ଲିମ୍ବ ଗଛ ଆଣିବ ଜୀବନରେ ଖୁସି ,ଜାଣନ୍ତୁ କେମିତି

ଲିମ୍ବ ଗଛ ସ୍ୱାସ୍ଥ୍ୟ ସହିତ ଯୋଡି ହୋଇଥିବା ଫାଇଦା ବିଷୟରେ ସମସ୍ତେ ଜାଣିଛନ୍ତି ଏହା କେମିତି ଆମ ସ୍ୱାସ୍ଥ୍ୟର ଖେୟାଲ ରଖିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଲିମ୍ବ ଗଛର ଜୋତିଷରେ ବି ବଡ ମହତ୍ଵ କୁହାଯାଇଛି ଏବଂ ଏହା ଆପଣଙ୍କ ଜୀବନରେ ସକାରାତ୍ମକତା ଆଣି ଆସିଥାଏ । ଆଜି ଆମେ ଆପଣଙ୍କୁ କହିବୁ କୁ କେମିତି ଲିମ୍ବ ଗଛ ଆପଣଙ୍କ ଜୀବନରେ ଖୁସି ଆଣି ଆସିଥାଏ । ତାହେଲେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

– ଆପଣ ଆପଣଙ୍କର ଘରର ଦକ୍ଷିଣ ଦିଗରେ ଏକ ଲିମ୍ବଗଛ ଲଗାନ୍ତୁ ଏବଂ ତାର ଯତ୍ନ ନିଅନ୍ତୁ ଯେପରଜ୍ଯନ୍ତ ସେ ଭଲରେ ବଡ ହୋଇ ନାହିଁ । ଏହି ଗଛ ସାକ୍ଷାତ ମଙ୍ଗଳଦେବ ଅଟେ । ଏହି ଗଛର ସେବା କଲେ ଆପଣଙ୍କ ଜୀବନରେ କେବେବି ଅମଙ୍ଗଳ ହେବ ନାହିଁ ।

– ଲିମ୍ବଗଛ ଲଗାଇବା ଦ୍ଵାରା ବ୍ୟକ୍ତିକୁ କୌଣସି ପ୍ରକାର ରୋଗ ହୋଇନଥାଏ । ଯେଉଁ ବ୍ୟକ୍ତିଙ୍କୁ ବିପଦରୁ ମୁକ୍ତି ପାଇବା ଏବଂ ନିରୋଗ ରହିବାର ଅଛି ସେମାନେ ଘରର ଦକ୍ଷିଣ ଦିଗରେ ଲିମ୍ବଗଛ ଲଗାଇବା ଦରକାର । ଲିମ୍ବଗଛକୁ ବାୟବ କୋଣରେ ଲଗାଇଲେ ବି ଅତ୍ୟନ୍ତ ଶୁଭ ଫଳଦାୟୀ ହୋଇଥାଏ ।

– ଯଦି ଆପଣଙ୍କ ଜନ୍ମ ଉତ୍ତରାଭାଦ୍ରପଦ ନକ୍ଷତ୍ରରେ ହୋଇଛି ବା ଆପଣଙ୍କ ରାଶି ମକର ବା କୁମ୍ଭ ରାଶି ଅଟେ ତାହେଲ ଲିମ୍ବଗଛ ଲଗାଇଲେ ବହୁତ ଶୁଭ ହୋଇଥାଏ ।

– ଘର ପାଖରେ ଲିମ୍ବଗଛ ଲଗାଇଲେ ହନୁମାନଙ୍କର କୃପା ରହିଥାଏ ।

– ଜୋତିଷରେ କେଉଁଠି କେଉଁଠି ଲିମ୍ବର ସବନ୍ଧ ଶନି ଏବଂ କେଉଁଠି କେଉଁଠି କେତୁ ସହିତ ଯୋଡା ଯାଇଛି । ଏଥିପାଇଁ ଦୁଇଟି ଗ୍ରହଙ୍କର ଶାନ୍ତି ପାଇଁ ଉଚିତ ଦିଗରେ ଲିମ୍ବଗଛା ଲଗାଯାଇ ପାରିବ ।

Leave a Reply

Your email address will not be published. Required fields are marked *