ରେଳଯାତ୍ରୀଙ୍କ ପାଇଁ ବଡ ଖବର, ମହଙ୍ଗା ହେବ ରେଳଯାତ୍ରା… ଦେଖନ୍ତୁ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଟ୍ରେନ ଯାତ୍ରୀଙ୍କ ପାଇଁ ବଡ ଖବର ରହିଛି । ଦେଶରେ ମହଙ୍ଗା ହେବ ରେଳଯାତ୍ରା । ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ତେବେ ଆପଣ ମାନଙ୍କ ପାଇଁ ରହିଛି ବଡ ଖବର । ଏଣିକି ଟ୍ରେନରେ ଟିକେଟ ବୁକିଙ୍ଗ କରିବାକୁ ହେଲେ ଦେବାକୁ ପଡିବ ଅଧିକ ୫୦ ଟଙ୍କା । ଦେଶରେ ନୂଆ କରି ବିକଶିତ ହୋଇଥିବା ରେଳ ଷ୍ଟେସନରୁ ରେଳ ମନ୍ତ୍ରାଳୟ ଏହି ଡେଭଲୋମେଣ୍ଟ ଫି ଆଦାୟ କରିବା ପାଇଁ ନିସ୍ପତି ନେଇଛନ୍ତି ।

ବିଭିନ୍ନ ଶ୍ରେଣୀର ଯାତ୍ରୀଙ୍କ ପାଇଁ ଏହି ଡେଭଲୋମେଣ୍ଟ ଫି ଭିନ୍ନ ଭିନ୍ନ ରହିବ । ସହର ତଳି ଅଂଚଳରେ ଚାଲୁଥିବା ଟ୍ରେନ ଓ ସିଜେନ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏହି ଫି ଦେବାକୁ ପଡିବ ନାହି । ତେବେ ଦେଶରେ ବିକଶିତ ହୋଇଥିବା ରେଳ ଷ୍ଟେସନରୁ ଛାଡୁଥିବା ଯାତ୍ରୀ ଓ ସେହି ଷ୍ଟେସନ ର୍ରୁ ଓଲହାଇଥିବା ଯାତ୍ରୀ ମାନଙ୍କ ପାଇଁ ଠାରୁ ଏହି ଏକ୍ସଟ୍ରା ଫି ଆଦାୟ କରାଯିବ ।

ତେବେ ଏହି ନିୟମ କେଉଁ ରେଳ ଷ୍ଟେସନରେ ଲାଗୁ ହେବ ତାହା ରେଳ ବିଭାଗ ପକ୍ଷରୁ ସୂଚନା ମିଳି ନାହି । ସୂଚନା ଅନୁସାରେ ରେଳ ଷ୍ଟେସନ ପାଇଁ ଯାତ୍ରୀଙ୍କ ଠାରୁ ୧୦ରୁ ୫୦ ଟଙ୍କା ଯାଏଁ ଏହି ଡେଭଲୋମେଣ୍ଟ ଫି ଆଦାୟ କରାଯିବ ।

ତେବେ ଏହି ଫି କୁ ଯାତ୍ରା ଟିକେଟ ସହ ଯୋଡା ଯାଇ ଯାତ୍ରୀଙ୍କ ଠାରୁ ଟଙ୍କା ଆଦାୟ କରାଯିବ । ଯାହା ଫଳରେ ରେଳବାଇଙ୍କୁ ଅଧିକ ଷ୍ଟେସନର ପୁନ ବିକାଶ ପାଇଁ ଅର୍ଥ ସଂଗ୍ରହ କରିବା ସହଯ ହେବ । ରିଜରଭେସନ କରୁଥିବା ଯାତ୍ରୀ ମାନଙ୍କୁ କେବଳ ୧୦ ଟଙ୍କା ଫି ଆକାରରେ ଦେବାକୁ ପଡିବ ।

ସେହିଭଳି ଅଣ ରିଜର୍ଭ ଏସି ଯାତ୍ରୀଙ୍କୁ ୨୫ ଟଙ୍କା, ରିଜର୍ଭ ଏସି ଯାତ୍ରୀଙ୍କୁ ୫୦ ଟଙ୍କା ଫି ଦେବାକୁ ପଡିବ । ଏହା ସହ ଯେଉଁ ଯାତ୍ରୀ ମାନେ ପ୍ଲାଟଫର୍ମ ଟିକେଟ କିଣୁଛନ୍ତି ସେମାନଙ୍କୁ ମଧ୍ୟ୧୦ ଟଙ୍କା ଅଧିକ ଫି ଦେବାକୁ ପଡିବ ।

ବର୍ତ୍ତମାନ ସମୟରେ ଏହି ସିଷ୍ଟମ ଦେଶର ୫୦ଟି ଷ୍ଟେସନରେ ଆରମ୍ଭ ହେବାକୁ ଯାଉଛି । ତେବେ ଷ୍ଟେସନ ଗୁଡିକୁ ନୂଆ ରୂପ ଦେବକାଉ କାମ କରୁଥିବା ରେଳବାଇ ଏବେ ଦେଶର ଅନ୍ୟ ଷ୍ଟେସନ ଗୁଡିକୁ ମଧ୍ୟ ନୂଆ ରୂପ ଦେବ । ଯାହା ପାଇଁ ଏହି ଡେଭଲୋମେଣ୍ଟ ଫି ଲୋକଙ୍କ ଠାରୁ ଆଦାୟ ହେବ ।

ବନ୍ଧୁଗଣ ଆପଣ ମାନଙ୍କର ଯାତ୍ରୀ ମାନଙ୍କର ଫି ବୃଦ୍ଧି ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *