ଛୁଆ ଜନ୍ମ ହେଲା ପରେ ତାକୁ ମା ଦରକାର ହୋଇଥାଏ କେବଳ ଗୋଟେ ଦିନ ପାଇଁ ନୁହ ଛୁଆ ର ସମ୍ପୂର୍ଣ ଛୁଆ ବେଳ ପାଇଁ ତାକୁ ମା ଆବଶ୍ୟକ ହୋଇଥାଏ କାହିଁକିନା ମା ତା ଜୀବନ ସବୁକିଛି ହୋଇଥାଏ, ମା କେବେ ବି ନିଜ ଛୁଆ ପାଇଁ କିଛି ଖରାପ ଭାବି ନଥାଏ ଏହା ଛଡା ମା କେବେ ନିଜ ଛୁଆକୁ କଷ୍ଟ ଦେଲା ଭଳି କାମ କରି ନଥାଏ କିନ୍ତୁ ଆଜି ଆମେ ଯାହା ଆପଣଙ୍କୁ କହିବାକୁ ଯାଉଛୁ ତାହା ଶୁଣି ଆପଣ ମଧ୍ୟ କହିବେ ଏହି ଭଳି ମା ବି ହୋଇଥାଏ । ଆଜି ଆମେ ଆପଣଙ୍କୁ ଯେଉଁ ମା ଝିଅ ବିଷୟରେ କହିବାକୁ ଯାଉଛୁ ତାହା ଶୁଣି ଆପଣ ମଧ୍ୟ କହିବେ ଯେ ଏହି ଭଳି ମା ମଧ୍ୟ ହୁଅନ୍ତି, ତେବେ ଏହା ସତ୍ୟ ଘଟଣା ଅଟେ ।

ଏହି ଘଟଣା ରସିଆ ର ୟାରୋସ୍ଲାଭ୍ସକାୟ ଜାଗାର ଅଟେ ଯେଉଁଠି ଗୋଟେ ମା ନିଜ ଗୋଟେ ବର୍ଷ ଝିଅକୁ ଘରେ ବନ୍ଦ କରି ଛାଡି ଚାଲି ଯାଇଥିଲେ, ଯେଉଁ ଘରେ ସେହି ଝିଅକୁ ଛାଡି ଯାଇଥିଲେ ସେହି ଘରୁ ଛୁଆ କାନ୍ଦିବାର ସ୍ଵର ଶୁଣି ଗୋଟେ ଲୋକ ଘର ପାଖକୁ ଗଲା କିନ୍ତୁ ତାକୁ କିଛି ଦେଖା ଗଲା ନାହିଁ, ସେହି ଲୋକ ପୋଲିସକୁ ଏହା ବିଷୟରେ ଜଣାଇଲା ଯାହା ସେ ସେହି ଘରେ ଶୁଣିବାକୁ ପାଇଥିଲେ ।
ତେବେ ଏହି ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଲେ ଓ ତଦନ୍ତ ଆରମ୍ଭ କଲେ ଯାହା ପରେ ତାଙ୍କୁ ସେଠି ଗୋଟେ କୁନି ଝିଅ ମିଳିଲା ଯିଏ କେବଳ ଗୋଟେ ବର୍ଷର ଥିଲା ଓ ତାକୁ ୬ ଦିନ ଭିତରେ କିଛି ଖାଇବାକୁ ମିଳିନଥିଲା ତେବେ ଏହା ବହୁତ ବଡ ଚମତ୍କାରଥିଲା ଯେ ଛୁଆ ୬ ଦିନ ପର୍ଯ୍ୟନ୍ତ ନଖାଇ କାନ୍ଦିଲେ ମଧ୍ୟ ଜୀବିତ ଥିଲା ସେହି ଛୁଆକୁ ପୋଲିସ ହସ୍ପିଟଲ ନେଇ ଗଲେ ।

ଯାହା ପରେ ତା ଚିକିତ୍ସା ଆରମ୍ଭ ହେଲା ଏହି ସମୟରେ ଗୋଟେ ଇନା ନାମକ ମହିଳା ହସ୍ପିଟଲରେ ନିଜ ଛୁଆ ଚିକିତ୍ସା ପାଇଁ ଆସୁଥିଲେ ଏହି ଛୁଆ ବିଷୟରେ ଶୁଣିସେ ଛୁଆ ପାଇଁ ଡ୍ରେସ ଅଲଗା ଜିନିଷ ସବୁ ଆଣି ଦଉଥିଲେ ହଟାତ ଗୋଟେ ଦିନ ଇନା ଆସିଲା ପରେ ସେ ଶୁଣିବାକୁ ପାଇଲେ ଯେ ଛୁଆକୁ ଅନାଥ ଆଶ୍ରମ ପଠେଇ ଦିଆ ଯାଇଛି ଯାହା ପରେ ଇନା ସେହି ଛୁଆକୁ ଖୋଜିବାକୁ ଲାଗିଲେ ।

ଏହା ପରେ ଇନା ସେହି ଆଶ୍ରମ ରେ ସେହି ଛୁଆକୁ ପାଇଲେ ଯାହା ନାମ ଲିଜା ରଖା ଯାଇଥିଲା ଇନା ଲିଜାକୁ ଘରକୁ ଆଣିଲେ ଓ ତାକୁ ନିଜ ପୁଅ ଠାରୁ ବି ଅଧିକ ପ୍ରେମ ଦେଲେ । ଏହା ପରେ ଲିଜା କିଛି ବଡ ହେଲେ ଯାହା ପରେ ତାକୁ ଚାଲିବାରେ ଅସୁବିଧା ହେଲା, ଯାହା ପରେ ଇନା ତାକୁ ଗୋଟେ ଡ୍ୟାନ୍ସ ସ୍କୁଲ ଛାଡିଲେ । ଏହା ପରେ ଧୀରେ ଧୀରେ ଲିଜା ବହୁତ ଭଲରେ ଚାଲି ପାରିଲା । ସମୟ ଗଡିବାକୁ ଲାଗିଲା ଓ ଲିଜା ବଡ ହେଲା ଓ ଆଜି ସେ ଗୋଟେ ବହୁତ ବଡ ସେଲିବ୍ରେଟି ଅଟନ୍ତି ସେ ବହୁତ ବଡ ମଡଲ ଅଟନ୍ତି ଯିଏ ନିଜ ଅସଲ ମାକୁ ଦେଖିବା ପାଇଁ ବି ଚାହାନ୍ତି ନାହିଁ କାହିଁକିନା ତାଙ୍କ ମା ତାଙ୍କୁ ମରିବା ପାଇଁ ଗୋଟେ ଘରେ ବନ୍ଦ କରି ଚାଲି ଯାଇଥିଲେ ।