Special Report: କୋଭିସିଲ୍ଡ ଭ୍ୟାକ୍ସିନ ନେବା ପରେ ବ୍ୟାପୁଛି ଏକ ଭୟଙ୍କର ରୋଗ, ଏହି ରାଜ୍ୟରେ ବର୍ତ୍ତମାନ ୧୧ ଜଣ ଆକ୍ରାନ୍ତ

କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ଆମ ଦେଶରେ ସରକାର ଟୀକାକରଣ କାର୍ଯ୍ୟକ୍ରମ ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି ଓ ସମସ୍ତଙ୍କୁ ଟୀକା ନେବା ପାଇଁ ଆହ୍ଵାନ ମଧ୍ୟ ଦେଉଛନ୍ତି । ଯେମିତି କି ଆମେ ଦେଶରେ ବର୍ତ୍ତମାନ ଦୁଇ ପ୍ରକାରର ଟୀକା ଦିଆଯାଉଛି । କୋଭିସିଲ୍ଡ ଓ କୋଭ୍ୟାକ୍ସିନ ।

କିନ୍ତୁ ଏହା ସତ୍ବେ ବି ବର୍ତ୍ତମାନ କେତେକ ଅଞ୍ଚଳରେ ଟିକାର ଅଭାବ ବି ଦେଖା ଯାଉଛି । କିନ୍ତୁ ସରକାର ଏହି ଟୀକା ଅଭାବକୁ ଜଲ୍ଦି ହିଁ ଦୂର କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହା ଅମଧ୍ୟରେ ଟୀକାକୁ ନେଇ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି । ଯାହା ବିଷୟରେ ଜାଣିବା ପରେ ଆପଣ ବି ଟୀକା ନେବା ପୂର୍ବରୁ ଚିନ୍ତାରେ ପଡିଯିବେ । ଆଷ୍ଟ୍ରେଜେନିକା-ଅକ୍ସଫୋର୍ଡ ଦ୍ଵାରା ବିକଶିତ କରାଯାଇଥିବା କରୋନାର ଭ୍ୟାକ୍ସିନ କୋଭିସିଲ୍ଡ କିଛି ବ୍ୟକ୍ତିଙ୍କ ଉପରେ ବିପରୀତ ପ୍ରଭାବ ପକାଉଛି ।

କହିଦେଉଛୁ କି କୋଭିସିଲ୍ଡ ଭ୍ୟାକ୍ସିନ ନେବା ପରେ ପାଖାପାଖି ୧୧ ଜଣ ବ୍ୟକ୍ତି ନ୍ୟୁରୋଲୋଜିକାଲ ଡିସ୍‌ଅର୍ଡରର ନାମକ ଏକ ରୋଗରେ ଶିକାର ହୋଇଛନ୍ତି । କେରଲରେ ଏହିଭଳି ୭ ଟି ମାମଲା ସାମ୍ନାକୁ ଆସିଛି ଓ କେରଲରେ ୧୨ ଲକ୍ଷ ଲୋକମାନେ ଏହି ଟୀକା ନେଇସାରିଛନ୍ତି ।

ଏକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି କି ଭାରତ ଓ ବ୍ରିଟେନର ଆଷ୍ଟ୍ରୋଜେନିକା-ଅକ୍ସଫୋର୍ଡ ଭ୍ୟାକ୍ସିନ ଅର୍ଥାତ କୋଭିସିଲ୍ଡ ଭ୍ୟାକ୍ସିନ ନେଇଥିବା ଲୋକମାନଙ୍କ ମଧ୍ୟରୁ ୧୧ ଜଣ ବ୍ୟକ୍ତିଙ୍କ ଠାରେ ଗୁଲିୟନ ବେରି ନାମକ ନ୍ୟୁରୋଲୋଜିଷ୍ଟ ଡିସ୍‌ଅର୍ଡର ଦେଖିବାକୁ ମିଳିଛି । କେରଲରେ ୭ ଜଣ ଲୋକମାନେ ଏହି ଋଗରେ ଶିକାର ହୋଇଥିବା ସମୟରେ ନଟିଂହାମରେ ୪ ଜଣ ବ୍ୟକ୍ତିଙ୍କୁ ଏହା ହୋଇଛି ।

ଏହି ରୋଗ ଯାହାକୁ ଗୁଲିୟନ ବେରି କୁହାଯାଏ ଏହା ଏକ ଦୁର୍ଲଭ ରୋଗ ଅଟେ । ଏଥିରେ ଇମ୍ୟୁନ ସିଷ୍ଟମ, ନର୍ଭ ସିଷ୍ଟମରେ ଥିବା ସୁସ୍ଥ ଟିସୁ ଉପରେ ପ୍ରଭାବ ପଡିଥାଏ । ଏତିକି ନୁହେଁ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିର ଚେହେରାର ଟିସୁ ଦିନକୁ ଦିନ ଦୁର୍ବଳ ମଧ୍ୟ ହୋଇଯାଏ । ମିଳିଥିବା ସୂଚନା ଅନୁସାରେ ଭାରତରେ କୋଭିସିଲ୍ଡ ଭ୍ୟାକ୍ସିନ ନେବା ପରେ ଭାରତର କେରଲ ରାଜ୍ୟରେ ୭ ଜଣ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

ଏମାନେ ସମସ୍ତେ କୋଭିସିଲ୍ଡର ପ୍ରଥମ ଡୋଜ ନେଇସାରିଥିଲେ ଓ ଏହାର ୧୦ ରୁ ୨୨ ଦିନ ପରେ ସେମାନଙ୍କ ଶରୀରରେ ଏହି ରୋଗର ଲକ୍ଷଣ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ସମସ୍ତ ବ୍ୟକ୍ତିଙ୍କର ଚିକିତ୍ସା କରାଯାଉଛି । ଏହି ମାମଲା ସାମ୍ନାକୁ ଆସିବା ପରେ ପୁଣି ଥରେ ଭ୍ୟାକ୍ସିନକୁ ନେଇ ଲୋକମାନଙ୍କ ଭିତରେ ଅସମଞ୍ଜସ୍ୟ ସୃଷ୍ଟି ହୋଇ ଯାଇଛି ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *