ମାଆର ମମତା, ରୋଗରେ ଥିବା ପିଲାକୁ ପାଟିରେ ଧରି ହସ୍ପିଟାଲରେ ପହଞ୍ଚିଲା ବିଲେଇ, ଆଉ ତା ପରେ…

ମା ର ମମତାରେ ବହୁତ୍ ଶକ୍ତି ଥାଏ, କୁହାଯାଏ କି ମା ନିଜ ପିଲା ପାଇଁ ଭଗବାନ ଙ୍କ ସହ ମଧ୍ୟ ଲଢ଼ିପାରେ । ଏମିତିରେ ମାଆ ତ ମା ହିଁ ହୋଇଥାଏ । ଏହିପରି କିଛି ଫଟୋ ଇଣ୍ଟରନେଟ୍ ରେ ବହୁତ୍ ଜୋର୍ ରେ ଭାଇରାଲ୍ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି କି ମା ମମତା ର ମୂଲ୍ୟ ର କୌଣସି ତୁଳନା ନାହିଁ । ଫଟୋ ରେ ଦେଖିପାରିବ ଯେ କିପରି ବିଲେଇ ଟି ନିଜ ରୋଗିଣା ପିଲାକୁ ପାଟିରେ ଧରି ହସ୍ପିଟାଲ୍ କୁ ନେଇଆସିଛି । ଏ ଫଟୋ ତୁର୍କୀ ର ଇଁସ୍ତାବୁଲ୍ ର ଅଟେ, ଯେଉଁଠୁ ବିଲେଇ ଓ ତାର ପିଲାଟିର ଫଟୋ ଭାଇରାଲ୍ ହୋଇଛି । ଏହି ଫଟୋ କୁ ଟୁଇଟର ର ୟୁଜର ଓଜକନ ସେୟାର କରିଛନ୍ତି । ଯେତେବେଳେ ବିଲେଇ ଟି ନିଜ ପିଲାକୁ ନେଇ ହସ୍ପିଟାଲ୍ ରେ ପହଞ୍ଚିଥିଲା ସେଠାକାର ସବୁ ଷ୍ଟାଫ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହି ଫଟୋ କୁ ସେୟାର କରିବା ସହ ୟୁଜର ଲେଖିଛନ୍ତି କି, ଆଜି ଆମେ ଏମର୍ଜେନ୍ସି ରୁମ୍ ରେ ଥିଲୁ, ସେତିକି ବେଳେ ଗୋଟେ ବିଲେଇ ନିଜର ରୋଗିଣା ପିଲାଟିକୁ ମୁହଁରେ ଧରି ପହଞ୍ଚିଥିଲା । ତାପରେ ଡାକ୍ତରମାନେ ପ୍ରଥମେ ତାର ପିଲାକୁ ଦେଖିଲେ । ପିଲାଟି ରୋଗୀଣା ଥିଲା ଓ ଦୁର୍ବଳ ମଧ୍ୟ ଥିଲା ।

ତାପରେ ଷ୍ଟାଫ୍ ମାନେ ବିଲେଇ ଓ ତାର ପିଲାକୁ କ୍ଷୀର ପିଆଇଲେ ଓ ଖାଇବାକୁ ମଧ୍ୟ ଦେଲେ । ଯେବେ କି ବିଲେଇ ଟି ତାର ପିଲାକୁ ନେଇ ହସ୍ପିଟାଲରେ ପହଞ୍ଚେ, ସେଠି ଥିବା ଷ୍ଟାଫ୍ ତାକୁ ଖାଇବାକୁ ପିଇବାକୁ କ୍ଷୀର ଦିଅନ୍ତି ଓ ତାପରେ ପିଲାକୁ ନେଇ ଷ୍ଟାଫ୍ ମାନେ ଚିକିତ୍ସା ପାଇଁ ଭିତରକୁ ଚାଲିଯାଆନ୍ତି ।

ଏହି ଫଟୋ ସୋସିଆଲ ମିଡିଆରେ ବହୁତ୍ ବଢିଆ ଭାବରେ ଭାଇରାଲ ହେଉଛି ଓ ଲୋକମାନେ ଏହାକୁ ବହୁତ୍ ପସନ୍ଦ କରୁଛନ୍ତି । ଖାଲି ମାନେ ନାହିଁ ମଣିଷ ମାନଙ୍କର ଭଲ ପାଇବା ଥାଏ ତାଙ୍କ ଛୁଆ ପ୍ରତି, ଆଜି ଏହି ବିଲେଇ ପ୍ରମାଣ କରିଛିକି  ମାଆର ମମତା ସମସ୍ତଙ୍କର ତା ଛୁଆ ପ୍ରତି ଅଛି ତେବେ ସେ ମଣିଷ ହୁଅନ୍ତୁ ବା ପଶୁ ଭଲ ପାଇବାରେ କିଛି ଫରକ ନଥାଏ । ତେବେ ଆଜି ମାତୃ ଦିବସରେ ସମସ୍ତ ମାଆ ମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛୁ । ଏହିଭଳି ଭିନ୍ନ ଭିନ୍ନ କହବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *