କୁକୁର ଦେଇଥାଏ ଭାଗ୍ୟ ବଦଳିବାର 10ଟି ସଂକେତ, ଆପଣଙ୍କୁ ବି ଯଦି ମିଳୁଛି ଏହି ସଂକେତ ତେବେ ହେବ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ… ଶୀଘ୍ର ଦେଖନ୍ତୁ-Shakuna Shastra

ବନ୍ଧୁଗଣ ଆପଣ ମାନେ ଜାଣିଥିବେ କୁକୁର ହେଉଛି ସାଧାରଣ ପ୍ରାଣୀ ଯିଏ ଘରର ଜଗୁଆଳି ଭାବେ କାମ କରିଥାଏ । କିନ୍ତୁ ଏହି ସାଧାରଣ ପ୍ରାଣୀ ମଣିଷର ଜୀବନ ମଧ୍ୟ ରକ୍ଷା କରିଥାଏ । ତେଣୁ କୁକୁରକୁ ବିଶ୍ଵସ୍ତ ମଧ୍ୟ କୁହାଯାଏ କାରଣ ସେ କେବେ ଧୋକା ଦିଏ ନାହି । କିନ୍ତୁ କୁକୁରକୁ ନେଇ କିଛି ଶୁଭ ଓ ଅଶୁଭ ସଂକେତ ମଧ୍ୟ ରହିଛି ଯାହା ବିଷୟରେ ହୁଏ ତ ଆପଣ ମାନେ କେବେ ଜାଣି ନ ଥିବେ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

୧- ଯାତ୍ରା କରିବା ସମୟରେ ଯଦି କୁକୁର ଅଚାନକ ଆସେ ଭୋକିବାକୁ ଲାଗେ ତେବେ ଅଶୁଭ ସଂକେତ ହୋଇଥାଏ । ତେଣୁ ଯାତ୍ରା ଟାଳି ଦେବା ଉଚିତ । ନଚେତ ବହୁତ ବଡ କ୍ଷତି ହୋଇପାରେ ।

୨- କୁକୁରକୁ ଭୋଜନ କରୁଥିବାର ଦେଖିଲେ ବହୁତ ଶୁଭ ସଂକେତ ହୋଇଥାଏ । ଆପଣ ସକାଳୁ କୁକୁରକୁ ଭୋଜନ କରୁଥିବାର ବା ଭୋଜନ କରିବାକୁ ଦେଲେ ବହୁତ ଶୁଭ ହୋଇଥାଏ । ନିଦରୁ ଉଠିବା ପରେ ଏମିତି ଦେଖିଲେ କୁକୁରକୁ ଦିନ ମଙ୍ଗଳମୟ ହୋଇଥାଏ ।

୩- ଯଦି ଆପଣ କେଉଁଠିକୁ ଯାଉଛନ୍ତି ସେହି ସମୟରେ ଅଚାନକ କୁକୁର ଦେଖିକି ଆପଣଙ୍କୁ ଭୋକିବାକୁ ଲାଗିଥାଏ ତେବେ ଅଘଟଣ ହେବାର ସୂଚନା ମିଳିଥାଏ । ଏମିତି ହୋଇପାରେ ଘରେ କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ ବ ଆର୍ଥିକ ସମସ୍ୟା ହୋଇପାରେ ।

୪- ଯଦି କୁକୁର ନିଜ ଶରୀର କୁଣ୍ଡାଇ ଥିବାର ଦେଖନ୍ତି ତେବେ ଅଶୁଭ ହୋଇଥାଏ । ଏମିତି ହେଲେ ଘରେ ଅଘଟଣ ହେବାର ବା କୌଣସି ପ୍ରକାରର ଆର୍ଥିକ ସଙ୍କଟ ହେବାର ସୂଚନା ମିଳିଥାଏ ।

୫- ଯଦି କୁକୁରକୁ ରୋଟି ଖାଇବାକୁ ଦେଉଛନ୍ତି ତେବେ ଶୁଭ ସଂକେତ ହୋଇଥାଏ । ଏମିତି କରିବା ଦ୍ଵାରା ମଣିଷ ଜୀବନରେ ଯାହା ବି କଷ୍ଟ ରହିଛି ବା ଅର୍ଥ ସଙ୍କଟ ରହିଛି ତାହା ଭବିଷ୍ୟତରେ ନିଶ୍ଚୟ ଦୂର ହେବ । ଏହା ସହ ଧନର ଆଗମନ ହେବ ।

୬- ଯଦି ଆପଣ ଯାତ୍ରା କରିବା ସମୟରେ ବା ଘର ବାହାରେ କୁକୁର ମୁହଁରେ ହାଡ ଥିବାର ଦେଖନ୍ତି ତେବେ ଅଶୁଭ ମାନା ଯାଇଥାଏ । ଏମିତି ହେଲେ ଘରକୁ ଦାରିଦ୍ରତା ଆସିବାର ସୂଚନା ମିଳିଥାଏ ।

୭- ଯଦି ଆପଣ କୁକୁର କୁ ଘର ବାହାରେ ପାଣି ପିଇବାର ଦେଖନ୍ତି ବ ପାଣି ପିଉଛନ୍ତି ତେବେ ଶୁଭ ସଂକେତ ହୋଇଥାଏ । କିନ୍ତୁ କୁକୁର ଖରାପ ପଣି ପିଉଥିଲେ ଅଶୁଭ ସଂକେତ ହୋଇଥାଏ ।

୮- କୁକୁର ରାତି ସମୟରେ ଆପଣଙ୍କ ଘର ଆଡକୁ ଚାହିଁ କାନ୍ଦିଥାଏ ଅଶୁଭ ସଂକେତ ହୋଇଥାଏ । ଏମିତି ହେଲେ ଘରେ ଅଘଟଣ ହେବାର ସୂଚନା ମିଳିଥାଏ ।

୯- ଯଦି କୁକୁର ଘରେ ଛୁଆ ଜନ୍ମ କରିଥାଏ ତେବେ ଶୁଭ ସଂକେତ ମାନା ଯାଇଥାଏ । ଏହା ଦ୍ଵାରା ଘରେ ପଜେଟିଭ ଏନର୍ଜି ହେବା ସହ ଯାହା ବି ସମସ୍ୟା ଥାଏ ଦୂର ହୋଇଥାଏ । ଏହା ସହ ଘରେ ସନ୍ତାନ ସୁଖ ପ୍ରାପ୍ତି ହେବାର ସୂଚନା ମିଳିଥାଏ ।

୧୦- କୁକୁର ବିନା କାରଣରେ ଲଢେଇ କରିବାର ଦେଖିଲେ ଅଶୁଭ ହୋଇଥାଏ । ହୋଇପାରେ ପରିବାର ଓ ପଡୋଶିରେ କଳହ ହେବାର ସୂଚନା ମିଳିଥାଏ । ବନ୍ଧୁଗଣ ଆପଣଙ୍କର ମତାମତ କାମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *