ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି Video, ଦେଖନ୍ତୁ କେମିତି ମଣିଷଟି ହୋଇଗଲା କୁମ୍ଭୀର… ଆଉ ତା ପରେ

ବନ୍ଧୁଗଣ ପ୍ରତି ଦିନ ସୋସିଆଲ ମିଡିଆରେ ଅନେକ ଘଟଣା ଦୁର୍ଘଟଣା ବିଷୟରେ ଭିଡିଓ ଭାଇରାଲ ହେଉଛି । ଯାହାକୁ ନେଇ କେହି ପ୍ରଶଂସା କରୁଛନ୍ତି ତ ଆଉ କିଛି ଭିଡିଓ କୁ ନେଇ ସମାଲୋଚନା ମଧ୍ୟ କରା ଯାଉଛି । ତେବେ ମଣିଷ ମାନଙ୍କ ଠାରୁ ଆରମ୍ଭ କରି ପଶୁ ମାନଙ୍କର ମଧ୍ୟ ଅଜବ ହରକତ କୁ ନେଇ ବହୁଳ ମାତ୍ରା ରେ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି ।

ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଅଜବ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ ସତ କଣ ମଣିଷ ପଶୁ ପାଲଟି ପାରେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ଏହି ଖବର ବିଷୟରେ ବିସ୍ତାର ଭାବେ । ଆଜ୍ଞା ହଁ ଦର୍ଶକ ବନ୍ଧୁ ମଣିଷ ଟି କୁମ୍ଭୀର ହୋଇଗଲା । ଏ କଥା ଶୁଣିବାକୁ ବିଶ୍ଵାସ ହେଉ ନ ଥିବ । ହେଲେ ଏଭଳି ଏକ ଘଟଣା ସୋସିଆଲ ମିଡିଆରେ ଖୁବ ଜୋର ରେ ଭାଇରାଲ ହୋଇଛି ।

ଜଣେ ବ୍ୟକ୍ତି ନିଜକୁ କୁମ୍ଭୀର ବେସ ରେ ସାଜି କୁମ୍ଭୀର ସହ ଖେଳୁ ଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ନେଇ ଖୁବ ଚର୍ଚ୍ଚା ଜୋର ଧରିଛି । ଅଜବ ନିଶା ରେ ଜଣେ ବ୍ୟକ୍ତି କୁମ୍ଭୀର ଭଳି ପୋଷାକ ପିନ୍ଧି ଖେଳୁ ଥିବାର ଦେଖା ଯାଇଛି । ନିଜ ଦେହରେ କୁମ୍ଭୀର ଭଳି ପୋଷାକ ପିନ୍ଧି ଛନ୍ତି ବ୍ୟକ୍ତି । ଏମିତିକି କୁମ୍ଭୀର ସୋଇଥିବା ଜାଗାରେ ବ୍ୟକ୍ତି ଜଣକ ନିଜେ ମଧ୍ୟ ସୋଇ ପଡିଛନ୍ତି । ଧୀରେ ଧୀରେ ପୋଷାକ ଭିତରୁ ହାତ କାଢି କୁମ୍ଭୀର ର ଗୋଡ ବି ଟାଣୁଛନ୍ତି ।

ନିଜ ଜୀବନକୁ ବାଜି ଲଗାଇ କୁମ୍ଭୀର ପାଖରେ ପଡି ରହି ତା ସହ ଖେଳିବା କିଛି କମ କଥା ନୁହେଁ । ଟ୍ଵିଟର ରେ 10 ସେକେଣ୍ଡ ର ଗୋଟେ ଭିଡିଓ ପୋଷ୍ଟ କରି ସମ୍ପୃକ୍ତ ବ୍ୟକ୍ତି ଙ୍କ ଏଭଳି ନିଶାକୁ ନେଇ କେହି କେହି ଆଶ୍ଚର୍ଯ୍ୟ ହୋଇଛନ୍ତି । କେହି କେହି ବ୍ୟକ୍ତି ଜଣଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି । ସାହସିକତା ଓ ମୁର୍ଖାମି ମଧ୍ୟ ରେ ଅଳ୍ପ ବ୍ୟବଧାନ ବୋଲି ଲେଖି କିଛି ୟୁଜର୍ସ ସମାଲୋଚନା କରିଛନ୍ତି ବ୍ୟକ୍ତି ଜଣଙ୍କୁ ।

ତେବେ ବ୍ୟକ୍ତି ଜଣକ ଏମିତି କାହିଁକି କରିଛନ୍ତି ତାହା କୁ ନେଇ କିଛି ବି ସ୍ପଷ୍ଟ ହୋଇ ନାହି । ତେବେ ସେ ଯାହା ବି ହେଉ ଏମିତି ନିଜ ଜୀବନକୁ ବାଜି ଲଗାଇବା ଠିକ କଥା ନୁହେଁ ଯାହା ଏହି ଏହି ଘଟଣା ରୁ ସ୍ପଷ୍ଟ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *