‘ମା ତତେ ଅଧିକ ଭଲ ପାଏ’ ଏହା କହି ବଡ ଭାଇ ଛୋଟ ଭାଇ ର ଛୁରୀ ରେ ବେକ କାଟିଦେଲା

ମୋତିନଗରର ଗୋଟେ ବଡ ଭାଇ ତା ନିଜ ଛୋଟ ଭାଇ କୁ ନୃଶଂସ ଭାବେ ବେକ କାଟି ଏଥିପାଇଁ ହତ୍ୟା କରିଦେଲା କାହିଁକିନା ତାକୁ ଲାଗୁଥିଲା ତା ମା ଛୋଟ ଭାଇ କୁ ଅଧିକ ଭଲ ପାଉଛି । ଏହି କଥା କୁ ନେଇ ବଡ ଭାଇ ର ମା ସହ ଝଗଡା ହେଲା । ଯେତେବେଳେ ଛୋଟ ଭାଇ ବୁଝେଇବାକୁ ଆସିଲା ଆରୋପି ୨୫ ବର୍ଷୀୟ ବଡ ଭାଇ ଅମିତ ତିବାରି ଏତେ ରାଗ ରେ ଥିଲେକି ଛୋଟ ଭାଇ (୨୨ ବର୍ଷୀୟ) ଆନନ୍ଦ ତିବାରି କୁ ଛୁରୀରେ ବେକ କାଟି ଦେଲେ ।

ଏହି କାରଣ ରୁ ଆନନ୍ଦ ଘଟଣା ସ୍ଥଳ ରେ ମୃତ୍ୟୁ ବରଣ କରିଥିଲେ । ଘଟଣା କରିସାରିଲା ପରେ ଆରୋପି ଫରାର ହୋଇଯାଇଥିଲା ।

ଦୁହିଁଙ୍କ ମା ପୋଲିସ କୁ ଅଭିଯୋଗ କଲା ପରେ ସେହି ଏରିଆ ରେ ଆରୋପି କୁ ଗିରଫତାର କରାଗଲା । ଅମିତ ଓ ଆନନ୍ଦ ନିଜ ମା ସହ ବସଈଦରପୂର ଏରିଆ ରେ ରହୁଥିଲେ । ଏମାନେ ମୂଳ ରୂପ ରେ ଅମ୍ବେଦକର ନଗର ୟୁପି ର ଲୋକ । ଛୋଟ ଭାଇ ଆନନ୍ଦ ପାଖ ଏକ ଗୁଟକା ଫ୍ୟାକ୍ଟରୀ ରେ କାମ କରୁଥିଲା, ସେଇଠି ବଡ ଭାଇ ବେରୋଜଗାର ହୋଇ ବୁଲୁଥିଲା ।

ଏହା ସହ ବଡ ଭାଇକୁ ମଦ ପିବାର ଖରାବ ଅଭ୍ୟସ ଅଛି ଏବଂ ପ୍ରାୟଦିନ ମଦ ପିଇକି ଆସି ଘରେ ଝଗଡା କରୁଥିଲା । ସବୁଦିନ ଭଳି ଏହି ଦିନ ବି ଆରୋପି ଆସି ମା ସହ ଝଗଡା କଲା କିନ୍ତୁ ଯେତେବେଳେ ସାନ ଭାଇ ବୁଝେଇବାକୁ ଆସିଲା ବଡ ଭାଇ ତା ବେକ ଛୁରୀ ରେ କାଟି ଦେଲା ।

ଏହି ଘଟଣା ପରେ ତାଙ୍କ ମା ଚିଲେଇବା ଆରମ୍ଭ କଲେ ଓ ତାଙ୍କ ଚିଲେଇବାରୁ ଆଖ ପାଖ ଲୋକ ଜମା ହୋଇଗଲେ ଏବଂ ପୋଲିସ କୁ ସୂଚିତ କଲେ । ମା ନିଜ ବଡ ପୁଅ ଉପରେ ସାନ ପୁଅ ର ହତ୍ୟା ର ଅଭିଯୋଗ କରିଛନ୍ତି, ଏହା ପରେ ପୋଲିସ ବଡ ପୁଅ ସମ୍ଭାବିତ ଜାଗାରେ ଖୋଜି ଗିରଫ କରିଅଛି । ଅଭିଯୋଗୀ ଜେଲ ରେ ଅଛନ୍ତି ।

Leave a Reply

Your email address will not be published. Required fields are marked *