ଏହିଭଳି ସନ୍ତାନ ଦେଖି ବାପା ମା ବିକି ଦେଲେ, ଆଉ ତା ପରେ ଯାହା ହେଲା ଶୁଣି ଆପଣ ମଧ୍ୟ କାନ୍ଦିବେ….

ସନ୍ତାନ ଏମିତି ଗୋଟେ ଶବ୍ଦ ଯାହା ପାଇଁ ମା ବାପା କିଛି ବି କରି ପାରନ୍ତି କିନ୍ତୁ କଣ ଆପଣ ଏହା ଜାଣିଛନ୍ତି କିଛି ଧନୀ ଘର ଲୋକଙ୍କ ପାଖରେ ନିଜ ଛୁଆଙ୍କୁ ଦବା ପାଇଁ ସମୟ ହୋଇନଥାଏ । ସବୁ ସନ୍ତାନ ମା ବାପାଙ୍କ ଭଲ ପାଇବା ପାଇ ନଥାନ୍ତି କିଛି ମା ବାପା ଟଙ୍କା ରୋଜଗାର କରିବାରେ ଏତେ ହଜି ଯାଇଥାନ୍ତି ଯେ ଛୁଆଙ୍କୁ ପରିବାର ଲୋକେ ନଚେତ ଆୟା ମାନେ ସମ୍ଭାଳି ଥାନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଛୁଆ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଶୁଣି ଆପଣ ମଧ୍ୟ କହିବେ କେମିତିକା ମା ବାପା କେଜାଣି । ସେଲଜି ନାମକ ଗୋଟେ ଛୁଆର ଜନ୍ମ ଆମେରିକାରେ ୧୦ ସେପ୍ଟେମ୍ବର 1901 ରେ ଆମେରିକାରେ ହୋଇଥିଲା ।

Image Courtesy: Google

ତେବେ ସେଲଜିକୁ ପେଟରେ ଥିଲା ବେଳୁ ମାନସିକ ରୋଗ ଥିଲା, ଏହି ରୋଗରେ ଛୁଆଙ୍କ ଚେହେରା ବିକାଶ କରିଥାଏ କିନ୍ତୁ ତାଙ୍କ ମୁଣ୍ଡ ବିକାଶ କରିନଥାଏ ଓ ଛୋଟ ହୋଇ ରହିଥାଏ ଯାହା ଦ୍ଵାରା ତାଙ୍କ ମାନସିକ ବିକାଶ ମଧ୍ୟ ହୋଇପାରେ ନାହିଁ । ସେଲଜିଙ୍କ ପରେ ତାଙ୍କ ଭଉଣୀ ଜନ୍ମ ହେଲା ଓ ତାକୁ ମଧ୍ୟ ଏହି ରୋଗ ଶିକାର ହବାକୁ ପଡିଥିଲା ଦୁହେଁ ଭାଇ ଭଉଣୀଙ୍କୁ ଏମିତି ଦେଖି ତାଙ୍କ ମା ବାପା କାହା ଆଗରେ ନିଜ ଛୁଆଙ୍କୁ ନେଇ ଯାଉ ନଥିଲେ ।

Image Courtesy: Google

ତେବେ ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଛୁଆଙ୍କୁ ଏହି ରୋଗ ଜେନେଟିକ ଅସୁବିଧା ପାଇଁ ହୋଇପାରେ ନଚେତ ଗର୍ଭବତୀ ରହିବା ସମୟରେ ମା ଦ୍ଵାରା ଅଧିକ ଧୂମ୍ରପାନ ଓ ମଦ ସେବନ ଦ୍ଵାରା ମଧ୍ୟ ହୋଇପାରେ । ଛୁଆଙ୍କ ଏହି ଅବସ୍ତା ଦେଖି ସେଲଜିଙ୍କ ମା ବାପା ନିଜ ସନ୍ତାନକୁ ଗୋଟେ ଶର୍କସରେ ବିକି ଦେଲେ ଯାହା ପରେ ସର୍କସ ମାଲିକ ତାଙ୍କର ବହୁତ ଧ୍ୟାନ ରଖିଲେ ଓ ତାଙ୍କ ପାଇଁ ଭଲ କେୟାର ଟେକର ମଧ୍ୟ ରଖିଲେ ।

Image Courtesy: Google

ସେଲଜିଙ୍କ ବୁଦ୍ଧି ବଡ ହବା ପରେ ମଧ୍ୟ ୩ ବର୍ଷ ଛୁଆ ଭଳି ଥିଲା ଯେଉଁ କାରଣରୁ ସେ ଶବ୍ଦ ଗୁଡିକ ଯୋଡି ଯୋଡି କହୁଥିଲେ ଓ ଲୋକେ ତାଙ୍କ କଥା ଶୁଣିବାକୁ ବହୁତ ପସନ୍ଦ ମଧ୍ୟ କରୁଥିଲେ ।ଛୁଆଙ୍କ ଭଳି ସେଲଜି ବହୁତ ଶୀଘ୍ର ରାଗି ଯାଉଥିଲେ ସେଥିପାଇଁ ତାଙ୍କ କେଅର ଟେକର ସବୁବେଳେ ତାଙ୍କ ଆଖ ପାଖ ରହୁଥିଲେ । ଏହା ପରେ ତାଙ୍କ ସର୍କସ କଳା ଦେଖି ତାଙ୍କୁ ଗୋଟେ ହଲିଉଡ ଚଳଚିତ୍ରରେ କାମ ମଧ୍ୟ ମିଳିଥିଲା ଓ ସେ freaks ନାମକ ଚଳଚିତ୍ରରେ ବହୁତ ଭଲ କାମ କରିଥିଲେ ।

ଏହା ପରେ ତାଙ୍କ ସର୍କସ ମାଲିକ ନିଧନ ହୋଇଗଲା ଯାହା ପରେ ସେଲଜିଙ୍କୁ ମେଣ୍ଟଲ ହସ୍ପିଟଲରେ ରଖା ଗଲା ସେଠି ତାଙ୍କ ଧ୍ୟାନ ରଖା ଗଲା ନାହିଁ ବୋଲି ତାଙ୍କ ଦେହ ଖରାପ ହେଲା ଯାହା ପରେ ତାଙ୍କ ଜଣେ ସାଙ୍ଗ ତାଙ୍କୁ ନିଜ ଘରେ ନେଇ ଗଲେ ଓ ଦୁହେଁ ଏକାଠି ରହିଲେ । ତାଙ୍କ ଜୀବନରେ ଏତେ ସବୁ ଦୁଃଖ ଥାଇ ମଧ୍ୟ ସେ କେବେ ଦୁଃଖୀ ନଥିଲେ । ସବୁ ବେଳେ ଖୁସି ରହୁଥିଲେ ଓ ଅନ୍ୟକୁ ଖୁସି ଦେଉଥିଲେ ।

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *