ଯଦି ଆପଣଙ୍କୁ ଥାଇରଏଡ୍ ଭଳି ରୋଗ ଅଛି ତେବେ ନିଶ୍ଚୟ କରନ୍ତୁ ଏହି ସବୁ ଖାଦ୍ଯର ସେବନ। ଥାଇରଏଡ୍ ରୋଗର ଲକ୍ଷଣ ଗୁଡିକ ହେଲା, ବାରମ୍ବାର ଥକ୍କାପଣ, ମୁଣ୍ଡ ବୁଲାଇବା, ଓଜନ ବଢିବା ଏବଂ ମାଂସପେଶୀ ଦୂର୍ବଳ ଲାଗିବା ଭଳି ସମସ୍ୟାର ସମ୍ମୁ୍ଖିନ ହେଉଥିଲେ ତେବେ ଆପଣଙ୍କୁ ଥାଇରଏଡ୍ ହୋଇଛି ବୋଲି ଜାଣିନିଅନ୍ତୁ ।
ଏହି ରୋଗରେ କଣ ଖାଇବା ମନା ପ୍ରଥମେ ଜାଣିବା-
ଯେଉଁ ଲୋକଙ୍କ ଠାରେ ଥାଇରଏଡ୍ ଭଳି ସମସ୍ୟା ଦେଖାଯାଏ ସେମାନେ ଆଖୁ ଖାଆନ୍ତୁ ନାହିଁ । ଥଣ୍ଡାପାନୀୟ, ଦହି, କ୍ୟାଣ୍ଡି, ଚକଲେଟ୍ , କୁକିଜ୍ , ପେଷ୍ଟ୍ରୀ ଆଦିର ସେବନ କରନ୍ତୁ ନାହିଁ ।
ଅଧିକ ଲୁଣ ଯୁକ୍ତ ଆହାର :
ଅଧିକ ଲୁଣ ଖାଇବା ଦ୍ୱାରା ଥାଇରଏଡ୍ ଅଧିକ ବଢିଥାଏ । ହାଇପୋଥାଇରଡିଜମ୍ ରେ ଗ୍ରସ୍ଥିତ ଥିବା ଲୋକ ଅଧିକ ଲୁଣ ଖାଇବାରୁ ବଞ୍ଚନ୍ତୁ । ଶୁଦ୍ଧ କ୍ଷୀର ପିଅନ୍ତୁ ନାହିଁ । ଫୁଟିଥିବା କ୍ଷୀର ପିଇବାକୁ ଚେଷ୍ଟା କରନ୍ତୁ । ଯଦି ଆପଣ ପୂର୍ବରୁ ଏହି ରୋଗରେ ପୀଡିତ ଅଛନ୍ତି ତେବେ ଅଧିକ ଉତ୍ତେଜିତ ଥିବା ପଦାର୍ଥ ଖାଆନ୍ତୁ ନାହିଁ । ମିଠା,ଲୁଣି,ରାଗ ଅଧିକ ଖାଆନ୍ତୁ ନାହିଁ ।
ଏବେ ଆସନ୍ତୁ ଜାଣିବା କଣ ସବୁ ଖାଇ ପାରିବେ-
ଏଭଳି ସମୟରେ ଫାଇବର୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରିବ । ଗାଜରରେ ଆଣ୍ଟିଅକ୍ସିଡେଣ୍ଟସ୍ ଏବଂ ବିଟା କେରୋଟିନ୍ ତତ୍ତ୍ୱ ଥାଏ ଯାହା ଥାଇରଏଡ୍ ର ହାମୋର୍ସକୁ ନିୟନ୍ତ୍ରିତ କରିଥାଏ । ତେଣୁ ପ୍ରତିଦିନ ଗୋଟିଏ ଲେଖାଁ ଗାଜର ଖାଇଲେ ଥାଇରଏଡ୍ ରୁ ମୁକ୍ତି ମିଳିବ ।
ଏଥିରେ ଆଇରନ୍ ଏବଂ ଫାଇବର ଅଧିକ ଥିବାରୁ ଥାଇରଏଡ୍ ପାଇଁ ବହୁତ ଭଲ ହୋଇଥାଏ । ଯଦି ଆପଣ ୨୦ ଦିନ ଲଗାତାର ଗାଜର ଖାଇବେ ତେବେ ଆପଣଙ୍କ ଥାଇରଏଡ୍ ସମସ୍ୟା କମିଯିବ । ସେଓରେ ମଧ୍ୟ ପେକ୍ଟିନ୍ ଏବଂ ଫାଇବର୍ ହୋଇଥାଏ ଯାହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସଫଳ ହୋଇଥାଏ । ଦିନରେ ଗୋଟିଏ ବିଟ୍ ମଧ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ଏଥିରେ ଥାଇରଏଡ୍ କମ୍ କରିବାର ତତ୍ତ୍ୱ ଥାଏ । ଏଥିରେ ଇମ୍ୟୁନ୍ ସିଷ୍ଟମ୍ ବଢିଥାଏ ଏବଂ ଥାଇରଏଡ୍ ହରମୋନ୍ ନିୟନ୍ତ୍ରିତ ହୋଇଥାଏ ।