Weather Update: ଲଘୁଚାପ ଯୋଗୁ ରାଜ୍ୟର ଏହି 5ଟି ଜିଲ୍ଲାକୁ ସତର୍କ ସୂଚନା!

ନମସ୍କାର ବନ୍ଧୁଗଣ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ରାଜ୍ୟ ର ଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଏହି ଲଘୁଚାପ ସକ୍ରିୟ ହୋଇ ଆଜି ଦକ୍ଷିଣ ଓଡିଶା ଓ ଆନ୍ଧ୍ର ଉପକୁଳ ତଥା ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ସକ୍ରିୟ ରହିଛି । ଓଡିଶା ଉପକୂଳ ଓ ଦକ୍ଷିଣ ଓଡିଶା ଉପକୂଳରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ବାଲେଶ୍ଵର, ଭଦ୍ରକ ସମେତ ଉତ୍ତର ଓଡିଶାର କିଛି ସ୍ଥାନ ଗୁଡିକରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଜାରି ହୋଇଛି ।

ଗୋଟିଏ ଦୁଇ ଟି ସ୍ଥାନରେ ଘଡଘଡି ସହ ବଜ୍ରପାତ ହେବାର ପୂର୍ବ ଅନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡିଶାରେ ହାଲକା ଧରଣର ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଗଜପତି, ଗଞ୍ଜାମ, ରାୟଗଡା, କୋରାପୁଟ, ମାଲକାନାଗିରି ଆଦି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, କଟକ, ଜଗତସିଂପୁର ଆଦି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ପୂର୍ବ ଅନୁମାନ କରା ଯାଇଛି । କିଛି ଜିଲ୍ଲା ଗୁଡିକରେ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା କରା ଯାଉଛି ।

ଲଘୁଚାପ ସୃଷ୍ଟି ହୋଇଥିବା ଯୋଗୁ ଘୂର୍ଣ୍ଣୀ ବଳଯ ମଧ୍ୟ ସୃଷ୍ଟି ହୋଇପାରେ । ଏଥିପାଇଁ ସମୁଦ୍ର ଭିତରକୁ ନ ଯିବା ପାଇଁ ମାଛ ଧରାଳି ମାନଙ୍କୁ ସତର୍କ ସୂଚନା ଦିଆ ଯାଇଛି । ବର୍ଷା ହେବା ସହ ପବନର ବେଗ ମଧ୍ୟ ଅଧିକ ରହିପାରେ ବୋଲି ପୂର୍ବ ଅନୁମାନ କରା ଯାଇଛି । ଆଜି ଠାରୁ ବର୍ଷାର ପରିମାଣ ବଢିବାରେ ଲାଗିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ଟି ଜିଲ୍ଲା ବାଲେଶ୍ଵର, କେନ୍ଦ୍ରାପଡା, ଜଗତସିଂପୁର, ଭଦ୍ରକ ଓ ପୁରୀ ଜିଲ୍ଲା ରେ ୟେଲୋ ୱାର୍ନିଙ୍ଗ ଜାରି କରା ଯାଇଛି । ଏ ସବୁ ଜିଲ୍ଲା ଗୁଡିକରେ ଗୋଟିଏ ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏଥି ସହିତ ୧୪ଟି ଜିଲ୍ଲା ରେ ଘଡଘଡି ସହ ବର୍ଷା ହୋଇପାରେ ବୋଲି ଆକଳନ ସୂତ୍ର ରୁ ଜଣ ପଡିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଅମାର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *