ଗାଡ଼ି ଚାଳକଙ୍କ ପାଇଁ ବାଡ ଖବର, ଲାଇସେନ୍ସକୁ ନେଇ ଆସିଲା ଏହି ନୂଆ ନିୟମ

ବର୍ତ୍ତମାନ ସମୟରେ ସମସ୍ତେ ବାଇକ କିମ୍ବା କାର ଚଲାଉଛନ୍ତି । ଏମିତିରେ ସରକାରଙ୍କ ଯାତାୟତ ନିୟମ ଅନୁସାରେ ସମସ୍ତଙ୍କ ନିକଟରେ ଲାଇସେନ୍ସ ନିହାତି ରହିବା ଦରକାର ଓ ଲାଇସେନ୍ସ ପାଇବା ପାଇଁ ଜଣେ ବ୍ୟକ୍ତିଙ୍କୁ ବହୁତ ଚକ୍କର କାଟିବାକୁ ପଡିଥାଏ । ଯେମିତି କି ପ୍ରଥମେ ଆପଣ ଲାଇସେନ୍ସ ପାଇଁ ଏପ୍ଲାଇ କରିବେ ।

ଏହା ପରେ ଆପଣ ଡ୍ରାଇଭିଙ୍ଗ ଟେସ୍ଟ ଦେବେ ଓ ଡ୍ରାଇଭିଙ୍ଗ ଟେସ୍ଟରେ ପାସ କରିବା ପରେ ଆପଣଙ୍କୁ ବହୁତ ଦିନ ପରେ ଲାଇସେନ୍ସ ମିଳିଥାଏ । କିନ୍ତୁ ବର୍ତ୍ତମାନ ସରକାର ଲାଇସେନ୍ସ ପ୍ରାପ୍ତ ନିୟମରେ ବହୁତ ବଡ ପରିବର୍ତ୍ତନ ଆଣିଛନ୍ତି । ଏହି ପରିବର୍ତ୍ତନରେ ଆପଣଙ୍କୁ ଆଉ ଆରଟିଓ ଅଫିସ ଯିବାକୁ ପଡିବ ନାହିଁ । କହିବାକୁ ଗଲେ ଡ୍ରାଇଭିଙ୍ଗ ଲାଇସେନ୍ସ ବାହାର କରୁଥିବା ଲୋକମାନଙ୍କ ପାଇଁ ବହୁତ ଏହା ବଡ ଖୁସିର ଖବର ଅଟେ । ଲାଇସେନ୍ସ ବାହାର କରିବାକୁ ହେଲେ ପ୍ରଥମେ ପରୀକ୍ଷା ଦେବାକୁ ପଡୁଥିଲା ।

କିନ୍ତୁ ଏବେ ଠାରୁ ଆପଣଙ୍କୁ ଆଉ ପରୀକ୍ଷା ଦେବାକୁ ପଡିବ ନାହିଁ । କାରଣ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ବିଭାଗ ତରଫରୁ ଡ୍ରାଇଭିଙ୍ଗ ଲାଇସେନ୍ସ ନିୟମରେ କିଛି ପରିବର୍ତ୍ତନ ଆଣିଛନ୍ତି । ଜୁଲାଇ ୧ ରୁ ଏହି ସବୁ ନୂତନ ନିୟମ ଲାଗୁ ହୋଇ ଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ସମସ୍ତଙ୍କୁ ଟେସ୍ଟ ଦେବାକୁ ପଡୁଥିଲା । କିନ୍ତୁ ନୂତନ ନିୟମ ଅନୁଯାୟୀ ବର୍ତ୍ତମାନ ଆପଣଙ୍କୁ ଆରଟିଓ ଅଫିସ ଯାଇ ଆଉ ଡ୍ରାଇଭିଙ୍ଗ ଟେସ୍ଟ ଦେବାକୁ ପଡିବ ନାହିଁ ।

ମିନିଷ୍ଟ୍ରୀ ଅଫ ରୋଡ ଟ୍ରାନ୍ସପୋର୍ଟ ଏଣ୍ଡ ହାଇୱେୟ ସୂଚନା ଅନୁସାରେ ଯଦି ଆପଣ ସରକାରନଅକା ଦ୍ଵାରା ମାନ୍ୟତା ପ୍ରାପ୍ତ କୌଣସି ଡ୍ରାଇଭିଙ୍ଗ ସେଣ୍ଟରରୁ ଟ୍ରେନିଙ୍ଗ ନେଉଛନ୍ତି ତେବେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆରଟିଓ ଅଫିସ ଯାଇ ଟେସ୍ଟ ଦେବାକୁ ପଡିବ ନାହିଁ । ଏଥିପାଇଁ ସରକାର ରାଜ୍ୟବ୍ୟାପୀ ଡ୍ରାଇଭିଙ୍ଗ ଟ୍ରେନିଙ୍ଗ ସେଣ୍ଟର ଗୁଡିକୁ ମାନ୍ୟତା ଦେବା ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ଏହି ସବୁ ସେଣ୍ଟରରେ ଆପଣ ସହଜରେ ଦୁଇ ଚକିଆ ଓ ଚାରି ଚକିଆ ଗାଡି ଚଳାଇବା ପାଇଁ ଟ୍ରେନିଙ୍ଗ ନେଇ ପାରିବେ ।

ନୂଆ ନିୟମ ଅନୁଯାୟୀ ଡ୍ରାଇଭିଙ୍ଗ ସେଣ୍ଟରରେ ହାଲୁକା ମୋଟର ଯାନ ପାଇଁ ଚାରି ସପ୍ତାହରେ ୨୯ ଘଣ୍ଟା ଡ୍ରାଇଭିଙ୍ଗ କରିବାକୁ ପଡିବ । ଏହା ସହିତ ୨୮ ଦିନରେ ଆପଣଙ୍କୁ ଡ୍ରାଇଭିଙ୍ଗ ଶିଖିବାକୁ ମଧ୍ୟ ପଡିବ । ଯଦି ସେହି ସେଣ୍ଟରରୁ ଅଥବା ତାଲିମ କେନ୍ଦ୍ରରୁ ଆପଣ ପାସ ହୋଇଗଲେ ତେବେ ଆପଣଙ୍କୁ ଆଉ କୌଣସି ବି ପ୍ରକାରର ଟେସ୍ଟ ଦେବାକୁ ପଡିବ ନାହିଁ । ସେହିଭଳି ହେଭି ମୋଟରଯାନ ଡ୍ରାଇଭିଙ୍ଗ ଶିଖିବାର ଅବଧି ୬ ସପ୍ତାହରେ ୩୮ ଘଣ୍ଟା ଗାଡି ଚଳାଇବାର ଅଛି । ଯେଉଁଥିରେ ଉଭୟ ଥିୟୋରି ଓ ପ୍ରାକ୍ଟିକାଲକୁ ସାମିଲ କରାଯାଇଛି ।

ଏହା ଛଡା ଡ୍ରାଇଭରଙ୍କୁ ଅନ୍ୟ ସମସ୍ତ ସଡକ ସମ୍ବନ୍ଧିତ ଜରୁରୀ ନିୟମ ବିଷୟରେ ଶିକ୍ଷା ଦିଆଯିବ । ନୂଆ ନିୟମ ଅନୁସାରେ ଅଥୋରାଇଜଡ ଡ୍ରାଇଭିଙ୍ଗ ଟ୍ରେନିଙ୍ଗ ସେଣ୍ଟର ଗୁଡିକ ଉତ୍ତମ ମାନର ଟ୍ରେନିଙ୍ଗ ଦେବା ପାଇଁ ଶିମୁଲେଟର ସହ ଡ୍ରାଇଭିଙ୍ଗ ଟେସ୍ଟ ଟ୍ରାକର ଆବେଦନ କାରୀଙ୍କୁ ସମ୍ପୂର୍ଣ ତାଲିମ ଦେବେ । ଯାହା ଦ୍ଵାରା ସେମାନେ ଡ୍ରାଇଭିଙ୍ଗର ମୌଳିକତା ଜାଣି ପାରିବେ ଓ ରାସ୍ତାରେ ଭଲ ଡ୍ରାଇଭ କରି ପାରିବେ । ଏହି ଡ୍ରାଇଭିଙ୍ଗ ଟ୍ରେନିଙ୍ଗ ସେଣ୍ଟର ଗୁଡିକ ୫ ବର୍ଷ ପାଇଁ ଅଥୋରାଇଜଡ ଦିଆଯିବ ଓ ଏହା ପରେ ଏମାନଙ୍କୁ ପୁଣି ଥରେ ରିନିୱୁ କରାଯିବ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଆଗକୁ ଏମିତି ଅନେକ ଟିପ୍ସପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *