ଲୋକ ଲାଇନ ଲଗାଇ ନେଉଛନ୍ତି ଏହି ଅଟୋବାଲାର ଫଟୋ, କାରଣ ଜାଣି ଆପଣବି କରିବେ ସଲାମ

ମୁମ୍ବାଇ ସହରରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ଅଟୋରେ ବସି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଉଛନ୍ତି । ସେଥିପାଇଁ ତ ମୁମ୍ବାଇରେ ଅଟୋବାଲାଙ୍କର ଅଧିକ ଚାହିଦା ରହିଥାଏ । ଏମିତି କୁହାଯାଏ କି ମୁମ୍ବାଇରେ ବଲିଉଡ ଷ୍ଟାର କେତେଥର ରାସ୍ତାରେ ଅଟକି ଯାଆନ୍ତି ,କିନ୍ତୁ ମୁମ୍ବାଇରେ ଗୋଟିଏ ଅଟୋ ମିଳିବା ବହୁତ କଷ୍ଟ ଅଟେ । ଆଜି ଆମେ ଆପଣଙ୍କୁ ଜଣେ ଏମିତି ଅଟୋବାଲା ସହିତ ମିଶାଇବୁ ,ଯାହା ଅଟୋରେ ବସିବା ପାଇଁ ଲୋକଙ୍କର ଲମ୍ବା ଲାଇନ ଲାଗିଥାଏ ।

ଏହି ଅଟୋବାଲା ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କର ବହୁତ ବଡ ଫ୍ୟାନ ଅଟେ । ଆସନ୍ତୁ ଜାଣିବା ସଞ୍ଜୟ ଦତ୍ତଙ୍କର ଏହି ଖାସ ଫ୍ୟାନ ବିଷୟରେ ।

ସଞ୍ଜୟ ଦତ୍ତ ତାଙ୍କ କ୍ୟାରିୟର ର ଆରମ୍ଭ ରକି ଫିଲ୍ମରେ କରିଥିଲେ । ଆଜିକାଲି ସମସ୍ତେ ସଞ୍ଜୟ ଦତ୍ତଙ୍କୁ ମୁନ୍ନାଭାଇ ନାମରେ ଜାଣିଛନ୍ତି । ଏହା ସଞ୍ଜୟ ଦତ୍ତଙ୍କ କ୍ୟାରିୟର ର ସବୁଠାରୁ ହିଟ ଫିଲ୍ମ ଥିଲା । ସଞ୍ଜୟ ଦତ୍ତକୁ ଏହି ଫିଲ୍ମ ପରେ ଲୋକମାନେ ଗୋଟିଏ ନୂଆ ନାମରେ ଜାଣିଛନ୍ତି ।ଯଦି ଆମେ ସେହି ଅଟୋ ବା ଅଟୋବାଲା ବିଷୟରେ କଥା ହେବା ତାହେଲେ ଏହି ଅଟୋ ପ୍ରକୃତରେ ସଞ୍ଜୟ ଦତ୍ତଙ୍କ ପାଇଁ ବହୁତ ପ୍ରସିଦ୍ଧ ହେଇଯାଇଛି । ଏହି ଅଟୋ ଚାଳକର ନାମ ସନ୍ଦିପ ବାଚେ ଅଟେ ।

ଆପଣ ଭାବୁଥିବେ କି ଏହି ଅଟୋବାଲା ଏବଂ ସଞ୍ଜୟ ଦତ୍ତଙ୍କ ଭିତରେ କେଉଁ ପ୍ରକାରର ଗଭୀର ସମ୍ବନ୍ଧ ଅଛି । ସଞ୍ଜୟ ଦତ୍ତ ବି ଏହି ଅଟୋବାଲା ଙ୍କୁ ଜାଣିଛନ୍ତି । ଏହି କାରଣରୁ ଲୋକମାନଙ୍କ ମଧ୍ୟରେ ଏହି ଅଟୋବାଲା ଏକ ଅଲଗା ପରିଚୟ ସୃଷ୍ଟି ହୋଇଛି । ଏବେ ମୁମ୍ବାଇ ସହରର ସବୁ ଲୋକ ଜାଣିଛନ୍ତି କି ସନ୍ଦିପ ,ସଞ୍ଜୟ ଦତ୍ତଙ୍କର ବହୁତ ଖାସ ଏବଂ ବଡ ଫ୍ୟାନ ଅଟେ । ଲୋକମାନେ ତାଙ୍କୁ ମୁନ୍ନାଭାଇ ଏମବିବିଏସ କହି ବି ଡାକୁଛନ୍ତି ।

ଏହା ସହିତ ଲୋକମାନେ କହିଛନ୍ତି କି ସନ୍ଦିପ ସଞ୍ଜୟ ଦତ୍ତଙ୍କର ଏତେ ବଡ ଫ୍ୟାନ ଯେ ସେ ସଞ୍ଜୟ ଦତ୍ତଙ୍କ ପରି ତାଙ୍କର ଲୁକ ଏବଂ ଷ୍ଟାଇଲ କରିଛନ୍ତି । ମୁମ୍ବାଇ ସହରରେ ଲୋକମାନେ ଏହି ଅଟୋବାଲା କୁ ବହୁତ ସଂମ୍ମାନ ବି ଦିଅନ୍ତି । ସନ୍ଦିପ ତାଙ୍କ ବାହୁରେ ଗୋଟିଏ ଟାଟୁ କରିଛନ୍ତି ଏବଂ ଏହି ଟାଟୁ ସେ ଖାସ ସଞ୍ଜୟ ଦତ୍ତଙ୍କ ପାଇଁ କରିଛନ୍ତି । ସବୁଠୁ ଖାସ କଥା ହେଲା ସେ ସଞ୍ଜୟ ଦତ୍ତ ଓ ସଲମାନଙ୍କ ଜନ୍ମ ଦିନରେ ସମସ୍ତଙ୍କୁ ମାଗଣା ସବାରି କରାନ୍ତି । ସେ ବହୁତ ଲୋକଙ୍କୁ ନିଜ ଇନକମଏଊ ଯେତିକି ସମ୍ଭବ ସାହାଯ୍ୟ ମଧ୍ୟ କରନ୍ତି ।

Leave a Reply

Your email address will not be published. Required fields are marked *