ବିଶ୍ଵାସ ହେଉନି ରାଇ ଭାଇ ଆତ୍ମହତ୍ୟା କରିଛନ୍ତି… Raimohanଙ୍କ ଅକାଳ ବିୟୋଗକୁ କଣ କହିଲେ Siddhant Mohapatra, ଦେଖନ୍ତୁ Video

ବନ୍ଧୁଗଣ ବରିଷ୍ଠ କଳାକାର ରାଇମୋହନଙ୍କ ମୃତ୍ୟୁକୁ ନେଇ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି କି ସେ ବିଶ୍ଵାସ କରିପାରୁ ନାହାନ୍ତି କି ରାଈ ଭାଇ ଏମିତି କରି ପାରିବେନି । କାରଣ ରାଈ ଭାଇ ତାଙ୍କ ସହ ଭଲରେ କଥାବାର୍ତ୍ତା ହେବା ସହ ତାଙ୍କ ସ୍ତ୍ରୀ ମାମା ମିଶ୍ର ଙ୍କ କଥା ମଧ୍ୟ ପଚାରି ଥିଲେ । ଦୁହେଁ ପରସ୍ପର ସହ ବହୁତ ଖୁସି ରେ ଆଲୋଚନା କରିବା ସହ ସମୟ ମଧ୍ୟ ବ୍ଯତୀତ କରିଥିଲେ । ତେବେ ଆହୁରି ମଧ୍ୟ ସିଦ୍ଧାନ୍ତ କହିଛନ୍ତି ଯେ କେଉଁ କାରଣ ପାଇଁ ରାଈ ଭାଇ ଏମିତି ପଦକ୍ଷେପ ନେଲେ ଯାହା ବୁଝିବା ତାଙ୍କ ପକ୍ଷେ ସମ୍ଭବ ହେଉ ନାହି ।

ତାଙ୍କ ମୁଣ୍ଡ ରେ କିଛି ପଶୁ ନାହି କି ରାଈ ଭାଇ ଏମିତି କଣ ପାଇଁ କାମ କରିଲେ ବୋଲି ସିଦ୍ଧାନ୍ତ ମହାପାତ୍ର କହିଛନ୍ତି । ତେବେ ଓଲିଉଡ ର ବରିଷ୍ଠ କଳାକାର ଭାବେ ପ୍ରସିଦ୍ଧ ଥିବା ରାଇମୋହନ ପଡିଆ ଏମିତି ଚରମ ପଦକ୍ଷେପ କଣ ପାଇଁ ଗ୍ରହଣ କରିଲେ ତାହା କିଛି ବୁଝା ପଡୁ ନାହି । ଏମିତି ଆଧ୍ୟାତ୍ମିକ ଓ ଧାର୍ମିକ ଚିନ୍ତାଧାରା ସ୍ଵଭାବର ବ୍ୟକ୍ତି ଥିଲେ ଅଭିନେତା ରାଇମୋହନ ।

ଏମିତି କଣ ଅସୁବିଧା ହେଲା କି ରାଈ ମୋହନ ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ । ଯେବେ ବି ରାଇମୋହନ ସିଦ୍ଧାନ୍ତ ଙ୍କ ସହ ଦେଖା ହୋଇଛନ୍ତି ଆଗ ହସି ହସି ପଚାରନ୍ତି କି ତୁ କେମିତି ଅଛି ମାମା କେମିତି ଅଛି ଏମିତି ଅନେକ କଥା । ବହୁତ ହସ ମଜାକର ଲୋକ ଥିଲେ ରାଈ ଭାଇ ଯାହା ସିଦ୍ଧାନ୍ତ ନିଜ ମତରେ କହିଛନ୍ତି ।

ଯେତେବେଳେ ତାଙ୍କୁ ଏକ ସୂତ୍ରରୁ ଜଣା ପଡିଲା କି ରାଈ ଭାଇ ଏମିତି କାମ କରିଛନ୍ତି ସେ ବିଶ୍ଵାସ କରିପାରିଲେ ନାହି । କିନ୍ତୁ ଯେବେ ଗଣ ମାଧ୍ୟମରେ ଲାଇଭ ଆସିଲା ସେ ଦେଖିବା ପରେ ଆଶ୍ଚର୍ଯ୍ୟ ବା ଅବାକ ହୋଇ ଯାଇଛନ୍ତି ବୋଲି ସିଦ୍ଧାନ୍ତ କହିଛନ୍ତି । ତେବେ ତାଙ୍କ ଭଳି ମାହାନ ବ୍ୟକ୍ତି ଏମିତି କେଉଁ କାରଣ ପାଇଁ ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ ତାହା କିଛି ବୁଝା ପଡୁ ନାହି ବୋଲି ସିଦ୍ଧାନ୍ତ କହିଛନ୍ତି ।

ଏମିତିକି ଗତ ୧୦ ଦିନ ତଳେ ମଧ୍ୟ ତାଙ୍କର ରାଇ ଭାଇଙ୍କ ସହ ଦେଖା ହୋଇଥିଲା । ସେ ପୁରା ଠିକ ଥିଲେ କୌଣସି ପରିବର୍ତ୍ତନ ତାଙ୍କ ମଧ୍ୟରେ ଆସି ନ ଥିଲା । ଏମିତିକି ରାଇମୋହନ ଙ୍କ ପଡୋଶୀ କହିଛନ୍ତି ଗତ କାଲି ତାଙ୍କ ସହ ଦେଖା ହୋଇଥିଲା । ସେ ବହୁତ ଭଲରେ କଥା ମଧ୍ୟ ହୋଇଥିଲେ । ପ୍ରୋଫେସନାଲ ଚାପ ନୁହେଁ ବୋଲି ଅନୁମାନ କରା ଯାଉଛି ।

ଏତେ ସଫଳତା ପାଇବା ପରେ ଆଉ ହସ ମଜାକରେ ସମୟ ବ୍ଯତୀତ କରୁଥିବା ମଣିଷ କଣ ପାଇଁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲା ତାହକୁ ନେଇ ସ୍ତବ୍ଦ ହୋଇ ଯାଇଛି ପୁରା ଓଲିଉଡ ଜଗତ । ତେବେ ଏତେ ବଡ ମହାନ ହସ୍ତିକୁ ହରାଇ ତଥା ଲୋକପ୍ରିୟ କଳାକାରକୁ ହାରାଇ ଶୋକର ଛାୟା ଖେଳି ଯାଇଛି ଓଡିଆ ଇଣ୍ଡଷ୍ଟ୍ରି ରେ । ବନ୍ଧୁଗଣ ଆପଣ ମାନଙ୍କର ସିଦ୍ଧାଙ୍କ ମନ୍ତବ୍ୟ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *