Tunguru Bholaକୁ ନେଇ ମାରକେଟକୁ ଆସିଲା ନୂଆ ଗୀତା, କୋଉ ଟୋକା କଲା ଖେଳ,This is ଟୁଙ୍ଗୁରୁ ଭୋଳ … ଦେଖନ୍ତୁ Video

ଟୁଙ୍ଗୁରୁ ଭୋଳ ଙ୍କ ପ୍ରେମ କାହାଣୀ ଏବେ ପ୍ରତେକ ଲୋକଙ୍କୁ ଚକିତ କରିଛି । କେଉଁ ଭଳି ଆରମ୍ଭ ହେଲା ଓ କିଭଳି ପ୍ରେମରେ ପଡିଲେ ଦୁହେଁ ? ବୟସର ପାର୍ଥକ୍ଯ କଣ ଅଟକାଇ ପାରିଲା ନି ଉଭୟଙ୍କୁ । ଏକ ବିବାହିତ ମହିଳା ଯାହାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛି । ମହିଳା ଜଣଙ୍କ ଟୁଙ୍ଗୁରୁ ଙ୍କ ପ୍ରେମରେ ପାଗଳି ହୋଇ ଯାଇଥିଲେ, ସେ ତିନି ଦିନ ତଳେ ଟୁଙ୍ଗୁରଙ୍କ ପ୍ରେମରେ ପଡି ନିଜ ପରିବାର କୁ ଛାଡି ଦେଇ ଥିବାର ସୂଚନା ମିଳିଥିଲା ।

ମହିଳା ଜଣଙ୍କ ଭରତ ପୁର ଥାନାରେ ପହଞ୍ଚି ଯାଇଥିଲେ ଓ ପୋଲିସ ଆଗରେ ଜିଦି କରି ଥିଲେ କି ସେ ଟୁଙ୍ଗୁରୁ ଙ୍କୁ ହିଁ ବିବାହ କରିବେ । ଫୁଲମାଳ, ଶଙ୍ଖା, ସିନ୍ଦୁର ସଜାଡି ଆଣିଥିଲେ ବାହାଘର ପାଇଁ, କେବଳ ସେତିକି ନୁହେଁ ନିଜ ପ୍ରେମ କୁ ବଞ୍ଚାଇବା ପାଇଁ ଟୁଙ୍ଗୁରୁ ଙ୍କୁ ମଧ୍ୟ ବାହା ବେଦୀରୁ ଉଠାଇ ଆଣିଥିଲେ ।

ଏହାକୁ ନେଇକି ଏବେ ଏକ ଗୀତା ମଧ୍ୟ ମାର୍କେଟ କୁ ଆସି ସାରିଛି ଯାହାର ନାମ ହେଉଛି “କେଉଁ ଟୋକା କଳା ଖେଳ ଦିସ ଇଯ ଟୁଙ୍ଗୁରୁ ଭୋଳ” । ସଂପୂର୍ଣ୍ଣ ଗୀତ ଟି ହେଉଛି ଏହି ଭଳି “ଝୁମୁରି ମନରେ କେତକି ଫୁଟିଲା ହେଲା ସେ ହାଇ ପାଇଁ ଅଧରାତିରେ ତା ମନ ସକ ସକ ହେଲା ନିଦ ନାଇ ନିଦ ନାଇ, ବଜାର ଘାଟରେ ଚହଳ ପଡିଛି କେଉଁ ଟୋକା କଲା ଖେଳ ଦିସ ଇଜ ଟୁଙ୍ଗୁରୁ ଭୋଳ” ।

ପ୍ରେମରେ ପଡିବା ସାଧାରଣ କଥା ଏହା ପ୍ରତେକ ଜାଗାରେ ହୋଇ ଥାଏ କିନ୍ତୁ କୁହାଯାଏ କି ଯେଉଁ ମାନେ ବିବାହିତ ଥାନ୍ତି ସେମାନେ ନିଜ ଦାଇତ୍ଵ ଭଲ ଭାବେ ଜାଣି ଥାନ୍ତି । ବିବାହ ପରେ ପ୍ରେମରେ ପଡିବା ସମାଜ ବିରୁଦ୍ଧ କାମ ବୋଲି ଜଣା ଯାଏ ।

ଆମ ସମାଜରେ ବିଗିଡି ଥିବା ପିଲାଙ୍କ ବିବାହ କରାଇ ଦେଲେ ସେମାନେ ସୁଧୁରିଯିବାର ସମ୍ଭାବନା ଥାଏ ବୋଲି ଅନେକଙ୍କ ମତ ଥାଏ । ମାତ୍ର ଟୁଙ୍ଗୁରୁଙ୍କ ଖବର ସାମ୍ନାକୁ ଆସିବା ପରେ ଏହା ଜଣା ପଡିଛି କି ଦୁନିଆରେ ଅନେକ ଲୋକମାନେ ଓ ମହିଳାମାନେ ଅଛନ୍ତି ଯେଉଁ ମାନେ ନିଜ ମନ କଥାକୁ ପରିବାର ଠାରୁ ଆଗରେ ରଖିଥାନ୍ତି ।

ସମାଜର କେଉଁ ବି ବନ୍ଧନ ତାଙ୍କୁ ଅଟକାଇ ପାରି ନଥାଏ ନିଜର ଲକ୍ଷ୍ୟରେ ବାଧା ହେବା ପାଇଁ । ତେବେ ଏହି ପ୍ରେମର ପରିଣାମ କଣ ହେବ ତାହା ଦେଖିବା ବାକି ରହିଲା । ଦୁଇଟି ସନ୍ତାନ ର ଜନନୀ ହୋଇ ମଧ୍ୟ ଆଉ କାହା ପ୍ରେମରେ ପଡିବା ଓ ସବୁଙ୍କ ସାମ୍ନାରେ ଆସିକି ଏହାକୁ ସ୍ଵୀକାର କରିବା ଦ୍ଵାରା ନିଜର ପରିବାର ଓ ନିଜ ସନ୍ତାନ ପାଇଁ ମଧ୍ୟ ଅସୁବିଧା ଠିଆ କରି ପାରନ୍ତି । ଯେଉଁ ଗୀତ ଏବେ ଭାଇରାଲ ହେଉଛି ଏହାକୁ ଆମେ ଏକ ବ୍ୟଙ୍ଗ ଗୀତ ମଧ୍ୟ କହି ପାରିବା । ଯାହା ଉଭୟଙ୍କ ପାଇଁ ସମାଜ ତରଫରୁ ଏକ ଉତ୍ତର ।

Leave a Reply

Your email address will not be published. Required fields are marked *