ମାଡି ଆସୁଛି ବଡ ବିପର୍ଜ୍ୟୟ, ସାରା ବିଶ୍ଵ ଦେଖିବ ପ୍ରକୃତିର କରାଳ ରୂପ

ମାଡି ଆସୁଛି ବିପଦ ବର୍ଷକୁ ବର୍ଷ ଆସିବ 500 ରୁଅ ଅଧିକା ପ୍ରାକୃତିକ ବିପର୍ଜୟ । ଯାହା ପାଇଁ ଆମକୁ ସାବଧାନ ହେବା ପାଇଁ ପଡିବ । ଆଗକୁ ସାଂଘାତିକ ହେବ ପ୍ରାକୃତିକ ବିପର୍ଯ୍ୟୟ । ଆଗକୁ ଆସୁଛି ଭୟାନକର ସମୟ । ପ୍ରତି ବର୍ଷ ଆସିବ ସବୁ ବିପଦ । ଏହି ଭଳି କିଛି ସୂଚନା ଦେଇଛି ଜାତି ସଂଘ । ଜଳବାୟୁ ପରିବର୍ତ୍ତନ ଏବେ ବଢିବାରେ ଲାଗିଛି ଏହା ପାଇଁ ଏବେ ଆଗକୁ ଯାଇକି ପରିସ୍ଥିତି ଆହୁରି ଖରାପ ହୋଇ ପାରେ ।

ଆଗାମୀ ଦିନରେ ସାରା ବିଶ୍ଵ ସାଂଘାତିକ ପରିସ୍ଥିତି କୁ ସାମନା କରିବା ପାଇଁ ଯାଉଛି ମରୁଡି, ବାତ୍ୟା, ବନ୍ୟା, ଭୂମିକମ୍ପ ଏହା ଅଧିକା ମାତ୍ରାରେ ହେବାରେ ଲାଗିବ । ବର୍ଷ କୁ 500 ରୁ 600 ବିପର୍ଜ୍ୟ ଆସିବ । ଜଳବାୟୁ ଏତେ ପ୍ରଦୂଷିତ ହୋଇ ଯାଇଛି କି ଏହା ଆଗାମୀ 8 ବର୍ଷ ଯାଏ ଅଧିକା ରୁ ଅଧିକା ସବୁ କ୍କିହହୀ ନଷ୍ଟ କରିଦେବ ।

2030 ସୁଦ୍ଧା ବିଶ୍ଵ ର ଅବସ୍ଥା ଖୁବ ଦୟନିୟ ହୋଇଯିବ । ଏହାକୁ ମିଳିତ ଜାତି ସଂଘ ର ଡ଼ିଜାଷ୍ଟର ରିଡକ୍ସନତରଫରୁ ମତ ଦିଆ ଯାଇଛି ” UNDRR” ପକ୍ଷରୁ ଏହା ପ୍ରକାଶ କରା ଯାଇଛି । ଏହା ଆମ ପାଇଁ ଏକ ଚେତାବନି ।

ପ୍ରକୃତି ରେ କେଉଁ ଜାଗାରେ ନିଆଁ ଲାଗିବ ତ କେଉଁ ଜାଗାରେ ରାସାୟନିକ ପଦାର୍ଥ ର ଲାଭା ବହିବ । ବିଶ୍ଵ ଏହା ପାଇଁ ଯେତେ ପ୍ରସ୍ତୁତ ହେଲେ ମଧ୍ୟ ଏହାକୁ ସମ୍ଭାଳି ପାରିବ ନି । ଏବେ ଠାରୁ ଯେଉଁ ଭଳି ଭାବେ ଗଛ କୁ କାଟିବାରେ ଆମେ ମାନେ ଲାଗିଛେ ।

ତାହା ଦ୍ଵାରା ଆମକୁ କିଛି ଭି ମିଳିବାର ସମ୍ଭାବନା ଖୁବ କମ ରହିବ । ଗଛ ଓ ଜଙ୍ଗଲ କାଟିବା ଦ୍ଵାରା କେବଳ ବାୟୁ ନୁହେଁ ସବୁ କ୍କିହହୀ ନଷ୍ଟ ହୋଇ ଯାଉଛି ଏହା ପାଇ ଜଳ ମଧ୍ୟ ପ୍ରଦୂଷିତ ହୋଇ ଯାଉଛି । କେବଳ ତାହା ନୁହେଁ ଏହା ପାଇଁ ଆମ ଜୀବନ ସନ୍ତୁଳିତ ହୋଇକି ନାହି ।

ଏହି ସବୁ କାରଣରୁ ଆମେ ଆମ ଜୀବନ ହରାଇବା ପାଇଁ ଯାଉଛେ । ଆମ ସହ ହେବା ପାଇଁ ଯାଉଥିବା ଦୁର୍ଘଟଣା ଆମ କର୍ମ ର ଫଳ ରୂପେ ଆମକୁ ମିଳିବା ପାଇଁ ଯାଉଛି । ଏକାଧିକ ବିପର୍ଯୟ ଦିନକୁ 2 ରୁ 3 ଥର ଆସି ପାରେ । ଏଣୁ ଏବେ ଆମେ ଯଦି ପରିସ୍ଥିତି କୁ ସମ୍ଭାଳିବା ନି ତେବେ ଏହାର ପରିଣାମ ଭୟଙ୍କର ହେବ ବୋଲି ମିସ ମିମୁରି କହିଛନ୍ତି ।

ତାଙ୍କ ମତ ଅନୁସାରେ ତାଙ୍କ ଗବେଷଣା ଦ୍ଵାରା ଏହା ସ୍ପଷ୍ଟ ହୋଇ ଯାଇଛି କି ଆମେ ଏହାକୁ ଅଟକାଇ ପାଇବା ନି ହୁଏ ତ ଜୀବନର ଅନ୍ତ ହୋଇଯିବ ଏହା । ତେଣୁ ଏବେ ଠାରୁ ସଚେତନ ହେବା ନିହାତି ଭାବେ ଦରକାର ଅଟେ ।

Leave a Reply

Your email address will not be published. Required fields are marked *