ବାତ୍ୟା ୟାସର ଲ୍ୟାଣ୍ଡଫଲ ହେଲା ଆରମ୍ଭ, ଦେଖନ୍ତୁ କେମିତି ତାଣ୍ଡବ ରଚୁଛି ୟାସ

ବନ୍ଧୁଗଣ,  ସମସ୍ତ ବିଶ୍ଵ ଭଗବାନ ଙ୍କ ଆଜ୍ଞା ଅନୁଯାଇ ଚାଲୁଅଛି । ଭଗବାନ ଙ୍କ ଆଜ୍ଞା ନଥିଲେ କୌଣସି କାର୍ଯ୍ୟ ସମ୍ଭବ ହୋଇନଥାଏ । ଗତବର୍ଷ ରୁ କୋରଣା ମୁଣ୍ଡ ବ୍ୟଥା ର କାରଣ ହୋଇଥିଲା ବେଳେ ଚଳିତ ବର୍ଷ କୋରନା ସହିତ ବାତ୍ୟା ଆସି ଆମ୍ଭ ମାନଙ୍କ ଦ୍ଵାରସ୍ଥ ହୋଇଅଛି ।

ବାତ୍ୟା “ୟାସ” ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ବନ୍ଧୁଗଣ ପବନର ବେଗ ଘଣ୍ଟା ପ୍ରତି ୧୫୦ କି.ମି ହେବାକୁ ବଢିବାରେ ଲାଗିଛି । ଏହି ପ୍ରକ୍ରିୟା ୩ ରୁ ୪ ମଧ୍ୟ ଘଣ୍ଟା ମଧ୍ୟରେ ଚାଲିରହିବ । ବନ୍ଧୁଗଣ IAS ପ୍ରଦୀପ ଜେନା ଟ୍ଵିଟ କରି କହିଛନ୍ତି ଯେ, ସକାଳ ୯ ରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ବନ୍ଧୁଗଣ ସେ ଏହି ସୂଚନା ଦେଇଛନ୍ତି ଯେ, ଢାମଣା ରୁ ଉତ୍ତର ଏବଂ ବାଲେଶ୍ଵର ରୁ ଦକ୍ଷିଣ ରେ ଏହା ଲ୍ୟାଣ୍ଡଫଲ କରିବ । ଏହାପରେ ବାହାନାଗା କୋଷ୍ଟ କୁ ଏହା କ୍ରଶ କରିବା ଅର୍ଥାତ ବାହାନାଗା ଦେଇ ଏହା ଗତି କରିବ ।

ବନ୍ଧୁଗଣ ଏହି ସମୟରେ ଅଧିକ ପ୍ରଭାବ ଦେଖିବାକୁ ମିଳିବ । ସୂଚନା ଅନୁଯାୟୀ ଭଦ୍ରକ ତଥା ବାଲେଶ୍ଵର ଜିଲ୍ଲା ରେ ଏହାର ଅତ୍ୟଧିକ ପ୍ରଭାବ ପଡିବାକୁ ଜାଉଅଛି । ବନ୍ଧୁଗଣ ଏହା ବହୁତ ଭୟାନକ ପରିସ୍ଥିତି ଉପୁଜିବାକୁ ଯାଉଅଛି । ବନ୍ଧୁଗଣ ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଲାଗି ସରିବା ପରେ ଏହାପରେ ୬ ଘଣ୍ଟା ପର୍ଯ୍ୟନ୍ତ ବୃଷ୍ଟି ତଥା ପବନ ବହିବାର ସମ୍ଭାବନା ରହିଅଛି ।

ବନ୍ଧୁଗଣ ପୂର୍ବରୁ ଆପଣ ମାନଙ୍କୁ ସୂଚନା ମିଳିଥିଲା ଯେ, ପବନର ବେଗ ଘଣ୍ଟା କୁ ୧୩୦ ରୁ ୧୪୦ ମଧ୍ୟରେ ରହିବ । ଏହି ବାତ୍ୟାରେ ଅନେକ ଘାର ଭାଙ୍ଗିବାର ସମ୍ଭାବନା ରହିଅଛି । ଖାସ କରିକି ଭଦ୍ରକ ତଥା ବାଲେଶ୍ଵର ଜିଲ୍ଲାରେ ଅତ୍ୟନ୍ତ ଭୟାନକ ପରିସ୍ଥିତି ଉପୁଜିବାକୁ ଯାଉଅଛି ।

ବନ୍ଧୁଗଣ ବର୍ତ୍ତମାନ  ଢାମଣା ର ସ୍ଥିତି ଅତ୍ୟନ୍ତ ଗମ୍ଭୀର ହେବାକୁ ଲାଗିଛି ଚାରିଆଡେ ପାଣି ପ୍ରବେଶ କରିସାରିଲାଣି । ବନ୍ଧୁଗଣ ଆମ୍ଭେ ମାନେ ସାଧାରଣତ ବିପର୍ଜୟ କୁ ସାମ୍ନା କରିଥାଉ । ବର୍ତ୍ତମାନ ସ୍ଥିତିରେ ଆମ୍ଭେ ଦୁଇଟି ବିପର୍ଜୟ କୁ ସାମ୍ନା କରୁଅଛୁ । ଗୋଟିଏ ହେଉଛି ପ୍ରାକୃତିକ ବିପର୍ଜୟ ଅନ୍ୟଟି ସ୍ୱାସ୍ଥ୍ୟ ବିପର୍ଜୟ । ମାତ୍ର ସବୁକୁ ଆମ୍ଭକୁ ଧର୍ଯ୍ୟ ସହିତ ସତର୍କ ରହିବାକୁ ହେବ ।

ବନ୍ଧୁଗଣ ପ୍ରକୃତି ର ନିୟମ ଆମ୍ଭ ମାନଙ୍କ ହାତରେ ନାହିଁ । ବନ୍ଧୁଗଣ ଆମ୍ଭେ ଦେଖିବାକୁ ଗଲେ ସ୍ଥିତି ବହୁତ ଗମ୍ଭୀର ଗୋଟେ ପଟେ କୋରୋନା ମୁଣ୍ଡ ବ୍ୟଥାର କାରଣ ହୋଇଥିବା ବେଳେ ଅନ୍ୟପଟେ ପ୍ରକୃତିକ ବାତ୍ୟା । ମାତ୍ରା ଏଥିରେ ସତରକତାର ସହିତ ସମସ୍ତ ପ୍ରକାରର ପରିସ୍ଥିତିର ସାମ୍ନା କରନ୍ତୁ । ଆପଣ ମାନଙ୍କୁ ଏହି ବିଷୟଟି ଭଲ ଲାଗିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *