ସାମଗ୍ରୀ ଗୁଡିକ ଆମ ଶରୀର ପାଇଁ ହିତକାରକ ହୋଇଥାଏ । ୫୦ ଗ୍ରାମର ହଳଦୀ, ମେଥି ଗୁଣ୍ଡ, ସୁଣ୍ଠି ପାଉଡର ଓ ଅଶ୍ଵଗନ୍ଧା ପାଉଡରକୁ ଭଲ ଭାବେ ମିଶ୍ରଣ କରନ୍ତୁ ।

ଏହା ପରେ ଉଷୁମ ପାଣି ବା କ୍ଷୀରରେ ଏହି ପାଉଡରରୁ ଏକ ଚାମଚ ସେବନ କରିଲେ ଜଏଣ୍ଟ ପେନ ସମସ୍ଯା ସବୁ ଦିନ ପାଇଁ ଦୂର ହୋଇଯିବ । ଏହାକୁ ଆପଣ କୌଣସି କାଚ ଜାରରେ ଷ୍ଟୋର କରି ରଖି ପାରିବେ । ଏହାକୁ ଆପଣ ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ସେବନ କରନ୍ତୁ । ଏହା ଏକ ଆୟୁର୍ବେଦିକ ଓ ଚମତ୍କାରୀ ଘରୋଇ ଉପାୟ ଅଟେ ।

ଅନ୍ୟ ଏକ ଉପାୟ ହେଉଛି ରାଶି ତେଲ ରେ କିଛି ରସୁଣ ଛେଚି ପକାନ୍ତୁ । ଶରୀରରୁ ଥଣ୍ଡା ଦୂର କରିବା ପାଇଁ ରସୁଣର ବ୍ୟବହାର କରା ଯାଇଥାଏ । ୧୦୦ ଗ୍ରାମ ରାଶି ତେଲରେ ୫୦ ଗ୍ରାମ ରସୁଣ ଛେଚିକି ଭଲ ଭାବେ ଫୁଟାଇ ଦିଅନ୍ତୁ । ଏହା ଆମର ଆଁଠୁ ଗଣ୍ଠି ସମସ୍ଯା ଦୂର କରିବା ପାଇଁ ସାହାଜ୍ଯ କରିଥାଏ ।

ଏହି ତେଲ ସେତେ ସମୟ ଯାଏଁ ଫୁଟାଇବା ଉଚିତ ଯେଉଁ ଯାଏଁ ରସୁଣର ସବୁ ପୋଷାକତତ୍ତ୍ବ ରାଶି ତେଲରେ ମିଶିବ । ଏହା ପରେ ଏହାକୁ ଅନ୍ୟ ଏକ ପାତ୍ର କୁ ଛାଣି ଦିଅନ୍ତୁ । ଏହା ପରେ ଏହି ତେଲ ଅଳ୍ପ ଥଣ୍ଡା ହେବା ପରେ ଏହାକୁ ଆପଣ ନିଜର ଜଏଣ୍ଟ ପେନ ସ୍ଥାନ ରେ ଭଲ ଭାବେ ମାଲିସ କରନ୍ତୁ ।

ଏହି ତେଲକୁ ଆପଣ ପ୍ରତିଦିନ ଦୁଇରୁ ତିନି ଥର ମାଲିସ କରନ୍ତୁ । ଏହି ଦୁଇଟି ଘରୋଇ ରେମେଡି ର ପ୍ରୟୋଗ ଦ୍ଵାରା ଆପଣ ନିଶ୍ଚିନ୍ତ ଭାବେ ଜଏଣ୍ଟ ପେନ ସମସ୍ୟାରୁ ମୁକ୍ତି ପାଇ ପାରିବେ । କାରଣ ଏହା ଏକ ପ୍ରାକୃତିକ ଓ ବହୁ ପୁରାତନ କାଳରୁ ଏହାର ପ୍ରୟୋଗ କରା ଯାଉଛି । ପ୍ରଥମ ଉପାୟରେ ଆପଣ ଏହାର ସେବନ କରିବେ ଓ ଦିତୀୟ ଉପାୟ ରେ ଆପଣ ତେଲର ମାଲିସ କରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *