ମୁହଁରେ ହେଉଥିବା ବ୍ରଣ ଓ କଳାଦାଗ ସମସ୍ଯା କାରଣ ଓ ଏହାର ପ୍ରତିକାର କଣ ? Dr. Vasudev Pradhan

ଆଜିକାଲି ପୁରୁଷ ଓ ମହିଳାଙ୍କ ଠାରେ ବରଣ ଓ କଲାଦାଗ ସମସ୍ଯା ଅଧିକ ଦେଖା ଯାଉଛି । କିଛି କ୍ଷେତ୍ରରେ ଜୀବନ ଶୈଳୀ ଓ ଖାଦ୍ୟପେୟର ପରିବର୍ତ୍ତନ ଯୋଗୁ ଏହିଭଳି ହୋଇଥାଏ । ସାଧାରଣତ ୧୨ରୁ ୨୪ ବର୍ଷ ମଧ୍ୟରେ ବ୍ରଣ ସମସ୍ଯା ଅଧିକ ଦେଖାଯାଏ । ଏହା ହେଉଛି ହରମୋନର କାମ । ଯେଉଁ ମାନଙ୍କର ସେବାଶିଷ ଗ୍ଲାଣ୍ଡ ଅଧିକ ଆକ୍ଟିଭ ଥାଏ ସେମାନଙ୍କ ପାଖରେ ଏହି ସମସ୍ୟା ଅଧିକ ଦେଖାଯାଏ । ଅଧିକ ତେଲ ଜାତୀୟ ଖାଦ୍ୟ ବା ସ୍ନେହସାର ଜାତୀୟ ଖାଦ୍ୟ ଅଧିକ ଖାଇଲେ ବ୍ରଣ ସମସ୍ଯା ଅଧିକ ହୋଇଥାଏ । ବ୍ରଣ ଅଧିକ ନ ହେବା ପାଇଁ ଖାଦ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ଖାଦ୍ୟ ପାନୀଯ ଓ ଋତୁ ମଧ୍ୟ ଏହାର ମୁଖ୍ୟ କାରଣ ।

ଡାକ୍ତରଙ୍କ ବିନା ପରାମର୍ଶରେ ମୁହଁରେ କୌଣସି ପ୍ୟାକ ବ୍ୟବହାର କରିବା ଅନୁଚିତ । ଅଧିକ ମାତ୍ରାରେ ଅଧିକ ପାଣି ସେବନ କରିବା ଏକ ଘରୋଇ ଉପକାହାର ଅଟେ । ସିତା ଋତୁରେ ଗାଧୋଇବା ସମୟରେ ପାଣିରେ ହଳଦୀ ଓ ନିମ ପତ୍ର ପକାଇଲେ ସ୍କିନ ଭଲ ରହିଥାଏ । ଖରାଦିନେ ପାଣିରେ ଲେମ୍ବୁ ଓ କମଳା ରସ ପକାଇ ଗାଧୋଇବା ଉଚିତ । ଯଦି ବ୍ରଣ ସମସ୍ୟା ହେଉଛି ତେବେ ବିନା ପରାମର୍ଶରେ କୌଣସି ପ୍ୟାକ ବା ଔଷଧ ସେବନ କରନ୍ତୁ ନାହି । ବାହାରକୁ ଯିବା ସମୟରେ ଚଷମା ବ୍ୟବହାର କରିବା ସହ ମୁହଁକୁ ଘୋଡାଇ ରଖନ୍ତୁ । ଏହା ସହ ଘରକୁ ଆସିବା ପରେ ଗୋଲାପ ଜଳ, ମହୁ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ ।

ଜଲ୍ଦି ଶୋଇବା ଦ୍ଵାରା ମାନସିକ ଚିନ୍ତାରୁ ମୁକ୍ତି ମିଳିଥାଏ । ଦିନକୁ ୮ ଘଣ୍ଟା ଶୋଇବା ଉଚିତ । ରାତିରେ ହାଲକା ଖାଦ୍ଯର ସେବନ କରନ୍ତୁ । ବ୍ରଣରେ ଅପରିଷ୍କାର ହାତ ଲଗାଇବା ଠିକ ନୁହେଁ । ମୁହଁରେ ଯଦି ବ୍ରଣ ରହିଛି ତେବେ ମୁହଁରେ ତେଲ ଲଗାଇବା ବେଳେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ । ଯଦି ତେଲ ହାତ ବା ତେଲ ବ୍ରଣରେ ଲାଗିଲେ ତାହା ସହଜରେ ଭଲ ହୋଇ ନ ଥାଏ । ଯଦି ଭୁଲରେ ଏପରି ହୋଇଯାଏ ତେବେ ନିମ ପତ୍ର ଓ ବଟା ହଳଦୀ ଲଗାଇଲେ ବ୍ରଣ ହୋଇ ନ ଥାଏ । ଯେଉଁ ମାନଙ୍କର ଅଏଲି ସ୍କିନ ରହିଥାଏ ସେମାନଙ୍କ ଠାରେ ବରଣ ସମସ୍ଯା ଅଧିକ ଦେଖାଯାଏ ।

ଋତୁସ୍ରାବ ସମୟରେ ଶରୀରର ହରମୋନରେ କିଛି ପରିବର୍ତ୍ତନ ଆସିଥାଏ ଯାହା ଦ୍ଵାରା କିଛି ମହିଳାଙ୍କ ଠାରେ ବ୍ରଣ ସମସ୍ଯା ଦେଖା ଯାଇଥାଏ । ଯଦି ଅଧିକ ଦିନ ଯାଏଁ ବ୍ରଣ ନ ସୁଖେ ତେବେ ଆଲୋଭେରା ଓ ଘିଂ କୁଆଁରୀ ବ୍ୟବହାର କରିଲେ ଏଥିରୁ ଉପସମ ମିଳିଥାଏ । ଡ୍ରାଏ ସ୍କିନରେ କାଠ ବ୍ରଣ ସମସ୍ଯା ଅଧିକ ଦେଖା ଯାଇଥାଏ । ଯଦି ପୋଷାକ ତତ୍ଵର ବାଲାନ୍ସ ନ ରହେ ତେବେ ଡ୍ରାଏ ସ୍କିନରେ କଥା ବ୍ରଣ ସମସ୍ଯା ଦେଖାଯାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ହେଲଥ ଟିପ୍ସଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *