ହନୁମାନଙ୍କ ଫୋଟୋ ପୂଜାଘରେ ଏହି ଦିଗରେ ଲଗାନ୍ତୁ – ଶତୃନାଶ ହେବା ସହିତ ଘର ଧନଧାନ୍ୟରେ ପୁରି ଉଠିବ

ହନୁମାନଙ୍କ ଫୋଟୋ ପୂଜାଘରେ ଏହି ଦିଗରେ ଲଗାନ୍ତୁ

ବନ୍ଧୁଗଣ ଆମେ ଆମର ଜୀବନରେ କିଛି ସଚ୍ଚୋଟ କାମ କରିବାପାଇଁ ଯୋଜନା କଲା ବେଳକୁ ଶତ୍ରୁ ମାନଙ୍କର ଇର୍ଷା ପାଇଁ କିଛି ହେବାକୁ ଥିବା କାମ ଅଟକି ଯାଏ । କିଛି ମାମଲାରେ ଶତ୍ରୁ ଆମର ଖରାପ କରିବାପାଇଁ ବହୁତ ପ୍ରକାର କାର୍ଯ୍ୟ କରିଥାନ୍ତି । ଏହି ଶତ୍ରୁ ମାନଙ୍କୁ ଗୋଟେ ଲକ୍ଷ୍ୟ ଥାଏ କି କିପରି ଆମର କ୍ଷତି ହେଉ , ସେମାନଙ୍କୁ ଆମର ଖୁସି ଓ ଉନ୍ନତି ଦେଖା ଯାଏ ନାହିଁ । ଏମିତି ଶତ୍ରୁଙ୍କୁ ନିଜ ରକ୍ଷା କରିବାପାଇଁ ଆମେ ଆପଣଙ୍କୁ ଏକ ଚମତ୍କାରୀ ଉପାୟ କହିବୁ । ହିନ୍ଧୁ ଧର୍ମରେ ହନୁମାନଜୀ ସଂକଟ ମୋଚନ , ଶକ୍ତି , ଶାନ୍ତି ଓ ବୁଦ୍ଧି ର ଦେବତା ବୋଲି ମାନା ଯାଇଛି ।

ଜୀବନରେ ସମସ୍ୟା ଦୂର ହେବ

ଏମିତି କୁହାଯାଏ କି ହନୁମାନଜୀ ସ୍ମରଣ କଲେ ବହୁତ ବାଧା ଟଳି ଯାଇଥାଏ । ଯେଉଁ ଲୋକ ହନୁମାନଜୀଙ୍କ ଆରାଧନା କରନ୍ତି ସେମାନଙ୍କ ଜୀବନରେ ସମସ୍ୟା ଦୂର ହୋଇଯାଏ । ଏତିକି ବି ନୁହେଁ ହନୁମାନଜୀ ଙ୍କୁ ପ୍ରସନ୍ନ କରିବାକୁ ହେଲେ ଶନିଦେବ କୃପା ଦୃଷ୍ଟି ବି ରହିଥାଏ । ଏହି କାରଣ ଥାଏ କି ହନୁମାନଜୀ ଶତ୍ରୁମାନଙ୍କର ଚାଲ୍ କୁ ନଷ୍ଟ କରିବା ପାଇଁ ଓ ସୁରକ୍ଷିତ ରଖିବା ପାଇଁ ଭୁମିକା ନିଭେଇ ଥାଆନ୍ତି । ଆମେ ସମସ୍ତେ ଘରେ ହନୁମାନଙ୍କର ଫଟୋ ରଖିଥାଉ । କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଏହି ଫଟୋ କୁ କେଉଁ ଦିଗରେ ଲଗେଇଛନ୍ତି ।

ଆପଣଙ୍କୁ କହିଦେଉଛୁ କି ହନୁମାନଜୀଙ୍କ ଫଟୋକୁ ସବୁବେଳେ ଦକ୍ଷିଣ ଦିଗ ମୁଖ ରଖିବେ । ମାନେ ଏପରି ଲଗେଇବେ କି ଯେପରି ହନୁମାନଙ୍କ ମୁଖ ଦକ୍ଷିଣ ଦିଗ ଆଡକୁ ମୁହଁ କଲା ଭଳି ଦେଖାଯିବ । ଆପଣ ଯେଉଁଠି ଚାହିଁଲେ ଲଗାଇ ପାରିବେ କିନ୍ତୁ ପୂଜା ଘରେ ଲଗେଇଲେ ଭଲ। ଓ ବିଶେଷ ଆଶିର୍ବାଦ ମିଳିଥାଏ । ଯେତେବେଳେ ହନୁମାନଜୀଙ୍କ ଫଟୋ ପୂଜା ଘରେ ଲଗାଉଛନ୍ତି ତେବେ ତାଙ୍କ ନିୟମ ଅନୁସାରେ ପୂଜା ପାଠ କରନ୍ତୁ ।

ସବୁଦିନ ତାଙ୍କୁ ରାଶିର ତେଲ ଦୀପ ଲଗାନ୍ତୁ । ଓ ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ହନୁମାନ ଚାଳିଶା ପାଠ କରନ୍ତୁ ।

ଯଦି ଆପଣ ସକ୍ଷମ ଅଛନ୍ତି ତେବେ ମଙ୍ଗଳବାର ଓ ଶନିବାର ବି ଉପବାସ ରଖିପାରିବେ । କାରଣ ହନୁମାନଜୀ ଯେତେ ପ୍ରସନ୍ନ ହେବେ ଓ ଧ୍ୟାନ ରଖିବେ ଆପଣଙ୍କ ଆଖପାଖରେ ଏପରି ସୁରକ୍ଷା କବଚ କରିଦେବେ । କେଉଁ ଶତ୍ରୁ ବି କିଛି କରିପାରିବ ନାହିଁ।

Leave a Reply

Your email address will not be published. Required fields are marked *