ପାଇବାକୁ ଚାହୁଁଥିଲେ ମାତା ଲକ୍ଷ୍ମୀଙ୍କ କୃପା ଭୁଲରେ ବି କରନ୍ତୁ ନାହିଁ ଏହି 5ଟି ଭୁଲ- Chanakya Niti

ବନ୍ଧୁଗଣ ନମସ୍କାର, ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତି ସମ୍ବନ୍ଧୀୟ କିଛି ତଥ୍ୟ ବିଷୟରେ ଅବଗତ କରାଇବୁ । ପ୍ରାଚୀନ କାଳ ରେ ଚାଣକ୍ୟ ଙ୍କୁ ମହାନ ବିଦ୍ୱାନ ବୋଲି କୁହାଯାଏ । ଏହା ମଧ୍ୟ କୁହାଯାଏ ଯେ ଏପରି କୌଣସି ଭି ବ୍ୟକ୍ତି ଅଥବା କାର୍ଯ୍ୟ ତଥା ପରିସ୍ଥିତି ନାହିଁ ଯେଉଁଥିରେ ଚାଣକ୍ୟ ବିଜୟ ହାସଲ କରିନାହାନ୍ତି । ଇତିହାସକାର ମାନଙ୍କ ଠାରୁ ଶୁଣିବା କୁ ମିଳେ ଯେ,, ପ୍ରାଚୀନ କାଳରେ ଆଚାର୍ଯ୍ୟ ଚାଣକ୍ୟ ଜଟିଳ ରୁ ଜଟିଳ ସମସ୍ୟାର ସମାଧାନ ବହୁତ ସହଜରେ କରିଦିଅନ୍ତି ।

ସେ ବହୁତ ଚତୁର ଏବଂ ବୁଦ୍ଧିମାନ ଥିଲେ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତିରେ ତାଙ୍କ ବୁଦ୍ଧିମତା ତଥା ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୁ ଏକତ୍ରିତ କରାଯାଇଛି ।

ବିଦ୍ୱାନ ମାନଙ୍କ ମତରେ ଚାଣକ୍ୟ ନୀତି ରେ ଏପରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସମ୍ଭନ୍ଧ ରେ ରହିଛି ଯାହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଅପ୍ରସନ୍ନ ତଥା କ୍ରୋଧିତ ହୋଇଥାଆନ୍ତି ଯାହାଫଳରେ ମାତା ଲକ୍ଷ୍ମୀ ଙ୍କ କୃପା କେବେଭି ମିଳିନଥାଏ ବିଭିନ୍ନ ପ୍ରକାର ସମସ୍ୟା ର ସମୁଖୀନ୍ନ ହେବାକୁ ପଡିଥାଏ ଏବଂ ଧନ ହାନି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ।

୧. ପ୍ରଥମ ଉପାୟ ଟି ହେଉଛି ନିଜ ଗୃହ ଦ୍ଵାର ରେ ସକାଳୁ ଉଠି ପାଣି ଢାଳିବା । ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ ଏହା ସହିତ ପୂର୍ବ ପୁରୁଷ ଙ୍କ କୃପା ମଧ୍ୟ ଲାଭ ହୋଇଥାଏ । ଏହା କରିବା ଦ୍ୱାରା ଆପଣଙ୍କ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ।

୨. ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ସୂର୍ଯ୍ୟ ଉଦୟ ପରେ ଶୟନ କରିବା ଦ୍ୱାରା ମାତା ଲକ୍ଷ୍ମୀ ଅପ୍ରସନ୍ନ ହୋଇଥାଆନ୍ତି ଏବଂ ମାତା ଲକ୍ଷ୍ମୀ ଙ୍କ କୃପା ଦୃଷ୍ଟି କେବେଭି ଲାଭ ହୋଇନଥାଏ । ଏହାଦ୍ବାରା ଆପଣଙ୍କ ଧନ ସମ୍ପତ୍ତି ଧୀରେ ଧୀରେ ହ୍ରାସ ହେବାରେ ଲାଗିଥାଏ । ତେବେ ଆପଣ ମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିବାକୁ ଚେଷ୍ଟା କରନ୍ତୁ ଏବଂ ସୁର୍ଯ୍ୟାସ୍ତ ପରେ ଶୀଘ୍ର ଶୁଅନ୍ତୁ ।

୩. ସନ୍ଧ୍ୟା ସମୟର ପୂଜା ଅତ୍ୟନ୍ତ ଆବଶ୍ୟକ ଅଟେ । କାରଣ ଏହି ସମୟରେ ପୂଜା କରିବା ଦ୍ୱାରା ଘରେ ଥିବା ସମସ୍ତ ନକରାତ୍ମକ ଉର୍ଜା ପ୍ରସ୍ଥାନ କରନ୍ତି ଏବଂ ଘରେ ସକରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ ଯାହାଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ସନ୍ଧ୍ୟା ସମୟରେ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀ ମଧ୍ୟ ଅତ୍ୟନ୍ତ ପ୍ରସନ୍ନ ହୋଇଥାଆନ୍ତି ଏବଂ ଆପଣଙ୍କୁ ଧନ ସମ୍ପତ୍ତି ଲାଭ ହୋଇଥାଏ । ତେବେ ଆପଣ ମାନେ ନିୟମିତ ଭାବରେ ସନ୍ଧ୍ୟା ସମୟରେ ପୂଜାପାଠ କରନ୍ତୁ ।

୪. ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ସର୍ବୋତ୍ତମ ଏବଂ ଶ୍ରେଷ୍ଠ ଉପାୟ ହେଉଛି ଗୁରୁଜନଙ୍କୁ ସମ୍ମାନ ଦେବା । ଯେଉଁ ଘରେ ଗୁରୁଜନଙ୍କୁ ସମ୍ମାନ ମିଳିଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ଏବଂ ଘରେ ସୁଖ ସମୃଦ୍ଧି ଏବଂ ଶାନ୍ତି ସ୍ଥାପନ ହୋଇଥାଏ ।

ତେବେ ଆପଣ ମାନେ ଏହି ଉପାୟ ଗୁଡିକୁ ନିଜ ଜୀବନ ରେ ପ୍ରୟୋଗ କଲେ ନିଶ୍ଚିତ ଭାବରେ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କ କୃପା ମିଳିଥାଏ ଏବଂ ଆପଣଙ୍କ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ଆପଣ ମାନେ ନିଶ୍ଚିତ ଭାବେ ଏହି ଉପାୟ ଗୁଡିକୁ ପ୍ରୟୋଗ କରନ୍ତୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଲାଭ କରନ୍ତୁ । ଆଶା କରୁଛୁ ଆପଣ ମାନଙ୍କୁ ଆଜିର ଏହି ବିଷୟଟି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *