କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ କିପରି ରହିବ ନୂଆବର୍ଷ ୨୦୨୧ ? ସ୍ୱାସ୍ଥ୍ୟ, ପ୍ରେମ, କ୍ୟାରିୟର, ଆୟ

କୁମ୍ବ ରାଶି ପାଇଁ ୨୦୨୧ ମସିହା ଟି ମଧ୍ୟମ ଧରଣର ରହିବ । ବ୍ୟବସାୟରୁ ଅଧିକ ଆମଦାନୀ ହେବ । ଚାକିରୀ କ୍ଷେତ୍ରରେ ସହଯୋଗୀ ମାନଙ୍କ ଠାରୁ ଆଶା ପୂରଣ ହେବ ନାହିଁ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ । କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ଲାଭବାନ୍ ହେବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଗୁପ୍ତଶତୃଙ୍କ ଚକ୍ରାନ୍ତରେ ପଡ଼ିଲେ ମଧ୍ୟ ନିଜର ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ ।

ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ । ପୁରାତନ ରୋଗର ଉପସମ ଯୋଗେ ସ୍ୱାସ୍ଥ୍ୟରେ ଉନ୍ନତି, ମାନସିକ ସ୍ଥିରତା ଓ ଚିତ୍ତପ୍ରସନ୍ନ ସହ କାର୍ଯ୍ୟ ସିଦ୍ଧି ହେବ । ବିଦ୍ୟା କ୍ଷେତ୍ରରେ ମନଯୋଗ ଦେଇ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଖୁସିହେବେ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ବୃଦ୍ଧି ହେବ ।

ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି । ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ସମାଧାନ ହେବ । କର୍ମକ୍ଷେତ୍ରରେ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଅବଶ୍ୟ ଆଜି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଉଦାସ ରହିବା ଆଶଙ୍କା ରହିଛି । ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତିକୁ ଯେତେ ଜଟିଳ ମନେକରିଛନ୍ତି ବାସ୍ତବରେ ସେପରି କିଛି ହେବନାହିଁ ।

ବାଣିଜ୍ୟ, ବ୍ୟବସାୟ ଓ ସାହିତ୍ୟ, କଳା,ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ଅଫିସରେ କୌଣସି କାମକୁ ନେଇ ଚିନ୍ତିତ ରହିବେ । ଅବଶ୍ୟ ସହକର୍ମୀଙ୍କ ସାହାଯ୍ୟରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ନିକଟ ସମ୍ପର୍କୀୟମାନେ ହିଁ ଆଜି ଆପଣଙ୍କ ପ୍ରତିଟି କାର୍ଯ୍ୟର ଦୋଷ ବାହାର କରିବେ ଓ ବିରୁଦ୍ଧାଚରଣ କରିପାରନ୍ତି । ସ୍ଵାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି । ବୈବାହିକ ଜୀବନରେ ସହଧର୍ମୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ, ଯାହାଫଳରେ ମନୋବଳ ଦୃଢ ହେବ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତିତ ରହିବେ । କୁମ୍ଭ ରାଶିର ଲୋକମାନଙ୍କ ପାରିବାରିକ ଜୀବନରେ ଖୁସି ଆସିବ ।

ଆପଣ କୌଣସି ଘର କିଣିବାକୁ ଯୋଜନା କରିପାରନ୍ତି । ଖର୍ଚ୍ଚ କମ ହେବ । ଆୟ ଭଲ ରହିବ । କାର୍ଯ୍ୟରେ କମ ପରିଶ୍ରମରେ ଅଧିକ ଲାଭ ମିଳିବ । ମାନସିକ ସମସ୍ୟା ଦୂର ହେବ । ପ୍ରେମଜୀବନରେ ଆପଣଙ୍କୁ ଭଲ ଫଳାଫଳ ମିଳିବ । ଅନେକ କ୍ଷେତ୍ରରେ ଲାଭ ମିଳିବାର ସମ୍ଭାବନା ଅଛି । ଆପଣ ଆପଣଙ୍କ ଭଲ ସ୍ଵଭାଵ ଦ୍ଵାରା ଲୋକଙ୍କୁ ପ୍ରଭାବିତ କରିବେ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ । ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *