ବଢିଲା ଲକଡାଉନ୍‌ : ଜୁଲାଇ ୫ ପର୍ଯ୍ୟନ୍ତ କଟକଣା ଲଗାଇଲେ ରାଜ୍ୟ ସରକାର

ରିପୋର୍ଟ ଅନୁସାରେ ଦେଶରେ ବର୍ତ୍ତମାନ କ-ରୋ-ନାର ଗ୍ରାଫ ତଳ ମୁହା ହେଉଛି । ଅର୍ଥାତ ସଂ-କ୍ର-ମ-ଣ ହାର କମ ହେବା ସହିତ ମୃ-ତ୍ୟୁ ହାର ବି କମ ହେବାରେ ଲାଗିଛି । କିନ୍ତୁ ଏହା ସହିତ ତୃତୀୟ ଲହରକୁ ନେଇ ଭୟ ମଧ୍ୟ ରହୁଛି । ଏମିତିରେ ସରକାର ତୃତୀୟ ଲହରକୁ ଆରମ୍ଭକୁ ଦ୍ରୁଷ୍ଟିରେ ରଖିବା ସହ ସମସ୍ତଙ୍କୁ ଅଳ୍ପ କଟକଣା ମୁକ୍ତ କରିବା ପାଇଁ ନୂଆ ନୂଆ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି ।

ଏହି କ୍ରମରେ ସବୁ ରାଜ୍ୟ ନିଜ ନିଜ ରାଜ୍ୟରେ କ-ରୋ-ନାର ସ୍ଥିତି ଦେଖି ଲକଡାଉନ ଓ ଅନଲକର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବର୍ତ୍ତମାନ ହରିୟାଣା ସରକାର ରାଜ୍ୟରେ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ନିଜ ରାଜ୍ୟରେ ଲକଡାଉନ ଅବଧିକୁ ବୁଦ୍ଧି କରିଛନ୍ତି ।

ଏହା ସହିତ ରବିବାର ଠାରୁ ଲକଡାଉନକୁ ଅଳ୍ପ କୋହଳ ମଧ୍ୟ କରାଯାଇଛି । କିନ୍ତୁ ହରିୟାଣା ସରକାର ନୂଆ ଗାଇଡଲାଇନରେ କିଛି କଟକଣାକୁ ବଳବତ୍ତର ରଖିବା ସହ କିଛି କଟକଣାକୁ କୋହଳ କରିଛନ୍ତି । ନୂଆ ଗାଇଡଲାଇନ ଅନୁସାରେ ହରିୟାଣାର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ । ଏହା ସହିତ ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନରେ ଥିବା ସମସ୍ତ ଶିଶୁ ସୁରକ୍ଷା ଗୃହ ଗୁଡିକ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନୂଆ ଗାଇଡଲାଇନରେ କୁହାଯାଇଛି ।

କୋଭିଡ – ୧୯ର ସମସ୍ତ ନିୟମ ମାନି ଲ୍ୟାବରେ ପ୍ରାକ୍ଟିକାଲ ଏବଂ ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଶ୍ଵ ବିଦ୍ୟାଳୟ ଖୋଲା ରହିବ । କିନ୍ତୁ କୋଭିଡ ନିୟମ ମାନିବା ପାଇଁ ଏହି ସମସ୍ତ ବିଶ୍ଵ ବିଦ୍ୟାଳୟକୁ କୁହାଯାଇଛି । ଯେମିତି କି ସମସ୍ତେ ସାମାଜିକ ଦୂରତା ନିୟମକୁ ମାନିବାକୁ ବାଧ୍ୟ ଓ ସମସ୍ତେ ନିୟମିତ ରୂପରେ ସ୍ୟାନିଟାଇଜ ହେବା ପରେ ହିଁ କ୍ୟାମ୍ପସରେ ପ୍ରବେଶ କରିବେ ।

ହରିୟାଣା ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ ବର୍ତ୍ତମାନ ସକାଳ ୯ ରୁ ୮ ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିବ । ସେହିଭଳି ମଳ ଗୁଡିକ ବି ଦିନ ୧୦ ରୁ ରାତି ୮ ଯାଏଁ ଖୋଲା ରହିବ । ରେଷ୍ଟୁରାଣ୍ଟ ଏବଂ ବାର ଗୁଡିକ ଦିନ ୧୦ ରୁ ରାତି ୧୦ ଯାଏଁ ୫୦ ପ୍ରତିଶତ ଲୋକମାନଙ୍କୁ ନେଇ ଖୋଲି ପାରିବେ । ଫାଷ୍ଟଫୁଡ ଦୋକାନ ଗୁଡିକୁ ରାତି ୧୦ ଯାଏଁ ଖୋଲିବା ପାଇଁ ଅନୁମତି ଦିଆଯାଇଛି ।

ସେହିଭଳି ଧାର୍ମିକ ଅନୁଷ୍ଠାନ ଯେମିତି କି ମଣ୍ଡୟର ଗୁଡିକ ୫୦ ପ୍ରତିଶତ ଶ୍ରଦ୍ଧାଳୁଙ୍କୁ ନେଇ ଖୋଲି ପାରିବ । ଅନ୍ୟ ପଟେ କର୍ପୋରେଟ ଅଫିସ ଗୁଡିକ ନିଜର ସମସ୍ତ କର୍ମଚାରୀଙ୍କୁ ଅଫିସ ଖୋଲି ପାରିବେ । ସକାଳ ୬ ରୁ ୮ ପର୍ଯ୍ୟନ୍ତ ଜିମ ଖୋଲିବା ପାଇଁ ମଧ୍ୟ ଅନୁମତି ମିଳିଛି । କିନ୍ତୁ ସବୁ ସ୍ଥାନରେ କୋଭିଡ ଗାଇଡଲାଇନକୁ ମାନି କାମ କରିବା ପାଇଁ କଡା ଚେତାବନୀ ମଧ୍ୟ ଦିଆଯାଇଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *