ମାର୍କେଟକୁ ଆସିଲା ନୂଆ Pocket Raincoat, ମାତ୍ର 40 ଟଙ୍କା

ବର୍ଷା ଦିନ ଆରମ୍ଭ ହୋଇ ଯାଇଛି । ଏମିତିରେ ଘରୁ ବାହାରକୁ ଗୋଡ କାଢିବା ମାତ୍ରେ ହିଁ ରେନିକୋଟ କିମ୍ବା ଛତା ନେଇ ବାହାରିବାକୁ ପଡିଥାଏ । ଯଦି ଆପଣଙ୍କ ପାଖରେ ରେନିକୋଟ କିମ୍ବା ଛତା ନାହିଁ ତେବେ ଆପଣ ଦୋକାନରୁ ଯାଇ ରେନିକୋଟ ଓ ଛତା କିଣିଥାନ୍ତି ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ରେନିକୋଟ ଓ ଛତା ବିଷୟରେ କହିବୁ ଯାହା ବିଷୟରେ ଆପଣ ଆଗରୁ କେବେ ବି ଦେଖି ନ ଥିବେ କିମ୍ବା ଶୁଣି ନ ଥିବେ । ଏହି ରେନିକୋଟ ଓ ଛତା ବିଷୟରେ ଜାଣିଲେ ଆପଣଙ୍କୁ ବି ଇଚ୍ଛା ହେବ ଏହାକୁ କିଣିବା ପାଇଁ । ତେବେ ଚାଳନ୍ତୁ ଜାଣିବା ସେହି ସମସ୍ତ ରେନିକୋଟ ଓ ଛତା ବିଷୟରେ । କହିଦେଉଛୁ କି ଏହି ସବୁ ରେନିକୋଟ ଓ ଛତା ବର୍ତ୍ତମାନ ଟ୍ରେଣ୍ଡରେ ଅଛି । ଅର୍ଥାତ ଲୋକମାନେ ଏହି ସବୁ ଛତା ଓ ରେନିକୋଟକୁ ଅଧିକ ପସନ୍ଦ କରୁଛନ୍ତି ।

କଟକରେ ଏକ ଏମିତି ଦୋକାନ ଅଛି ଯେଉଁଠି ଟ୍ରେଣ୍ଡି ରେନିକୋଟ ଓ ଟ୍ରେଣ୍ଡି ଛତା ମିଳୁଛି । ଯାହାକି ମାର୍କେଟରେ ବର୍ତ୍ତମାନ ବହୁତ ଚାଲିଛି । ଦୋକାନୀ ଜଣକ ନିଜ ଦୋକାନାରେ ମିଳିଥିବା ରେନିକୋଟ ସବୁ ଦେଖାଇ ତାହା କାହା ପାଇଁ ଉଦ୍ଦିଷ୍ଟ ତାହା ବି ସେ କହିଛନ୍ତି । ଦୋକାନୀଙ୍କ ଅନୁସାରେ ତାଙ୍କ ପାଖରେ କାନ୍ଧରେ ପକାଉଥିବା ବ୍ୟାଗ ପାଇଁ ବି ବ୍ୟାଗ ରେନିକୋଟ କିମ୍ବା ବ୍ୟାଗ କଭର ଅଛି । ଏହି କଭର ଦ୍ଵାରା ବ୍ୟାଗକୁ ବନ୍ଦ କରିଦେଲେ ତେବେ ବର୍ଷା ପାଣି ବ୍ୟାଗ ଭିତରକୁ ପଶିବ ନାହିଁ ।

ସେ ଗୋଟିଏ ପକେଟ ରେନିକୋଟ ଦେଖାଇଲେ । ଯାହାକୁ ଅତି ସହଜରେ ବର୍ଷା ସମୟରେ ପକେଟରୁ ବାହାର କରି ପିନ୍ଧି ପାରିବେ । ଏହା ପରେ ବର୍ଷା ଛାଡି ଗଲେ ଆପଣ ଏହାକୁ ସହଜରେ ପକେଟରେ ରଖି ପାରିବେ । କହିବାକୁ ଗଲେ ଏହି ରେନିକୋଟ ବର୍ତ୍ତମାନ ଟ୍ରେଣ୍ଡରେ ଅଛି ଓ ଏହାର ମୂଲ୍ୟ ବି ବହୁତ କମ । ଏହି ପକେଟ ରେନୀକୋଟର ମୂଲ୍ୟ ମାତ୍ର ୪୦ ଟଙ୍କା ଅଟେ । ଯାହାକି ବହୁତ ହିଁ ଶସ୍ତା ଅଟେ । ଏହି ରେନିକୋଟ ଏହି ଦୋକାନର ବିଶେଷତ୍ଵ ଅଟେ ।

ଦୋକାନୀ ଜଣକ ଗୋଟିଏ କାର ଅମବ୍ରେଲା ବି ଦେଖାଇଲେ । ଏହି ଛତାର ଖାସ କଥା ହେଉଛି କି ଛତା ବ୍ୟବହାର କରିବା ପରେ ଯେତେବେଳେ ଆପଣ ଛତାକୁ କାର ଭିତରେ ରଖନ୍ତି ତେବେ ଏଥିରୁ ପାଣି ଝରି ଥାଏ, କିନ୍ତୁ ଏହି ଛତାର ଡିଜାଇନ କିଛି ଏମିତି ହୋଇଛି କି ଏଥିରୁ ପାଣି ଛଡିବ ନାହିଁ । ଓଲଟା ଏଥିରେ ପାଣି ରହି ଯିବ ଓ ଏହି ପାଣିକୁ ଆପଣ ଅତି ସହଜରେ ବାହାରାକୁ ଫୋପାଡି ପାରିବ । ଏହି ଦୋକାନୀଙ୍କ ପାଖରେ ଗୋଟିଏ ହାର୍ଟ ଶେଫର ଛତା ଅଛି ।

ପୋଲିସମାନଙ୍କ ପାଇଁ, ଝିଅ ମାନଙ୍କ ପାଇଁ ପ୍ଲାଜୋ ରେନିକୋଟ, ମହିଳାମାନଙ୍କ ପାଇଁ ଛତା ଅଛି । ଲାଇଟ ଓୟେଟ ରେନିକୋଟ ଅଛି । ଏହାର ଖାସ କଥା ହେଉଛି କି ଯଦି ଆପଣ ଏହି ରେନିକୋଟକୁ ପିନ୍ଧୁଛନ୍ତି ତେବେ ଜାଣି ବି ପାରିବେ ନାହିଁ କି ଆପଣ ରେନିକୋଟ ପିନ୍ଧିଛନ୍ତି । ଗୋଟିଏ ଏସି ରେନିକୋଟ ବି ଅଛି । ଏହାକୁ ପିନ୍ଧିବା ଦ୍ଵାରା ଶରୀରରୁ ଝାଳ ବାହାରିବ ନାହିଁ । କହିଦେଉଛୁ କି ଏହି ସବୁ ରେନିକୋଟର ଦାମ ବହୁତ କମ ଅଟେ । ଯାହାକୁ ଜଣେ ସାଧାରଣ ବ୍ୟକ୍ତି କିଣି ପାରିବ ।

Leave a Reply

Your email address will not be published. Required fields are marked *